ଇଏ ତ କମାଲ ହେଇଗଲା ! ଆମେରିକାରେ ରହି ଭାରତରେ ଚୋରକୁ ଧରିଲେ ମାଲିକ, ଜାଣନ୍ତୁ କିପରି ?

ଘର ଭାରତରେ ହେଲେ ମାଲିକ ଆମେରିକାରେ କିନ୍ତୁ ତୃତୀୟ ନୟନ ସାହାର୍ଯ୍ୟରେ ଆମେରିକାରେ ଥାଇ ଭାରତ ଘରେ ପଶିଥିବା ଚୋରକୁ ଧରିଦେଲେ ମାଲିକ । କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ କାରଣ ଆଜିର ଟେକ୍ନୋଲୋଜି ଯୁଗରେ ଏହା ସମ୍ଭବ ହୋଇ ପାରିଛି । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଉତ୍ତର ପ୍ରଦେଶ କାନପୁରରେ ଘଟିଛି । ଏହି ଘରଟିର ମାଲିକ ରହୁଛନ୍ତି ଆମେରିକାରେ ।

କିନ୍ତୁ ଦରିଆ ପାରିରେ ରହି ତୃତୀୟ ନୟନ ଜରିଆରେ ନଜର ରଖିଛନ୍ତି ଭାରତରେ ଥିବା ତାଙ୍କର ଏହି ଘର ଉପରେ । କିଏ ଆସୁଛି କିଏ ପଶୁଚି ସେ ସବୁ ଦେଖୁଛନ୍ତି । ଏହି ଘରେ ଲାଗିଥିବା ସିସି କ୍ୟାମେରା ଜରିଆରେ ସେ ଆମେରିକାରେ ରହି ମୋବାଇଲରେ ନିଜ ଘର ଉପରେ ନଜର ରଖିପାରୁ ଛନ୍ତି । ହଠାତ କିଛି ଦିନ ତଳେ ସେ ଦେଖିଲେ ତାଙ୍କ ଘରେ ଚାରି ଜଣ ଚୋର ପଶୁଛନ୍ତି ସେତେବେଳେ ଭାରତରେ ମଧ୍ୟରାତି ଓ ଆମେରିକାରେ ଦିନ ।

ସେହି ସମୟରେ ସେ କାନପୁର ପୋଲିସ କଣ୍ଟ୍ରୋଲ ରୁମ ଓ ତାଙ୍କ ଘରର ପଡୋଶୀ ଲୋକଙ୍କୁ ଫୋନ କରି ଏ କଥା ଜଣାଇ ଥିଲେ । ଏହା ପରେ ପୋଲିସ ତୁରନ୍ତ ଆରମ୍ଭ କରିଦେଇଥିଲା ଅଭିଯାନ । ଘରେ ପଶିଥିବା ଚୋରଙ୍କୁ କିଛି ମୂହୁର୍ତ୍ତ ଭିତରେ ଘେରି ଗଲେ ପୋଲିସ ଟିମ ।ଉଭୟଙ୍କ ମଧ୍ୟରେ ଫାଇରିଙ୍ଗ ମଧ୍ୟ ହେଲା  ଯାହାଫଳରେ ଜଣେ ଚୋର ଆଘାତ ପାଇଥିଲା ।

ଏହା ପରେ ପୋଲିସ ଟିମ ସେହି ଚୋରକୁ ହସ୍ପିଟାଲ ନେଇ ଯାଇଥିଲେ । ବର୍ତ୍ତମାନ ସେହି ଚୋରର ଚିକିତ୍ସା ଚାଲିଛି ଓ ତାର ଅବସ୍ଥା ଭଲ ଅଛି । ବନ୍ଧୁଗଣ ପୋଲିସ ବର୍ତ୍ତମାନ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଆମେରିକା ରହି ନିଜ ଘରକୁ ଏମିତି ସୁରକ୍ଷିତ ରଖିବା ଦୃଶ୍ୟ ବୋଧେ ଆପଣ ମାନେ ପ୍ରଥମ ଥର ଦେଖିଥିବେ ।

ବନ୍ଧୁଗଣ ଆମ ଭାରତ ଦେଶରୁ ଅନେକ ଲୋକ ବିଦେଶ ଯାଇ କାମ କରିଥାନ୍ତି ହେଲେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ବିଦେଶରେ ରହି ମଧ୍ୟ ନିଜ ଘରକୁ ଭୁଲି ନଥାନ୍ତି ଓ ସବୁବେଳେ ନିଜ ଘର ଉପରେ ନଜର ରଖିଥାନ୍ତି । ତା ହେଲେ ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଘଟଣାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *