ରାଶିଫଳ 14 ମାର୍ଚ୍ଚ 2020, ବର୍ଷେ ପରେ ଶନିଦେବଙ୍କ କୃପାରୁ ଏହି ୪ଟି ରାଶିର ଖୋଲିବ ଉନ୍ନତିର ମାର୍ଗ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ହୋଇଥାଏ । ଆମର ରାଶିଫଳ ଗ୍ରହ ଏବଂ ନକ୍ଷତ୍ର ଚାଳନ ଉପରେ ନିର୍ଭର କରିଥାଏ । ଗ୍ରହଙ୍କ ଚଳନ ବଦଳିବା ସହିତ ଆମ ରାଶିଫଳ ବି ବଦଳି ଥାଏ । ରାଶି ଦ୍ଵାରା ଆମେ ଭବିଷ୍ୟତ ବିଷୟରେ ଜାଣି ପାରିଥାଉ । ଆଜି ଶନିବାର 14 ମାର୍ଚ୍ଚର ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ ।

ମେଷ

ଆଜି ଆପଣଙ୍କ ପାଖକୁ କିଛି ଏମିତି ମୌକା ଆସିବ ଯାହା ଆପଣଙ୍କୁ ଭବିଷ୍ୟତରେ ଆହୁରି ବି ଅଧିକ ପଇସା କମାଇବା ପାଇଁ ଅବସର ପ୍ରଦାନ କରିପାରେ । ପ୍ରିୟ ସାଙ୍ଗ ନାରାଜ ହୋଇ ଆପଣଙ୍କ ଜୀବନକୁ କଠିନ କରିପାରନ୍ତି । ଭାଇ ଭଉଣୀଙ୍କୁ ନିଜ ସ୍ୱାସ୍ଥ୍ୟ ପାଇଁ କିଛି ସତର୍କତା ଅବଲମ୍ବନ କରିବାକୁ ହେବ । ଦାମ୍ପତ୍ୟ ଜୀବନ ପାଇଁ ଏହି ସମୟ ଭଲ ରହିବ । ଆପଣଙ୍କର ବ୍ୟକ୍ତିଗତ ଏବଂ ଗୋପନୀୟ କଥା ନିଜର ଲୋକଙ୍କୁ କହିବାର ଏହା ଠିକ ସମୟ ନୁହେଁ ।

ବୃଷ

ଆଜି ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ । ମାଆ ଙ୍କ ଠାରୁ ସଂପୂର୍ଣ ସହଯୋଗ ମିଳିବ । ଆପଣ ଅଧିକ ସଂମବେଦନଶୀଳ ବି ହେଇ ପାରନ୍ତି । ମହିଳାମାନେ ନିଜର ନିର୍ନୟ ନିଜେ ନେବା ପାଇଁ ଚେଷ୍ଟା କରନ୍ତୁ । ବେପାର ପାଇଁ ବସିଥିବା ବୈଠକ ସକାରାତ୍ମକ ରହିବା । ଓକିଲଙ୍କ ପାଖକୁ ଯାଇ ଆଇନ ଉପଦେଶ ନେବାପାଇଁ ଭଲ ଦିନ ଅଟେ । ସାମାଜିକ ଉତ୍ତରଦାୟିତ୍ଵକୁ ଠିକ ଭାବେ ନିଭାଇବା ର ଆବଶ୍ୟକତା ଅଟେ ।

ମିଥୁନ

ଆଜି କୌଣସି ଅନ୍ୟ ଲୋକଙ୍କ କଥାରେ ଆସି କୌଣସି ବି କାର୍ଯ୍ୟ କରନ୍ତୁ ନାହିଁ, କାରୋବାର ମାମଲାରେ ଆପଣ ଭାଗ୍ୟଶାଳୀ ରହିବେ । ପାଠ ପଢିବା ପାଇଁ ରୁଚି ବଢିବାରୁ ମନ ପ୍ରସନ୍ନ ରହିବ । ପରିଶ୍ରମର ଲାଭ ମିଳିବ । ଦାମ୍ପତ୍ୟ ଜୀବନ ଖୁସି ରହିବ । ଫିଟନେସ ପାଇଁ ପରିଶ୍ରମ କରିବା ଆରମ୍ଭ କରିପାରନ୍ତି । ଆଜି ଘରେ କିଛି ଖାସ ସମାରୋହ ରଖା ଯିବାର ସମ୍ଭାବନା ଅଛି ।

କର୍କଟ

ଆଜି ଟିକେ ପରିଶ୍ରମ କରିବା ଦ୍ଵାରା ଆପଣ ଅଧିକ ଧନ କମାଇ ପାରିବେ । ଆପଣଙ୍କର ସବୁ ରାସ୍ତା ଆପେ ଖୋଲିବାକୁ ଲାଗିବ । ଆପଣଙ୍କୁ ସବୁ କାମରେ ସଫଳତା ମିଳିବ । ବ୍ୟବସାୟରେ ବାପାଙ୍କ ସହଯୋଗ ଆପଣଙ୍କୁ ବଡ ଆର୍ଥିକ ଲାଭ ଦେଇପାରେ । ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । ପାରିବାରିକ ଜୀବନ ବି ଶାନ୍ତିପୂର୍ଣ ଢଙ୍ଗରେ ବ୍ୟତୀତ ରହିବ ।

ସିଂହ

ଆଜି ସାମାଜିକ ବା ଆର୍ଥିକ ରୂପରେ ସଂମ୍ମାନ ପ୍ରାପ୍ତ ହେବ । ପରିବାର ସହିତ ଭଲ ସମୟ କାଟିବେ ତାହେଲେ ଘରେ ସୁଖ ଶାନ୍ତିର ବାତାବରଣ ରହିବ । ଆଜି ବାପା ମାଆଙ୍କ ସହିତ ନିଜର ଖୁସିକୁ ବାଣ୍ଟନ୍ତୁ । ତାଙ୍କୁ ଅନୁଭବ କରିବାକୁ ଦିଅନ୍ତୁ କି ଆପଣଙ୍କ ପାଇଁ ତାଙ୍କ କେତେ ଅହମିୟତା ଅଛି । କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ହୋଇପାରେ । ଆପଣଙ୍କୁ ଶୁଭ ସମାଚାର ମିଳିବ ।

କନ୍ୟା

ଆଜି କୌଣସି ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ ନହେଲେ ଅଯୋଥାରେ କ୍ଷତିର ସାମନା କରିବାକୁ ପଡିବ । କାର୍ଯ୍ୟକ୍ଷେତ୍ରରେ କିଛି ବଡ ଦାୟିତ୍ଵ ମିଳିପାରେ, ଯାହାକୁ ଆପଣ ସହଜରେ ପୁରା କରି ପାରିବେ, ଯୋଜନା ସଫଳ ହେବ । ମହତ୍ବପୂର୍ଣ କାମରେ ସମୟ ଅତିବାହିତ ହେବ । ଆପଣଙ୍କୁ ସବୁ କାମରେ ସଫଳତା ମିଳିବ ।

ତୁଳା

ଆଜି ଆପଣଙ୍କୁ ମନ ଚାହୁଁଥିବା ଜୀବନ ସାଥି ମିଳିପାରେ । ଆପଣଙ୍କ ସବନ୍ଧ ବହୁତ ଭଲ ରହିବ । ଆପଣଙ୍କ ଜୀବନ ବଦଳି ପାରେ । ଆଜି ଆପଣଙ୍କୁ ଆପଣଙ୍କର ଭଲପାଇବା ମିଳିବାର ପୁରା ସମ୍ଭାବନା ଅଛି । ଆପଣଙ୍କୁ ଅନ୍ୟ ଠାରୁ ଅଧିକ ନିଜ ଉପରେ ଭରଷା ରଖିବା ଆବଶ୍ୟକ । ରୋମାନ୍ସ କରିବା ପାଇଁ ମଧ୍ୟ ଆପଣଙ୍କୁ ଭରପୁର ମୌକା ମିଳିବ । ଲୋକ ଆପଣଙ୍କର ସହଯୋଗ କରିବେ ।

ବିଛା

ଆଜି ପଇସା ଏବଂ ଦାନାର କ୍ଷତି ହୋଇପାରେ । ଯେଉଁ ଲୋକ ନିଜ କାର୍ଯ୍ୟଳୟରେ ଅଗ୍ରଣୀ ସ୍ଥିତି ବା ଉଚ ପଦରେ ଅଛନ୍ତି, ସେହି ଲୋକଙ୍କ ପାଇଁ ଭଲ କ୍ୟାରିୟର ର ଦିନ ଆଜି ଆସିପାରେ । ପାରିବାରିକ, ଦାମ୍ପତ୍ୟ ଜୀବନ, ବ୍ୟବସାୟିକ, ସାର୍ବଜନୀକ ଜୀବନ ସହିତ ଯୋଡା ହୋଇଥିବା ସଂବନ୍ଧରେ ପ୍ରଗତି ହେବ । ଆର୍ଥିକ କ୍ଷେତ୍ରରେ ପ୍ରଗତି ହେବ ।

