ପେଟ୍ରୋଲ ପମ୍ପରେ ବଡ ଗଡବଡ ! ଆଖି ପିଛୁଳାକେ କଥା ଆଳରେ କରିଦେଉଛନ୍ତି ଜଳକା… ଗ୍ରାହକଙ୍କଠୁ ଏମିତି ହେଉଛି ପେଟ୍ରୋଲ ଚୋରୀ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଠାରୁ ଆଖି ପିଛୁଳାକେ ଲୁଟୁଛନ୍ତି । କଥା କଥାରେ ହଜାର ହଜାର ଲୋକ ହେଉଛନ୍ତି ଠକାମୀର ଶିକାର । ତେବେ ଗ୍ରାହକ ଦେଉଥିବା ମୂଲ୍ୟ ଠାରୁ ଅଳ୍ପ ମୂଲ୍ୟର ତେଲ ପଡୁଛି ଗାଡିରେ । ତେବେ ହଁ ବନ୍ଧୁଗଣ ସୂଚନା ମୁତାବିକ ପେଟ୍ରୋଲ ପମ୍ପରେ ଦିନକୁ ଦିନ ଗ୍ରାହକଙ୍କ ଠାରୁ ଆଖି ପିଛୁଳାକେ ଭଣ୍ଡାଇ ପେଟ୍ରୋଲ ଠକିବା କଥା ବଢିବାରେ ଲାଗିଛି ।

ଯାହାକୁ ନେଇ ସମସ୍ତ ଗ୍ରାହକ ପୂର୍ବ ସତର୍କ ରହିବା ନିହାତି ଉଚିତ । ନଚେତ ପ୍ରତିଦିନ ତାଙ୍କ ଖର୍ଚ କରି ମଧ୍ୟ ଗ୍ରାହକ ଉପଯୁକ୍ତ ମୂଲ୍ୟ ଆଧାରରେ ତେଲ ପାଇବାରୁ ବଞ୍ଚିତ ହୋଇ ରହୁଥିବେ । ତେବେ ପେଟ୍ରୋଲ ପମ୍ପରେ ରହୁଥିବା କର୍ମଚାରୀ ମାନେ ନିଜର ସୁବିଧା ପାଇଁ ପ୍ରତିଦିନ ଅନେକଙ୍କୁ ଭୁଆଁ ବୁଲାଉଛନ୍ତି । ହେଲେ ସାଧାରଣ ଲୋକ ଏହି ବିଷୟରେ ଅଜ୍ଞ ଥିବାରୁ ଏହାକୁ ଜାଣିପାରୁନାହାନ୍ତି । ତେବେ ଯେତେବେଳେ ଜଣେ ଲୋକ ନିଜ ଗାଡିରେ ତେଲ ପକାଇବାକୁ ଯାଉଛି ।

ସେତେବେଳେ ପେଟ୍ରୋଲ କର୍ମଚାରୀ ମାନେ ଗ୍ରାହକଙ୍କୁ ନିଜ କଥାରେ ଭୁଲାଇ ପମ୍ପ ମିଟରକୁ ଜିରୋ ନକରି ତେଲ ପକାଇଥାନ୍ତି । ପୂର୍ବରୁ ତେଲ ପକାଇଥିବା ଗ୍ରାହକଙ୍କୁ ରିଡିଂରୁ ମିଟର ଚାଲୁ ହୋଇଥାଏ । ଯାହା ଫଳରେ ଗ୍ରାହକ ଯେତିକି ଟଙ୍କାର ପରିମାଣ ମୁତାବିକ ଗାଡିରେ ତେଲ ପକାଇବାକୁ ଆସିଥିବ । ଟଙ୍କା ତୁଳନାରେ ସେ କିନ୍ତୁ କମ୍ ପରିମାଣର ତେଲ ପାଇକି ଜୀବ । ତେବେ ଏହିପରି ବହୁ ସଂଖ୍ୟକ ଲୋକ ପେଟ୍ରୋଲ ପମ୍ପ ଠାରେ ଠକାମୀର ଶିକାର ହୋଇଥାନ୍ତି ।

ତେଣୁ ଯେଉଁ ଲୋକେ ଏହି ବିଷୟରେ ଏତେ ଜ୍ଞାନ ନଥାଏ । ସେମାନେ ସବୁବେଳେ ହେଁ ଟଙ୍କା ଦେଇ ମଧ୍ୟ ଉପଯୁକ୍ତ ପରିମାଣର ତେଲ ପାଇପାରିନଥାନ୍ତି । ଗ୍ରାହକଙ୍କ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି । ହେଲେ ପେଟ୍ରୋଲ ପମ୍ପ ମାଲିକ ଏପରି କଥାକୁ ଠୁଳେ ମଧ୍ୟ ମାନିବାକୁ ପ୍ରସ୍ତୁତ ନାହାନ୍ତି । ତେବେ ପେଟ୍ରୋଲ ପମ୍ପରେ ତେଲ ଭରିବା ପୂର୍ବରୁ ମିଟର ଜିରୋ ହୋଇଛି କି ନାହିଁ ଚେକ କରିନେବା ଉଚିତ ।

ଏହା ଛଡା ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ସହିତ ତେଲ ପକାଇବା ସମୟରେ ଅଯଥା ଗପିବା ମଧ୍ୟ ଉଚିତ ନୁହେଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *