‘ଆମେ ଗୋଟେ ବଡ ପଖାଳ ପାର୍ଟି କରିଥିଲୁ ,ଦୌଡାଦଉଡି ହୋଇ ପଖାଳ ଉପରେ କୁଦି ପଡ଼ିଲୁ, ଦ୍ରୌପଦୀ ସେତେବେଳେ…’ ରାଷ୍ଟ୍ରପତି Draupadi Murmu ଙ୍କ ସାଙ୍ଗ

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସାଙ୍ଗ କିଛି ଅନୁଭୂତି ସମ୍ବନ୍ଧରେ କହିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସାଙ୍ଗ କହିଥିଲେ ଯେ ତାଙ୍କର ମନେ ଅଛି 2003 ତଥା 2004 ର ସଂପୂର୍ଣ୍ଣ ଦୃଶ୍ୟ । ମହିଳା ମୋର୍ଚ୍ଚା ର କାମ କରୁ କରୁ ଦ୍ରୌପଦୀ ମୁର୍ମୁ ସେତେବେଳେ ତାଙ୍କର ମନ୍ତ୍ରୀ ଥିଲେ । ମାତ୍ର ସେମାନେ ସେତେବେଳେ ମିଶି ଏକ ବିରାଟ ବଡ ପଖାଳ ପାର୍ଟି କରିଥିଲେ ।

ଏକାଠି ହୋଇ ପଖାଳ ଖାଇବାର ବ୍ୟବସ୍ଥା କରିଥିଲେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଆଜି ମଧ୍ୟ ସେ ଫଟୋ ତାଙ୍କ ପାଖରେ ରହିଅଛି । ସମସ୍ତେ ସମସ୍ତଙ୍କ ଉପରେ ଚଢି ସେତେବେଳେ ଯେଉଁଭଳି ଭାବରେ ଫଟୋ ଉଠାଇବାକୁ ଆସିଥିଲେ ସମସ୍ତେ ଯେଉଁଭଳି ପଖାଳ କଂସ ଙ୍କୁ ଟନ ଟନ କରି ବଜାଇ ଏକାଠି ଖାଇଥିଲେ, ଏହା ତାଙ୍କ ପାଇଁ ବହୁତ ଆନନ୍ଦ ର କଥା ଥିଲା ବୋଲି ସେ କହିଥିଲେ ।

ସମୁଦାୟ 70 ଜଣ ମହିଳା ପଖାଳ ପାର୍ଟି କରିଥିଲେ । ଏବଂ କୌଣସି ଟେଣ୍ଟ ହାଉସ ରୁ ଆୟୋଜନ କରିବାକୁ ପଡି ନଥିଲା । ଆଖପାଖ ସମସ୍ତଙ୍କର ତଥା ତାଙ୍କ ଘର ପାଖର ମଧ୍ୟ 70 କଂସା ବାହାରି ପଡିଥିଲା ପଖାଳ ଖାଇବା ନିମନ୍ତେ । ଏହା ଅତ୍ୟନ୍ତ ରୋଚକ ଥିଲା । ସମସ୍ତେ ବହୁତ ମଜା ନେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସେଥିରେ ଥିଲେ ଏବଂ ମହିଳା ମୋର୍ଚ୍ଚା ର ଅନ୍ୟ ମହିଳା ମାନେ ମଧ୍ୟ ସେଥିରେ ଥିଲେ ।

ତେବେ ଦ୍ରୌପଦୀ ମୁର୍ମୁ ଜଣେ ସାଧାରଣ ମଣିଷ ଥିଲେ । ସେ ଆଦୌ ଅସାଧାରଣ ନଥିଲେ । ମାତ୍ର ଆଜିଭଳି ଦିନରେ ସେ ଦେଶର ପ୍ରଥମ ନାଗରିକ ଭାବରେ ପରିଚିତ । ତାଙ୍କ ଜୀବନର ପ୍ରତ୍ୟକ କ୍ଷେତ୍ରରେ ତାହା ଛୋଟ ଘଟଣା ହେଉ ଅଥବା ବଡ ଘଟଣା ହେଉ ସମସ୍ତଙ୍କ ସହିତ ମିଶି ଚାଲିବା ତଥା ସ୍ନେହ ବାଣ୍ଟିବା, ଖୁସି ବାଣ୍ଟିବା ସୁରମା ସବୁବେଳେ ଅନୁଭବ କରନ୍ତି ବୋଲି କହିଛନ୍ତି ।

ଏବଂ ସୁରମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦିଦି ଡାକନ୍ତି ବୋଲି କହିଛନ୍ତି । ତେବେ ଆଜି ଦ୍ରୌପଦୀ ମୁର୍ମୁ ଙ୍କ ସହିତ ଜଡିତ ହୋଇ ରହିଥିବା ସାଙ୍ଗସାଥି ଠାରୁ ଆରମ୍ଭ କରି ସମ୍ପର୍କୀୟ, ବିଦ୍ୟାଳୟ, କଲେଜ ସମସ୍ତେ ଗର୍ବିତ ଅନୁଭବ କରୁଛନ୍ତି ଯେ ଆଜି ସେ ଦେଶର ରାଷ୍ଟ୍ରପତି ଭାବରେ ଆଶନ ଗ୍ରହଣ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *