ମୁକେଶ ଅମ୍ବାନୀଙ୍କ ସାଲେରୀ କେତେ ? କଣ ଆପଣ ଜାଣିଛନ୍ତି

ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । ଏଥିପାଇଁ ବହୁତ ଲୋକ ତାଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି । କିନ୍ତୁ ଆପଣ ଜାଣିନାହାନ୍ତି କି ତାଙ୍କ ଇନକମ କେତେ ଓ ସେ ୧ ସେକେଣ୍ଡରେ କେତେ ଟଙ୍କା ରୋଜଗାର କରନ୍ତି । ମୁକେଶ ଅମ୍ବାନୀଙ୍କୁ ପିଲାଠୁ ବୁଢ଼ା ଯାଏ ସମସ୍ତେ ଜାଣିଛନ୍ତି । ଯେବେଠୁ ଜିଓ ସିମ ଆସିଛି ସେବେଠୁ ତାଙ୍କୁ ସମସ୍ତେ ଜାଣିବାକୁ ଲାଗିଲେଣି । ରିଲିଆନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜ କମ୍ପାନୀର ଲାଭ ପରେ ମଧ୍ୟ ପୂର୍ବ ୧୦ ବର୍ଷ ହେବ ନିଜ ସାଲାରୀ ବଢେଇ ନାହାଁନ୍ତି ।

ଏ ବର୍ଷ ମଧ୍ୟ ତାଙ୍କ ଦରମାରେ କିଛି ପରିବର୍ତ୍ତନ ଦେଖିବାକୁ ମଧ୍ୟ ମିଳିନି । ସେ 2008 ମସିହାରୁ ଚେୟାରମ୍ୟାନ ଓ ଏମଡି ଭାବରେ ବର୍ଷକୁ 15 କୋଟି ଟଙ୍କାର ସାଲାରୀ ନେଇଥାନ୍ତି । ଏହା ପୂର୍ବରୁ ତାଙ୍କ ସାଲାରୀ 24 କୋଟି ଟଙ୍କା ଥିଲା ହେଲେ ସେ ସମୟରେ ତାଙ୍କ କମ୍ପାନୀର କ୍ଷତି ହେବାରୁ ସେ ନିଜ ସାଲାରୀ କମେଇବାର ନିଷ୍ପତି ନେଇଥିଲେ ଏବଂ  ସେବେଠୁ ତାଙ୍କର ସାଲାରୀ ବଢେଇ ନାହାଁନ୍ତି । କାରଣ ସେ ବ୍ୟକ୍ତିଗତ ଭାବେ କମ୍ପାନୀରେ ସଂଯମତା ଦେଖାଇଥିଲେ ।

ଆପଣଙ୍କର ମନରେ ପ୍ରଶ୍ନ ଆସୁଥିବ କି ମୁକେଶ ଅମ୍ବାନୀ ୧ ସେକେଣ୍ଡ ରେ କେତେ ଟଙ୍କା ରୋଜଗାର କରନ୍ତି । ସେ କୋଟି କୋଟି ଟଙ୍କା କମାନ୍ତି କାରଣ ତାଙ୍କ ନେଟୱର୍କ ଟିମରେ କୋଟି କୋଟି ଲୋକ ରହିଛନ୍ତି । ସେ ନିଜ ରିଲିଆନ୍ସ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ସେକେଣ୍ଡ ରେ ୧ ହଜାର ଟଙ୍କା କମାନ୍ତି । ସେ ୨୦୧୬ ରେ ୮ ହଜାର ୭୦୦ କୋଟି ଟଙ୍କା କମେଇ ଥିଲେ ।

ସେ ଏତେ ଟଙ୍କା କମାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ସେ ମୁମ୍ବାଇରେ ରୁହନ୍ତି । ପୂର୍ବ ବର୍ଷ ତାଙ୍କ ଝିଅର ବିବାହ ଆନନ୍ଦ ପିରାମଲଙ୍କ ସହ ହୋଇଥିଲା, ତାଙ୍କ ଝିଅ ଇଶା ଅମ୍ବାନୀ ଯୁବ କୋଟିପତିଙ୍କ ମଧ୍ୟରେ ଜଣେ । ଆପଣ ଜାଣି ନଥିବେ କି ଅମ୍ବାନୀ ଶୁଦ୍ଧ ସାଧାରଣ ଭୋଜନ ଖାଆନ୍ତି । ଆଶକରୁଛୁ ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *