Mihir ଙ୍କ ସହ ପୁରୁଣା ସ୍ମୃତି ମନେ ପକାଇ କାନ୍ଦିଲେ Siddhanta Mahapatra, ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ମିହିର ଦାସ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଓ ତାଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ନିଜ ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ କେତେକ ପୁରସ୍କାରରେ ବି ସମ୍ମାନିତ କରାଯାଇଛି । ତେବେ ବନ୍ଧୁଗଣ ସମସ୍ତ ଓଡିଆ କଳାକାର ମାନେ ମିହିର ଯିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ବନ୍ଧୁଗଣ ଏହି ଭିଡିଓଟି ହେଉଛି ଏକ ଆୱାର୍ଡ ଫଙ୍କସନର । ଏହି ଆୱାର୍ଡ ଫଙ୍କସନରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ଅଛନ୍ତି ଓ ଏଠି ବଲିଉଡ ଅଭିନେତା ଗୋବିନ୍ଦା ମଧ୍ୟ ଅଛନ୍ତି ।

ଏହି ଆୱାର୍ଡ ଫଙ୍କସନରେ ଓଡିଆ ଅଭିନେତା ସିଦ୍ଧାନ୍ତ ମିହିରଙ୍କ ସହ ଛିଡା ହୋଇ କିଛି ପୁରୁଣା ସ୍ମୃତି ମନେ ପକାଇ କାନ୍ଦି ପକାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭିଡିଓରେ ସିଦ୍ଧାନ୍ତ ମିହିରଙ୍କ ସହ ଛିଡା ହୋଇଛନ୍ତି ଓ କହୁଛନ୍ତି-‘ଧନ୍ୟବାଦ ମୁ କାହାକୁ ଦେବି ସେଇଟା ମୁ ବୁଝି ପାରୁ ନାହିଁ । ଟାଣି ହେଇକି ଚାଲି ଆସିଛି’ ।

ଆଗକୁ ସେ କହିଛନ୍ତି-‘୪୦ ବର୍ଷ ତା ଭିତରୁ ୩୦ ବର୍ଷର ଭାଗୀଦାରୀ ମୋ ସାଙ୍ଗରେ । ସେତେବେଳେ କିନ୍ତୁ ହିରୋ ଆଉ ଜିରୋର କଥା ନଥିଲା ସେ ହିରୋ ବି ଥିଲା ତା ସାଙ୍ଗରେ ଜିରୋ ବି ଥିଲା ମିସିକି ଆମେ ୧୦ ରୁ ୧୦ ମାର୍କ ପାଉଥିଲୁ । ଜିରୋକୁ କାଟିଦେଲେ ଏକ, ଏକକୁ ଯଦି ଛାଡିଦେବେ ତା ହେଲେ ଶୁନ ମୁ କାହାକୁ ରଖିବି ଆଉ କାହାକୁ ଛାଡିବି । କଥା ଥିଲା ସେଇଠି ଏଠି ଯେଉଁ ମାନେ ବି ଆସିଛନ୍ତି ସମସ୍ତେ ଆସିଛନ୍ତି ନିଜ ନିଜ ଶୁଣ୍ଢରେ ମାଟି ତାଡିବା ପାଇଁ କିନ୍ତୁ କଥାରେ ବି ଗୋଟେ ଅଛି ଯୋଡାକୁ ଘୋଡା ସରି ନୁହେଁ’ ।

ଆଗକୁ ସେ କହିଛନ୍ତି-‘ଏ ଥିଲା ମୋର ଆଉ ମିହିର ଭାଇଙ୍କ କାହାଣୀ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ମିଳିଗଲା ତ ସେଇଠି ଆମ ଯାତ୍ରା ସରିଗଲା’ । ବନ୍ଧୁଗଣ ଏହି କଥା କହିବା ବେଳେ ସିଦ୍ଧାନ୍ତଙ୍କ ଆଖିରୁ ଲୁହ ଝରି ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *