ଚଷମା ଅଭ୍ଯାସ ଛଡେଇବା ଓ ଆଖିର ଦୃଷ୍ଟିଶକ୍ତି ବଢେଇବା ପାଇଁ ସହଜ ଘରୋଇ ଉପାୟ, କେମିତି କରିବେ ଜାଣିନିଅନ୍ତୁ

ଆଜିର ଆଧୁନିକ ଯୁଗରେ ଲୋକେ କମ୍ପ୍ୟୁଟର, ମୋବାଇଲ୍, ଅଧିକାଂଶ ବ୍ୟବହାର କରିବା ଯୋଗୁଁ ଆଖିର ଦୃଷ୍ଟିଶକ୍ତି ଧୀରେ ଧୀରେ କମିବାରେ ଲାଗିଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ କରିବା ଦ୍ୱାରା ଆପଣ ଆଖିର ଜ୍ୟୋତିକୁ ତେଜ କରି ପାରିବେ । ଏହା ଏକ ପୁରୁଣା ଘରୋଇ ଉପାୟ ଯାହାକୁ ଆପଣଙ୍କ ମଧ୍ୟରୁ ଅନେକ ଲୋକ ମଧ୍ୟ ଜାଣିଥିବେ । ଆଖି ଭଗବାନଙ୍କର ଅମୂଲ୍ୟ ଉପହାର । ଯଦି ଆମ ପାଖରେ ଆଖି ନଥାନ୍ତା ତ ଆମେ ଦୁନିଆକୁ କେବେ ଦେଖିପାରି ନଥାନ୍ତେ, ତେଣୁ ଆଖିର ଧ୍ୟାନ ରଖନ୍ତୁ ।

କମ୍ପ୍ୟୁଟର, ମୋବାଇଲ କମ ବ୍ୟବହାର କରନ୍ତୁ । ଯଦି କେବେ ଆପଣଙ୍କ ଆଖିରେ ଜଳାପୋଡା ବା ଯନ୍ତ୍ରଣା ହେଉଛି ତ ଆପଣ ଦୁଇ ହାତ ପାପୁଲିକୁ କିଛି ସମୟ ଘସି ହାତକୁ ଆଖି ଉପରେ ମାରନ୍ତୁ, ଆରାମ ମିଳିବ । ଏମିତିରେ ଆପଣ ଗୋଲାପ ଜଳ ମଧ୍ୟ ବ୍ୟବହାର କରିପାରିବେ ।

ଏହାକୁ ତୁଳାରେ ନେଇ ଆଖିରେ ଥାପିଲେ ଆଖିକୁ ଥଣ୍ଡା ମିଳିଥାଏ । ଆସନ୍ତୁ ଜାଣିବା ସେହି ଉପାୟ ଯାହା ଦ୍ଵାରା ଆଖିର ଦୃଷ୍ଟିଶକ୍ତିକୁ ରକ୍ଷା କରି ପାରିବା । ପ୍ରଥମେ ନିଅନ୍ତୁ ଶୁଦ୍ଧ ସୋରିଷ ତେଲ । ଏହାକୁ ଆପଣ ଖାଇଲେ ପେଟ ସମସ୍ୟା ଦୂର ହୋଇଥାଏ ଓ କେଶରେ ଲଗେଇଲେ କେଶ ବଢ଼ିଥାଏ । ଆପଣ ଗୋଟେ ଚାମଚ୍ ଶୁଦ୍ଧ ସୋରିଷ ତେଲ ନିଅନ୍ତୁ । ତାପରେ ଗାଧେଇବା ପୂର୍ବରୁ 5 ମିନିଟ ଯାଏ ତାକୁ ହାତରେ ଆଣି ପାଦ ତଳେ ମାଲିସ କରନ୍ତୁ । ଧ୍ୟାନ ଦିଅନ୍ତୁ ଏହାକୁ ଆପଣଙ୍କ ଆଙ୍ଗୁଠିରେ ବେଶି ବେଶି ମାଲିସ କରନ୍ତୁ । 5 ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ ।

ଯଦି ଆପଣ ଏହାର ବ୍ୟବହାର ରାତିରେ କରୁଛନ୍ତି, ତେବେ ଏମିତି ମାଲିସ କରିବା ପରେ ଆପଣ ସାରା ରାତି ଏମିତି ଛାଡ଼ିଦେବେ ଓ ସକାଳୁ ଉଠି ଦେଖିବେ ତଳିପା ରେ ସୋରିଷ ତେଲର ମାତ୍ରା ଜମା ବି ନଥିବ, ଏହା ଶୁଖି ଯାଇଥିବ ଯଦି ଆପଣ ଏହାକୁ ନିୟମିତ ରୂପରେ 21 ଦିନ ଯାଏ କରିବେ ତ ଆପଣ ଦେଖିବେ ଆପଣଙ୍କ ଆଖିର ଦୃଷ୍ଟିଶକ୍ତି ଧୀରେ ଧୀରେ ବଢିବାରେ ଲାଗିବ । ଯଦି ଆପଣଙ୍କୁ ଆମର ଏହି ପୋସ୍ଟ ଭଲ ଲାଗିଛି ତେବେ ଶେୟାର କରି ଅନ୍ୟ ମାନଙ୍କୁ ଜଣାନ୍ତୁ । ଆଖିର ଏହି ସ୍ୱାସ୍ଥ୍ୟ ଟିପ୍ସ ସାଙ୍ଗମାନଙ୍କ ସହ ଶେୟର କରନ୍ତୁ । ଆଗକୁ ଏମିତି ସବୁ ଟିପ୍ସ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *