ଆନ୍ଦୋଳନ ମଝିରୁ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ, ଆଉ ତା’ପରେ ଯାହା ହେଲା ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ! ତେବେ ସୂଚନା ମୁତାବିକ ସମ୍ବଲପୁର ଦେବଗଡ ରାସ୍ତାର ଜୟନ୍ତ ଛକ ନିକଟରେ ବସିଥିବା ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ସିଧାସଳଖ ପୋଲିସ ଉଠାଇନେଇଛନ୍ତି । ତେବେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡକା ଯାଇଥିବା ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ବହୁ ଡ୍ରାଇଭର ଭାଇ ସମର୍ଥନ କରିଛନ୍ତି ।

ରାଜ୍ୟବ୍ୟାପୀ ବହୁ ଗୁଡିଏ ସ୍ଥାନରେ ଡ୍ରାଇଭର ମାନେ ମିଳିତ ହୋଇ ଶାନ୍ତିପୂର୍ଣ୍ଣ ସହକାରେ ମଧ୍ୟ ଆନ୍ଦୋଳନ କରୁଛନ୍ତି । ତେବେ ସେପରି ଭାବରେ କୌଣସି  ସ୍ଥାନରେ ମଧ୍ୟ ଡ୍ରାଇଭର ମାନେ ଆନ୍ଦୋଳନ ଚାଲୁଥିବା ସମୟରେ କିଛି ଅଶାନ୍ତିପୂର୍ଣ୍ଣ ମାହୋଲ ସୃଷ୍ଟି କରିବାର ନଜର ଆସିନାହିଁ । ଅନ୍ୟ ଯେଉଁ ଡ୍ରାଇଭର ମଧ୍ୟ ଆନ୍ଦୋଳନକୁ ସମର୍ଥନ ନକରି ଆନ୍ଦୋଳନ ବଳବତ୍ତର ରହିଥିବା ସ୍ଥଳେ ଗାଡି ଚଳାଇ ଯାଉଛନ୍ତି ।

ସେମାନଙ୍କ ଉପରେ ମଧ୍ୟ ଆନ୍ଦୋଳନକାରୀ ଡ୍ରାଇଭର ମାନେ କିଛି ହିଂସାପୂର୍ଣ୍ଣ ପଦକ୍ଷେପ ନେଇ ନାହାନ୍ତି । ଓଲଟା ଯେଉଁ ଡ୍ରାଇଭର ଆନ୍ଦୋଳନ ସମୟରେ ଗାଡି ଚଳଉଛନ୍ତି । ସେମାନଙ୍କୁ ଫୁଲ ଓ ମିଠା ଦେଇ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ଵାନ କରାଯାଇଛି । ଏତେ ଶାନ୍ତିପୂର୍ଣ୍ଣ ସହକାରେ ଡ୍ରାଇଭର ଆନ୍ଦୋଳନ କରି ମଧ୍ୟ ଏପରି କିଛି ଦ୍ରୁଶ୍ଯ ସାମ୍ନାକୁ ବର୍ତ୍ତମାନ ସମୟରେ ଆସିବାରେ ଲାଗିଛି ।

ଯେଉଁଠାରେ କି ସମ୍ବଳପୁରର ଦେବଗଡ ରାସ୍ତାରେ ଜୟନ୍ତ ଛକ ନିକଟରେ କିଛି ଡ୍ରାଇଭର ଭାଇ ଆନ୍ଦୋଳନ କରି ବସିଥିଲେ । ତେବେ ସେଠାକୁ ପୋଲିସ ଟିମ ଆସି ଗୋଟିଏ ପରେ ଗୋଟିଏ ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଉଠାଇ ନେଇଛନ୍ତି । ତେବେ ଶାନ୍ତିପୂର୍ଣ୍ଣ ସହକାରେ ଆନ୍ଦୋଳକ କରୁଥିବା ଡ୍ରାଇଭରଙ୍କୁ ପୋଲିସ ଆସି ଆନ୍ଦୋଳନର ସ୍ଥାନରୁ ଉଠାଇ ନେବାର କାରଣ ଯଦିଓ ଭଲ ଭାବରେ କିଛି ସ୍ପଷ୍ଠ ହୋଇପାରି ନାହିଁ ।

ହେଲେ ପୋଲିସ କାହାରି କଥାକୁ ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନାହାନ୍ତି । ଯେଉଁ ଡ୍ରାଇଭର ପୋଲିସ ନଜରରେ ପଡ଼ୁଛନ୍ତି । ସେମାନଙ୍କୁ ପୋଲିସ ସିଧାସଳଖ ଉଠାଇ ଗାଡିରେ ବସି ନେଇଯାଉଛନ୍ତି । ତେବେ ଡ୍ରାଇଭର ମାନଙ୍କର ୧୦ ଦଫା ଦାବୀକୁ ସରକାର ପୂରଣ କରିବା ନିମନ୍ତେ ଏହି ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି ।

ତେବେ ଏହି ଆନ୍ଦୋଳନ କେତେ ଦୂର ସଫଳ ହୋଇ ଡ୍ରାଇଭରଙ୍କ ଦାବୀକୁ ସରକାର ପୂରଣ କରିବେ ତାହା ତ ଆଗାମୀ ସମୟରେ ଜଣା ପଡିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *