ଓଡିଆ ଜୋକ୍ସ-ଆକବର (ବୀରବଲ କୁ)- କଥା ଦିଅ ବୀରବଲ କି ତୁମ ବାହାଘର ଯେବେ ହେବ ତ ତୁମ ସ୍ତ୍ରୀ କୁ ପ୍ରଥମ Kiss…

ନମସ୍କାର ବନ୍ଧୁଗଣ । ଜୀବନରେ ହସିବା ନିହାତି ଜରୁରୀ । ହସିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ତେଣୁ ଆଜି ଆମେ ଆପଣଙ୍କ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଏହାକୁ ପଢିଲେ ଆପଣ ଖୁବ ହସିବେ ଏବଂ ଏହି ଜୋକ୍ସର ଭରପୁର ଆନନ୍ଦ ନେବେ । ଆପଣ ଯେତେ ଚିନ୍ତାରେ ଥିଲେ ମଧ୍ୟ ଆପଣଙ୍କ ମୁହଁରେ ଖୁସି ଆସିଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ବର୍ତ୍ତମାନ ପରଠାରୁ ବିବାହରେ ସାତ ସ୍ଥାନରେ ଆଠ ଥର ବଚନ ନିଆଯିବ,

ଅଷ୍ଟମ ବଚନ ହେଉଛି ବିବାହ ପରେ ମୁ ହ୍ଵାଟ୍ସଆପ୍ ଠାରୁ ଅଧିକ ସମୟ ମୋ ସ୍ଵାମୀଙ୍କୁ ଦେବି ।

୨. ପପୁ- ସାଙ୍ଗ କାଲି ଆମର କେଉଁ ବିଷୟର ପରୀକ୍ଷା ହେବ ?

ଗପୁ- କାଲି ପରା ଗଣିତ ଅଛି

ପପୁ- ତା ହେଲେ ତୁ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛୁ ବୋଧେ ।

ଗପୁ- ନାରେ ସାଙ୍ଗ ଆଜି ମୁଁ ଏକ ଷ୍ଟୋର ରେ ଗୋଟେ ଝିଅ କାଲକୁଲେଟର ନେଉଥିବାର ଦେଖିଥିଲି ।

୩. ଏକ କଲେଜର ଟୋକା ଗୋଟେ ତୃତୀୟ ଶ୍ରେଣୀର ପିଲା ସହ

କଲେଜ ଟୋକା- ପୁଅ ତତେ ମୁଁ ଚକଲେଟ ଦେବି, ମୋତେ ତୋର ଭଉଣୀର ନମ୍ବର ଦରକାର ।

ପିଲାଟି- ଭାଇ ତମକୁ ମୁ ଗୋଟେ ବିୟର ପିଏଇବି, ହେଲେ ତମେ ମୋ ଲଭ ଲେଟର ନେଇ ତମ ସାନ ଭଉଣୀକୁ ଟିକେ ଦେଇଦେବ ।

୪. ଏକ ବୃଦ୍ଧ ମହିଳା ନିଜ ସମ୍ପତ୍ତି ପାଇଁ ଏକ ଓକିଲକୁ ଡାକିଲା

ମହିଳା- ମୋର ଦୁଇଟି ଇଛା ଅଛି, ମରିବା ପରେ ମୋତେ ଜଳାଇ ଦେବ ଓ ଜଳାଇବା ପରେ ମୋ ପାଉଁଶକୁ ବିଉଟି ପାର୍ଲର ଉପରେ ଛିଞ୍ଚି ଦେବ ।

ଓକିଲ- ବିଉଟି ପାର୍ଲର ଉପରେ କାହିଁକି ?

ମହିଳା- ଏହା ଦ୍ଵାରା ସପ୍ତାହରେ ଦୁଇ ଥର ମୁଁ ମୋର ଝିଅ ମାନଙ୍କୁ ଦେଖିପାରିବି ।

୫. ପଣ୍ଡିତ- କୁହ ତମେ ତମର ସ୍ଵାମୀର ଭବିଷ୍ୟତ ବିଷୟରେ କଣ ଜାଣିବା ପାଇଁ ଚାହୁଁଛ ?

ମହିଳା- ପଣ୍ଡିତେ ଆପଣ କେବଳ ମୋ ସ୍ଵାମୀର ପାଷ୍ଟ କଥା ବିଷୟରେ କହି ଦିଅନ୍ତୁ,

ସେହି ହିସାବରେ ମୁଁ ମୋ ସ୍ଵାମୀର ଭବିଷ୍ୟତ ବିଷୟରେ ଚିନ୍ତା କରିବି ।

୬. ଏକ ବୃଦ୍ଧ ମହିଳା ଏକ ବସରେ ଯାଉଥିଲା, ବସ ଡ୍ରାଇଭରକୁ ମହିଳା ଜଣକ ବାଦାମ ଖାଇବାକୁ ଦେଲା

ବସ ଡ୍ରାଇଭର- ମାଉସୀ ଆପଣ ଦେଇଥିବା ବାଦାମ ବହୁତ ସ୍ଵାଦିଷ୍ଟ ଥିଲା । ହେଲେ ଆପଣ ନିଜେ କାହିଁକି ଖାଇଲେ ନାହିଁ ?

ବୃଦ୍ଧ ମହିଳା- ମୋ ପାଟିରେ ଦାନ୍ତ ନାହିଁ ପୁଅ ସେଥିପାଇଁ ଖାଇଲି ନାହିଁ ।

ଡ୍ରାଇଭର- ତା ହେଲେ ତମେ ଏହାକୁ କିଣିଲ କାହିଁକି ?

ବୃଦ୍ଧ ମହିଳା- ମୋତେ ଏହି ବାଦାମ ଉପରେ ଲାଗିଥିବା ଚକଲେଟ ଖାଇବା ପାଇଁ ବହୁତ ଭଲ ଲାଗେ ।

୭. ଏକ ଯୁବକ ଓ ଯୁବତୀ ସାଇକେଲରେ ଯାଉଥିଲେ, ସେହି ସମୟରେ ସେମାନଙ୍କର ଧକା ହୋଇଗଲା

ଯୁବକ- ମ୍ୟାଡମ ଟିକେ ସମ୍ଭାଳିକି ରାସ୍ତା ସାଇଡରେ ଚାଲନ୍ତୁ

ଯୁବତୀ- କାହିଁକି ରାସ୍ତା କଣ ତମ ବାପାର ?

ଯୁବକ- ନା ରାସ୍ତା ହେଉଛି ତମ ବାପାର ହେଲେ ମତେ ଯୌତୁକରେ ମିଳିଛି ।

୮. ଆକବର (ବୀରବଲ କୁ)- କଥା ଦିଅ ବୀରବଲ କି ତୁମ ବାହାଘର ଯେବେ ହେବ ତ ତୁମ ସ୍ତ୍ରୀ କୁ ପ୍ରଥମେ ମୁଁ Kiss କରିବି

ବୀରବଲ – ଆଜ୍ଞା ହୁଜୁର, କିନ୍ତୁ ମୋର ବି ଗୋଟିଏ ସର୍ତ୍ତ

ଆକବର – କୁହ କଣ ସର୍ତ୍ତ ?

ବୀରବଲ – ମୁଁ ଆପଣଙ୍କ ଭଉଣୀକୁ ବାହାହେବି

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *