ମନ୍ତ୍ରୀ ମଣ୍ଡଳର ଆନ୍ଧ୍ର ଷ୍ଟାଇଲ…ଦେଖନ୍ତୁ ଏହି Special Report

ନମସ୍କାର ବନ୍ଧୁଗଣ ତେବେ ଆନ୍ଧ୍ରପ୍ରଦେଶ ଢାଞ୍ଚା ରେ ହେବ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ । ତେବେ ଇସ୍ତଫା ଦେବେ ସବୁ ମନ୍ତ୍ରୀ । ଚାରି ଜଣ ରହିବେ ବରିଷ୍ଠ ମନ୍ତ୍ରୀ ଏବଂ ବାକି ସବୁ ବିଦା ହେବେ । ମନ୍ତ୍ରୀ ହେବେ ବୋଲି ଆଶା ବାନ୍ଧିଲେଣି ପ୍ରଦୀପ ପାଣିଗ୍ରାହୀ । ମନ୍ତ୍ରୀ ଅଦଳ ବଦଳ ନେଇ ନୀତି ଦିନ ଚାଲିଛି ଗୁଲିଗପ । ତେବେ କେବେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହେବ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଜଣା ।


କିନ୍ତୁ ମାତ୍ର ପ୍ରତିଦିନ ଏହାକୁ ନେଇ କିଛି ଗୁଲି ଗପ ପାୱାର କରିଡୋର ରେ ଘୁରି ବୁଲୁଛି । ଯେହେତୁ ଥାର୍ଡ ଫ୍ଲୋର ନବୀନ ନିବାସ ରୁ କିଛି କଥା ଲିକ ହୋଇ ପାରୁ ନାହିଁ । ସେଇଥି ପାଇଁ ବିଚରା ମନ୍ତ୍ରୀ ମାନେ ଏହି ଭଳି ଗପକୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ମନ୍ତ୍ରୀ ମଣ୍ଡଳ ରୁ ବିଦା ନ ହେବା ପାଇଁ ଏବଂ ସାମିଲ ହେବା ଲାଗି କିଛି ବିଧାୟକ ଏବଂ ମନ୍ତ୍ରୀ ଦେବାଦେବୀଙ୍କ ଦ୍ୱାରସ୍ଥ ହୋଇ ଥିବାର ଦେଖିବାକୁ ମିଳୁଛି ।

ତେବେ ଏବେ ଏକ ଖବର ବଜାରରେ ଘୁରି ବୁଲୁଛି । ଚର୍ଚ୍ଚା ଅନୁସାରେ ଆନ୍ଧ୍ରପ୍ରଦେଶ ଢାଞ୍ଚା ରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହେବ ଏବଂ ଏକା ଥରେ ସବୁ ମନ୍ତ୍ରୀ ଇସ୍ତଫା ଦେବେ ଏବଂ ସେମାନଙ୍କ ବିଭାଗ ମଧ୍ୟ ଅଦଳ ବଦଳ ହେବ ଏବଂ କିଛି ନୂଆ ଚେହେରା ମଧ୍ୟ ଦେଖିବାକୁ ମିଳିବ ।


ତେବେ କିଛି ଆଗ ଚଳା ମନ୍ତ୍ରୀ ନିଜ ନିଜ କ୍ୱାଟରସ୍ ଖାଲି କରିବେ । କିଛି ଯୁବ ବିଧାୟକ କେତେକ ବିଭାଗର ମଙ୍ଗ ସମ୍ଭାଳିବେ । ତେବେ ସବୁଠାରୁ ମଜା କଥା ହେଲା ଦଳ ରୁ ନିଲମ୍ବିତ ହୋଇଥିବା ଗୋପାଳ ପୁର ବିଧାୟକ ଏଥର ମନ୍ତ୍ରୀ ମଣ୍ଡଳ ରେ ସ୍ଥାନ ପାଇବେ ବୋଲି ତାଙ୍କର ସମର୍ଥକ ମାନେ କହି ବୁଲୁଛନ୍ତି ତେବେ କେଉଁ ତର୍କ ବଳ ରେ ସେ ମନ୍ତ୍ରୀ ହେବେ ତାହା ତ ସେମାନଙ୍କୁ ଜଣା । ତେବେ ମାତ୍ର ତାଙ୍କ ସମର୍ଥକ ଙ୍କ କହିବା ଅନୁସାରେ ସେ କେଉଁଆଡ଼େ ଫୁଣି ଥରେ ମୁଖ୍ୟମନ୍ତ୍ରୀ ଙ୍କ ବିଶ୍ୱାସ ହାସଲ କରି ସାରିଛନ୍ତି ।


ତେବେ ଆଉ ଏକ ଅଦ୍ଭୁତ କଥା ଚର୍ଚ୍ଚା ଚାଲିଛି ବିଭିନ୍ନ ବିଭାଗୀୟ ସଚିବ ଙ୍କ ମର୍ଜି ଅନୁସାରେ ଏଥର ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରାଯିବ । କିଛି ପାୱାର ଫୁଲ ବାବୁ ତାଙ୍କ ବିଭାଗକୁ କାହାକୁ ନେଇ ମନ୍ତ୍ରୀ କରାଯିବ ସେ ନେଇ ଲବି କରିବା ଆରମ୍ଭ କରି ଦେଇଛନ୍ତି ତେବେ ଏହା କେତେ ଦୂର ସତ ଏବଂ କେତେ ଦୂର ମିଛ ତାହା ଜଣା ନାହିଁ ଏହା କେବଳ ରାଜନୈତିକ କ୍ଷେତ୍ରରେ ଏହି କଥା ଘୁରି ବୁଲୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *