ସ୍ତ୍ରୀର ଏହି ୫ ଟି ଭୁଲ ସ୍ଵାମୀକୁ କରିଦିଏ ଭିକାରି, କଣ ଆପଣ କରୁ ନାହାଁନ୍ତି ତ ଏହି ଭୁଲ…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସ୍ତ୍ରୀ ମାନଙ୍କର ଏପରି ୫ ଟି ଭୁଲ ବିଷୟରେ କହିବୁ ଯାହା ଦ୍ୱାରା ସ୍ଵାମୀ ଭିକାରି ବା ଦରିଦ୍ର ହୋଇଥାଏ । ବନ୍ଧୁଗଣ ହିନ୍ଦୁଧର୍ମରେ ଷୋଳସଂସ୍କାର ପ୍ରଥା ରହିଛି । ସେଥି ମଧ୍ୟରୁ ବିବାହ ପ୍ରଥା ହେଉଛି ଅନ୍ୟତମ । କାରଣ ବିବାହ ପ୍ରଥାରେ ବାନ୍ଧି ହୋଇ ସ୍ଵାମୀ ସ୍ତ୍ରୀ ସାତ ଜନ୍ମର ସାଥି ହୋଇଥାନ୍ତି । ବିବାହ ପରେ ସେମାନଙ୍କ କର୍ମ ଗୋଟିଏ ସ୍ଥାନରେ ଯୋଡି ହୋଇ ରହିଥାଏ ।

ଏହି ଦୁଇଜଣଙ୍କ ମଧ୍ୟରେ ଯିଏ ଭଲ କାମ କରୁ ବା ଖରାପ କାମ କରୁ କିନ୍ତୁ ଏହାର କୁପ୍ରଭାବ ଏହି ଦୁଇଜଣଙ୍କ ଉପରେ ପଡିଥାଏ  ।ପୁରାଣ ଶାସ୍ତ୍ରରେ ଏମିତି ୫ ଟି କାମ ଲେଖା ଯାଇଛି, ଯାହାକୁ ସ୍ତ୍ରୀ ମାନେ କରିବା ଦ୍ଵାରା ସ୍ଵାମୀ ସର୍ବଦା ଦରିଦ୍ରତାର ଜୀବନ ବିତାଇ ଥାଏ । ତାଙ୍କ ଜୀବନରେ ସବୁବେଳେ ଦୁଃଖ ଦୁର୍ଦଶା ଲାଗି ରହିଥାଏ ।


ସମୟ ଯେତେ ଆଗକୁ ଆଗେଇଲେ ମଧ୍ୟ ଆମେ ଆମ ହିନ୍ଦୁ ଧର୍ମକୁ କେବେ ବି ଭୁଲିବା ନାହିଁ । ହେଲେ ବର୍ତ୍ତମାନର ଦୁନିଆରେ ବହୁତ ମହିଳା ଆଧୁନିକ ଜୀବନ ଯାପନ କରିବାକୁ ଇଛା କରୁଛନ୍ତି, ଯାହାଦ୍ୱାରା ସେମାନେ କିଛି ଭୁଲ କାମ କରିଥାନ୍ତି । ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୫ ଟି ଭୁଲ ବିଷୟରେ, ଯାହାକୁ ସ୍ତ୍ରୀ କରିବା ଦ୍ଵାରା ସ୍ଵାମୀ ଦରିଦ୍ର ହୋଇଯାଇଥାଏ ।

୧. ଅଧିକାଂଶ ମହିଳା ମାନେ ସନ୍ଧ୍ୟା ସମୟରେ ଝାଡୁ ମାରିଥାନ୍ତି । କିନ୍ତୁ ଜାଣି ରଖନ୍ତୁ ଏହା ବହୁତ ବଡ ଭୁଲ ଅଟେ । ଏହାକୁ କରିବା ଦ୍ଵାରା ଘରକୁ ଆର୍ଥିକ ସଙ୍କଟ ଆସିବା ସହ ଏହାର ଖରାପ ପ୍ରଭାବ ସ୍ଵାମୀ ଉପରେ ପଡିଥାଏ ।

୨. ବହୁତ ମହିଳା ଛୋଟ ଛୋଟ କଥା ପାଇଁ ସବୁବେଳେ ଘରେ ଝଗଡା କରିଥାନ୍ତି ଏବଂ ଝଗଡା କରିବା ସହ ବହୁତ ଖରାପ ବ୍ୟବହାର ମଧ୍ୟ କରିଥାନ୍ତି, ଯାହା କି ମହିଳା ମାନଙ୍କୁ କରିବା ଅନୁଚିତ । ଏପରି କରିବା ଦ୍ଵାରା ଘରେ ସର୍ବଦା କଳହ ଲାଗି ରହିଥାଏ । ଶାସ୍ତ୍ରରେ ଲେଖା ଅଛି କି ଯେଉଁ ଘରେ ଏପରି ମହିଳା ରହିଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।


୩. ଅଧିକାଂଶ ସ୍ତ୍ରୀ ବା ମହିଳା ମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇ ଥାନ୍ତି । ଏପରି ଘରେ ମାତା ଲକ୍ଷ୍ମୀ କେବେ ହେଲେ ରୁହନ୍ତି ନାହିଁ । ଏହା ହେଉଛି ମୁଖ୍ୟ କାରଣ ଘରେ ଦାରିଦ୍ରତା ଆସିବାର । ଏହି ଭୁଲ ପାଇଁ ଘରେ ସର୍ବଦା ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।


୪. ଯେଉଁ ମହିଳା ମାନେ ପର ପୁରୁଷଙ୍କ ସହ ଖରାପ ସମ୍ପର୍କ ରଖିଥାନ୍ତି ବା ନିଜ ସ୍ଵାମୀ ପ୍ରତି ସବୁବେଳେ ଘୃଣା ଭାବ ଦେଖାଇ ଥାନ୍ତି ସେମାନଙ୍କ ଘରେ କେବେ ବି ଶାନ୍ତି ରହି ନଥାଏ । ଏହା ଦ୍ଵାରା ସଂସାର ଉଜୁଡି ଯାଏ ।


୫. ଅଧିକାଂଶ ମହିଳା ବା ସ୍ତ୍ରୀ ମାନେ ରୋଷେଇ କରିବା ସମୟରେ କଡେଇରୁ ଅଳ୍ପ କିଛି ଖାଦ୍ୟ ଆଣି ଚାଖି ଥାନ୍ତି । ହେଲେ ଏହା ବହୁତ ବଡ ଭୁଲ ହୋଇଥାଏ । ଏପରି କରିବା ଦ୍ଵାରା ସ୍ଵାମୀଙ୍କ ଉପରେ ବିପଦ ପଡିଥାଏ ଏବଂ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖା ଯାଇଥାଏ । ଏହା ଆମେ କହୁ ନାହୁଁ । ଏସବୁ ହିନ୍ଦୁ ଧର୍ମ ଶାସ୍ତ୍ର ରେ ବର୍ଣ୍ଣିତ ଅଛି । ଏହି ନିୟମକୁ ପାଳନ କଲେ ଆପଣଙ୍କର ମଙ୍ଗଳ ହେବ ।

ପୋସ୍ଟ ଟି ପୁରା ପଢି ଥିବାରୁ ଧନ୍ୟବାଦ । ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରିବେ, ଲାଇକ କରିବେ ଓ ଆଗକୁ ଏମିତି ଶାସ୍ତ୍ର ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *