କାହିଁକି ସାଇମଣ୍ଡ (Andrew Symonds)ଙ୍କ ସାଥି ହୋଇଗଲା ମଦ ? ସାଇମଣ୍ଡଙ୍କ ଜୀବନରେ ଘଟିଥିଲା ଏମିତି ଏକ ଘଟଣା ଯାହା ତାଙ୍କୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିଲା…

ଦୁର୍ବଳ ମୂହୂର୍ତ୍ତ ସମସ୍ତଙ୍କ ଜୀବନରେ ଆସେ । ଆଣ୍ଡ୍ରୁ ସାଇମଣ୍ଡଙ୍କ ଜୀବନରେ ବି ଆସିଥିଲା । ଆଣ୍ଡ୍ରୁ ସାଇମଣ୍ଡ, ଆଜି ଆମ ଗଣହରେ ନାହାନ୍ତି । କିନ୍ତୁ ତାଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଥିଲା ଯାହା ତାଙ୍କୁ ଯେତିକି ନିନ୍ଦିତ କରିଥିଲା । ତାଠୁ ଅଧିକ ଅପମାନିତ କରିଥିଲା । କିଏ କିଏ କହୁଥିଲେ ମଦୁଆ ତ ଆଉ କିଏ କହୁଥିଲେ ଘୋଡା ମଦୁଆ । ବିଶ୍ଵର ଅନ୍ଯତମ କ୍ରିକେଟ ଖେଳାଳିଙ୍କୁ କାହିଁକି ଉଠେଇବାକୁ ପଡିଥିଲା ମଦ ବୋତଲ ।

ଏମିତି କେଉଁ ଘଟଣା ତାଙ୍କୁ ମର୍ମାହତ କରିଥିଲା ଯେ, ନିଶାକୁ ସାଥି ଭାବେ ବାଛି ଦେଇଥିଲେ ସାଇମଣ୍ଡ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏକ ସଡକ ଦୁର୍ଘଟଣାରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡଙ୍କ ଦେହାନ୍ତ ପରେ ତାଙ୍କ ଜୀବନର ଅନେକ ପୁରୁଣା କଥା ସାମ୍ନାକୁ ଆସୁଛି । 

ପ୍ରତିଟି କ୍ରିକେଟ ପ୍ରେମୀ ତାଙ୍କ ଜୀବନୀ ବିଷୟରେ ଜାଣିବା ପାଇଁ ଚାହୁଁ ଛନ୍ତି । ଏହି କ୍ରମରେ ଆମେ ଏଭଳି ଏକ କାହାଣୀ କହିବୁ ଯାହା ସାଇମଣ୍ଡଙ୍କ ଜୀବନରେ ସବୁଠାରୁ ବଡ ଭୁଲ ଥିଲା ବୋଲି କୁହାଯାଇପାରିବ । ସାଇଆମଣ୍ଡ ଜଣେ ପ୍ରସିଦ୍ଧ ଖେଳାଳି ଥିଲେ ସତ ହେଲେ ମଦ ତାଙ୍କ କାରିୟରକୁ ବରବାଦ କରି ଦେଲା । କାରିୟରର ପିକ୍ ସମୟରେ ମଦ ପାଇଁ ସେ ଦଳରୁ ବିତାଡିତ ହେଇଥିଲେ ।

ତେବେ ଦିନେ କ୍ରିକେଟ ଫିଲ୍ଡରେ ହିରୋ ଥିବା ସାଇମଣ୍ଡ ମଦକୁ କାହିଁକି ସାଥି କରିଲେ । କାହିଁକି ସବୁବେଳେ ସେ ନିଶା ଦ୍ରବ୍ୟ ସେବନ କରୁଥିଲେ । 2008 ମସିହାର ଏକ ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଲା । 2008ର ମଙ୍କି ଗେଟ ଘଟଣା ସମସ୍ତଙ୍କୁ ଜଣା ଥିବ ନିଶ୍ଚୟ । ଶୀର୍ଲିରେ ଚାଲିଥିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗାଳିଗୁଳଜ ସେତେବେଳେ ସାଧାରଣ ଥିଲା । ମ୍ୟାଚରେ ମଙ୍କି କହି ହରବଜନ ସିଂହ ତାଙ୍କୁ ଆକ୍ଷେପ କରିଥିବା ଅଭିଯୋଗ ଆଣିଥିଲେ ସାଇମଣ୍ଡ ।

ପରେ ଏହି ଘଟଣା ତାଙ୍କୁ ଏତେ ବାଧିଲା ଯେ ସେ ମଦକୁ ସାଥି କରିଦେଲେ । ଆଉ ଏହା ପରେ ତାଙ୍କ କାରିୟରର ପତନ ଘଟିବା ଆରମ୍ଭ ହେଇଗଲା । 2009 ମସିହାରେ ବାରମ୍ବାର ମ୍ୟାଚ ସମୟରେ ମଦ ପିଇବା ଆଉ ଏମିତି ଏକାଧିକ ନିୟମ ଉଲଂଘନ କରିବା ପାଇଁ ତାଙ୍କ ଟିମ କଣ୍ଟ୍ରାକ୍ଟ ରତ୍ତ କରାଗଲା । ଏହା ପରେ ସେ ଆହୁରି ଭାଙ୍ଗି ପଡିଲେ ଆଉ ଯେଉଁ ମଦ ପାଇଁ ସେ ଟିମରୁ ବିଦା ହେଲେ ସେହି ମଦକୁ ହିଁ ନିଜର ବନ୍ଧୁ ମାନି ନେଲେ । ଏହା ଥିଲା ସାଇମଣ୍ଡଙ୍କ ଜୀବନର ସବୁଠାରୁ ଭୁଲ ପଦକ୍ଷେପ ଯାହା ସେ ନିଜେ ମାନି ଛନ୍ତି ।

Leave a Reply

Your email address will not be published. Required fields are marked *