ନମସ୍କାର ବନ୍ଧୁଗଣ ତେବେ ଆଜି ହେଉଛି ପବିତ୍ର ହୋଲି ତେବେ ଦୀର୍ଘ ଦୁଇ ବର୍ଷ ପରେ ସାରା ଦେଶ ଆଜି ପାଳନ କରୁଛି ଭାଇଚାରାର ପର୍ବ ହୋଲି ଉତ୍ସବ । ଦେଶର ପୁର ପଲ୍ଲୀରେ ବିଭିନ୍ନ ସମ୍ପ୍ରଦାୟ ଜାତି ଓ ଧର୍ମ ଆଜି ଏକ ହୋଇଯାଇଛି ଏହି ହୋଲି ପର୍ବରେ । ଦୀର୍ଘ ଦୁଇ ବର୍ଷ ଧରି କରୋନା ପ୍ରଭାବ ଯୋଗୁ ଦେଶରେ ରଙ୍ଗର ପର୍ବ ହୋଲି ଫିକା ଥିଲାବେଳେ ଆଜି ଏହା ସମସ୍ତଙ୍କୁ ରଙ୍ଗୀନ କରିଛି ।
ଓଡିଶାରେ ମଧ୍ୟ ଏହି ପର୍ବ ଫିକା ପଡି ନାହିଁ । ଗାଁ ଗହଳରେ ଦୋଳରେ ଠାକୁରମାନେ ଆସି ଭୋଗ ଖାଉଥିବାବେଳେ ଆଜି ରଙ୍ଗ ଉତ୍ସବକୁ ଧୁମଧାମରେ ପାଳନ କରିଛନ୍ତି ଓଡିଶା ବାସୀ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜଧାନୀବାସୀ ହୋଲିର ପର୍ବକୁ ନିଆରା ଢ଼ଙ୍ଗରେ ପାଳନ କରୁଥିବା ଦେଖାଯାଇଛି । ଆଜି ପ୍ରାୟ ସମସ୍ତ ଜାଗାରେ ଲୋକମାନେ ଜୈବିକ ରଙ୍ଗ ବ୍ୟବହାର କରୁଥିବା ଦେଖାଯାଇଥିଲା ।
ନିଜର ପ୍ରିୟ ଓ ଆପଣାର ଲୋକଙ୍କୁ ରଙ୍ଗରେ ରଙ୍ଗାୟିତ କରିଥିଲେ ରାଜଧାନୀବାସୀ । ସକାଳୁ ସକାଳୁ ବିଭିନ୍ନ ପାର୍କରେ ପ୍ରାତଃ ଭ୍ରମଣ କରୁଥିବାବେଳେ ମଧ୍ୟ ନିଜ ନିଜ ମଧ୍ୟରେ ରଙ୍ଗ ବୋଳିବା ପାଇଁ ଭୁଲିନଥିଲେ ପ୍ରାତଃ ଭ୍ରମଣକାରୀ । ବିଜୁ ପଟ୍ଟନାୟକ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ଶ୍ୟାମାପଦ ମୁଖାର୍ଜୀ ପାର୍କ ଓ ବରମୁଣ୍ଡା ସ୍ଥିତ ପ୍ରଜ୍ଞା ବିହାର ପାର୍କରେ ରଙ୍ଗର ପର୍ବ ହୋଲିକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ ।
ତେବେ ଏହି ସମୟରେ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଚାଲିଥିବାରୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ମିଠା ପ୍ୟାକେଟ ଓ ନିଜର ପ୍ରଚାର ପତ୍ର ଦେଇ ଭୋଟର ମାନଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଥିବା ଦେଖା ଯାଇଥିଲା । ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ହୋଲି ଉତ୍ସବକୁ ନିଜ ନିଜ ଢ଼ଙ୍ଗରେ କର୍ମୀମାନଙ୍କ ସହ ପାଳନ କରିଥିଲେ।
ତେବେ ସେହିପରି କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ନିଜ କର୍ମଚାରୀ ଏବଂ ସହକର୍ମୀ ଏବଂ ସାଧାରଣ ଜନତା ଙ୍କ ସହ ହୋଲି ଖେଳି ଥିଲେ। ନାଚ ଗୀତ କରି ଖୁବ ମଜା ମସ୍ତି ମଧ୍ୟ କରୁଥିଲେ। ତେବେ ସେ କହିଛନ୍ତି ଏହା ଏକ ଖୁସିର ଶ୍ରଦ୍ଧା ର ପର୍ବ ଆନନ୍ଦ ର ପର୍ବ ସମସ୍ତେ ମିଳିମିଶି ପାଳନ କରିବା ଉଚିତ। କେହି କାହା ଉପରେ ଅଭିମାନ ନ କରି ଖୁସି ମନରେ ଖେଳିବା ଉଚିତ ବର୍ଷକୁ ଥରେ ଆସେ ହୋଲି ତେଣୁ ଏହାକୁ ଭଲ ଭାବରେ ପାଳନ କରିବା ଆବଶ୍ୟକ।
ତେବେ ଏହା ସହ କହିଛନ୍ତି କି ହୋଲି ଖେଳିବା ପରେ ଚୁଟି କାଟି ଗାଧୋଇ ପାଧୋଇ ମଟନ ଓ ଭାତ ଖିଆ ହେବ। ଖୁବ ମଜା ମସ୍ତି ହେବ। ଦୀର୍ଘ ୫୦ ବର୍ଷ ଧରି ଏହା ହୋଇ ଆସୁଛି ଏବଂ ଆଗକୁ ମଧ୍ୟ ହେବ। ତେବେ ଶେଷ ରେ ସେ ସମସ୍ତ ଓଡିଶା ବାସୀଙ୍କୁ ହୋଲିର ଶୁଭକାମନା ମଧ୍ୟ ଜଣାଇଥିଲେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।