ଧନୁ

ଲମ୍ବା ସମୟ ଧରି ଚାଲି ଆସୁହଟିବା ରୋଗରୁ ଆଜି ମୁକ୍ତି ମିଳିପାରେ । ଆଜି ରୋମାନ୍ସ କରିବାର ଯୋଗ ହୋଇପାରେ କାରଣ କିଛି ଛୋଟ ମୋଟ ମତଭେଦ ହଠାତ ଉଭାଇ ଯିବ । ଆଜି ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ ଏବଂ ଆପଣ ଯେଉଁ କାମକୁ କରିବା ପାଇଁ ବାଛିବେ, ତାହା ଆପଣଙ୍କୁ ଭାବିବା ଠାରୁ ଅଧିକ ଫାଇଦା ମିଳିବ ।

ମକର

ଆଜି ବୈବାହିକ ଜୀବନରେ କଠିନ ସମୟରେ ବିତାଇବା ପରେ, ଏବେ ଆପଣ କିଛି ଶାନ୍ତି ଅନୁଭବ କରିବେ । ପାରିବାରିକ, ଦାମ୍ପତ୍ୟ ଜୀବନ, ବ୍ୟାପାରିକ, ସାର୍ବଜନୀକ ଜୀବନରେ ଯୋଡି ହୋଇଥିବା ସବନ୍ଧରେ ପ୍ରଗତି ହେବ । ଆର୍ଥିକ କ୍ଷେତ୍ରରେ ପ୍ରଗତି ହେବ । ପଇସା ସହିତ ଯୋଡି ହୋଇଥିବା ସବୁ ସମସ୍ୟା ଦୂର ହେବ । ଚିକିର୍ସାରେ ଅଧିକ ଖର୍ଚ ହେବାରୁ ଆପଣଙ୍କ ବଜେଟ ବିଗିଡି ପାରେ । ଚାକିରି ଏବଂ ବ୍ୟବସାୟରେ ଚେଷ୍ଟା ଦ୍ଵାରା ସଫଳତା ପାଇବେ ।

କୁମ୍ଭ

ଆଜିର ଦିନରେ ଆପଣଙ୍କ ଜୀବନସାଥୀ ସବୁ କଠିନ ସମୟରେ ଆପଣଙ୍କ ସହିତ ଠିଆ ହେବେ । ଏବେ ସେହି ସମୟ ଆସି ସାରିଛି, ଆପଣ ସେହି କାମକୁ ବଡ ସଫଳତାର ସହିତ ପୁରା କରି ପାରିବେ । ସାଙ୍ଗ ଏବଂ ପରିବାର ସହିତ ମଜାଦାର ସମୟ ବିତାଇବେ । ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ କିଛି ଫେର ବଦଳ ହୋଇପାରେ । ଚାକିରି କରିଥିବା ବ୍ୟକ୍ତିଙ୍କୁ ବେତନ ବୃଦ୍ଧି ସହିତ ନୂଆ ଦାୟିତ୍ଵ ଦିଆଯାଇ ପାରେ ଅଥବା ମହତ୍ଵପୂର୍ଣ ପ୍ରୋଜେଟ ଦେବାର ସଂଭାବନା ରହିଛି । ଶୀଘ୍ର ରୋଗରୁ ଭଲ ହେବାର ସଂଭାବନା ଅଛି ।

ମୀନ

ଆଜି ସନ୍ଧ୍ୟାରେ ଅଧିକ ସମୟ ଅତିଥିଙ୍କ ସହିତ ବିତିବ । ଭଲପାଇବାରେ ନିଜର ଖରାପ କଥା କହିଥିବାରୁ କ୍ଷମା ମାଗନ୍ତୁ । ଏହି ଦିନ ଆପଣଙ୍କ ପାଇଁ ଭଲ ଭବିଷ୍ୟର ସଂଭାବନା ନେଇ ଆସିବ ଯାହା ଆପଣଙ୍କ ପାଇଁ ଲାଭ ହେବ । ସମ୍ପର୍କୀୟଙ୍କ ଠାରୁ ଭାବନାତ୍ମକ ସାହାରା ମିଳିପାରେ । ଆପଣ ଯେତେ ଚେଷ୍ଟା କଲେ ବି, ଆପଣ ସମସ୍ତଙ୍କର ଇଚ୍ଛାକୁ ପୁରା କରିପାରିବେ ନାହିଁ । ଆର୍ଥିକ ମାମଲାରେ ପ୍ରଗତି ହେବ । କ୍ଯାରିୟର ପାଇଁ ଆଜିର ଦିନ ଆପଣଙ୍କ ପାଇଁ କିଛି ସକାରାତ୍ମକ ପରିବର୍ତନ ନେଇ ଆସିପାରେ । ସବୁଦିନ ଆମର ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *