ଆମର ସବୁ ସ୍ଵପ୍ନ ଭାଙ୍ଗିଗଲା ମୋ ଝିଅ ହାରିଗଲା, ଆଉ ଘର ଟିଏ କରି ପାରିବୁ ନାହିଁ…. ଭିକ ମାଗି ଚଳିବୁ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଝିଅର ଅଭିଯୋଗ ଶୁଣିବା ପରେ ମା ‘ ମୁଖ ଖୋଲିଛନ୍ତି । ମା ‘ କହୁଛନ୍ତି ଆମର ସବୁ ସ୍ଵପ୍ନ ଭାଙ୍ଗିଗଲା ମୋ ଝିଅ ହାରିଗଲା , ଆଉ ଘରଟେ କରିପାରିବୁ ନାହିଁ । ହଁ ଦର୍ଶକବନ୍ଧୁ ସସ୍ମିତା କେବେ ସ୍ଵପ୍ନରେ ଚିନ୍ତା କରି ନ ଥିଲେ ଯେ ତାଙ୍କୁ ଏଭଳି ସୁଯୋଗ ଟିଏ ମିଳିବ  ଏବଂ ସେ ରାତାରାତି ସିଙ୍ଗର ହେଇଯିବେ ।

ମାତ୍ର ବିଧିର ଲେଖା ବିଚିତ୍ର ଅଟେ ଯାହା ଫଳରେ ସାମ୍ବାଦିକ ରାହୁଲଙ୍କ ଆଖି ଦୃଷ୍ଟି ଭିକ ମାଗୁଥିବା ସସ୍ମିତାଙ୍କ ଉପରେ ପଡିଥିଲା । ସାମ୍ବାଦିକ ରାହୁଲ ସସ୍ମିତାଙ୍କ ଭିତରେ ଥିବା ଟ୍ଯାଲେନ୍ଟ କୁ ଦେଖି ତାଙ୍କୁ ଭାଇରାଲ କରିଥିଲେ । ମାତ୍ର ସସ୍ମିତା ଯିଏ ତାଙ୍କୁ ସଫଳତାର ମାର୍ଗ ଦେଖାଇଲା ତା ‘ଉପରେ ହିଁ ଅଭିଯୋଗ କରିଥିଲା । ଯାହା ପରବର୍ତ୍ତୀ ସମୟରେ ମହାଭାରତ ପାଲଟି ଯାଇଥିଲା ।

ରାହୁଲ ଓ ସସ୍ମିତାଙ୍କ ଅଭିଯୋଗ ବେଶ୍ ଚର୍ଚ୍ଚାର ପାତ୍ର ପାଲଟି ଲୋକେ ସସ୍ମିତାଙ୍କ ନାଁ ରେ ଅନେକ କଥା କହିବାକୁ ଲାଗିଲେ । ଯାହାକୁ ଶୁଣି ମା ହୃଦୟ କାନ୍ଦବିଳକ ହୋଇଗଲା ଏବଂ ଦର୍ଶକଙ୍କୁ ହାତ ଯୋଡି ଝିଅକୁ କ୍ଷମା କରିଦେବାକୁ ବିନତି କରିଛନ୍ତି । ସସ୍ମିତାଙ୍କ ମା ‘ ଙ୍କ କହୁବା ଅନୁସାରେ ମୁଁ ଅନେକ ବିଷୟ ଶୁଣିବାକୁ ପାଉଛି ମୋତେ ବହୁତ ଖରାପ ଲାଗୁଛି ତେଣୁ ମୁଁ ବିନୟ କରି କହୁଛି ମୋ ଝିଅକୁ କ୍ଷମା କରିଦିଅ ଓ ତାଙ୍କୁ ଆଗକୁ  ବଢିବାର ସୁଯୋଗ ଦିଅ  ।

କାରଣ ମୋ ଘରର ପରିସ୍ଥିତି ବହୁତ ଖରାପ ଯେବେଠୁ ସସ୍ମିତା ଗୀତ ଗାଇବାକୁ ଗଲା । ଟିକେ ଟିକେ କରି ଘରର ଅବସ୍ଥା ପରିବର୍ତ୍ତନ ହେବାକୁ ଲାଗିଥିଲା । ମାତ୍ର ଏଭଳି ଅଭିଯୋଗ ପରେ ମୋ ଝିଅ ମତେ ଫୋନ କରି କେବେ କଣ କହୁଛି ସେ ନିଜେ ବୁଝିପାରୁନି କିନ୍ତୁ ଆମର ସବୁ ସ୍ଵପ୍ନ କାଚ ଭଳି ଭାଙ୍ଗିବାକୁ ଲାଗିଛି । ମୁଁ ଭିକ ମାଗୁଥିଲି ପରେ ମୋ ଝିଅ ମଧ୍ୟ ଭିକ ମାଗୁଥିଲା କିନ୍ତୁ ଭାଇରାଲ ହେବ ପରେ ମୁଁ  ଭାବିଲି ଆମ ଜୀବନର ବଦଳିବ ।

ରାହୁଲ ମୋ ପୁଅ ଭଳି ତେଣୁ ମୁଁ ବିନତି  କରେ କି ସସ୍ମିତାକୁ କ୍ଷମା କରି ଗୋଟିଏ ସୁଯୋଗ ଦିଆଯାଉ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *