କେବେ ହୀରୋ ହିରୋଇନଙ୍କ ପଛରେ ଭିଡ ଭିତରେ ନାଚୁଥିଲେ ଆଜିର ଏହି ୬ ଜଣ ସୁପର ଷ୍ଟାର

ବନ୍ଧୁଗଣ ବଲିଉଡ ଜଗତ ହେଉଛି ଏପରି ଏକ ଜଗତ ଯାହା କିଛି ଲୋକଙ୍କୁ ବହୁତ ସଜହରେ କାମ ମିଳିଥାଏ ଓ ଅନ୍ୟ କିଛି ଲୋକଙ୍କୁ ବହୁତ ସଂଘର୍ଷ କରିବା ପରେ କାମ ମିଳିଥାଏ । ବନ୍ଧୁଗଣ ଏହିପରି କିଛି ବଲିଉଡର ସୁପର ଷ୍ଟାର ଅଛନ୍ତି ଯେଉଁ ମାନେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ ନିଜ କରିୟରର ଆରମ୍ଭ କରିଥିଲେ, ଏହା ପରେ ସେମାନେ ବହୁତ କଷ୍ଟ ଓ ସଂଘର୍ଷ କରିବା ପରେ ଷ୍ଟାର ହୋଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସୁପର ଷ୍ଟାର ମାନଙ୍କ ବିଷୟରେ ।

୧. ସାହିଦ କପୁର


ବଲିଉଡ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ସାହିଦ କପୁର ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତା । ସାହିଦ କପୁର ଏକ ଭଲ ଆକ୍ଟର ହେବା ସହ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ସାହିଦ କପୁର ଷ୍ଟାର ହେବା ପୂର୍ବରୁ କେତେକ ସ୍ଥାନରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ରୂପରେ କାମ କରିଛନ୍ତି । ପିଲା ବେଳରୁ ସାହିଦଙ୍କ ରୁଚି ଡ୍ୟାନ୍ସରେ ଥିଲା । ଷ୍ଟାର କିଡ୍ସ ହୋଇ ମଧ୍ୟ ସାହିଦ ବହୁତ କଷ୍ଟ କରି ସୁପର ଷ୍ଟାର ହୋଇଛନ୍ତି ।

୨. ଦିୟା ମିର୍ଜା


ବର୍ତ୍ତମାନ ଦିୟା ବଲିଉଡର ଜଣା ଶୁଣା ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ ଅଭିନେତ୍ରୀ । ଦିୟା ମିର୍ଜା ଫିଲ୍ମ ଦୁନିଆରେ ସଫଳତା ପାଇବା ପୂର୍ବରୁ ସାଉଥ ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ରୂପରେ କାମ କରୁଥିଲେ । ୧୮ ବର୍ଷ ବୟସରେ ଦିୟା ମିସ ଏସିଆ ଉପାଧି ନିଜ ନାମରେ କରିଥିଲେ ।

୩. କାଜଲ ଅଗ୍ରୱାଲ

 

ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ସିଙ୍ଘମ ଫିଲ୍ମରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଅଭିନେତ୍ରୀ ହେବା ପୂର୍ବରୁ କାଜଲ ଐଶ୍ଵର୍ୟ୍ୟା ରାୟଙ୍କ ସହ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ରୂପରେ କାମ କରିଥିଲେ ।

୪. ଅର୍ଷଦ ବାର୍ଷି

ଆପଣ ମାନେ ସମସ୍ତେ ଅର୍ଷତ ବାର୍ଷିଙ୍କୁ ନିଶ୍ଚୟ ଦେଖିଥିବେ । ପ୍ରଥମେ ସେ ଏକ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ ନିଜ ଫିଲ୍ମ କ୍ୟାରିୟରକୁ ଆରମ୍ଭ କରିଥିଲେ, ଏହା ପରେ ବହୁତ ସଂଘର୍ଷ କରି ସେ ସଫଳତା ହାସଲ କରିଥିଲେ । ୮୦ ଦଶକରେ ଜିତେନ୍ଦ୍ରଙ୍କର କେତେକ ଗୀତରେ ସେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ରୂପେ କାମ କରିଥିଲେ ।

୫. ସୁଶାନ୍ତ ସିଂହ ରାଜପୁତ


ନିଜ କଷ୍ଟ ଓ ସଂଘର୍ଷରେ ସଫଳତା ପାଇଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଫିଲ୍ମରେ ଆସିବା ପୂର୍ବରୁ ଏକ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ରୂପେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ହ୍ରୀତିକ ରୋସନଙ୍କର ଲୋକପ୍ରିୟ ଫିଲ୍ମ ‘ଧୂମ ୨’ ର ଟାଇଟେଲ ସଙ୍ଗରେ ସେ କାମ କରିଥିଲେ । ବର୍ତ୍ତମାନ ସେ ଏହି ଦୁନିଆରେ ନଥିଲେ ମଧ୍ୟ ତାଙ୍କର କୋଟି କୋଟି ଫ୍ୟାନ୍ସ ଅଛନ୍ତି ।

୬. ଡେଜି ଶାହା


ଡେଜି ଶାହା ପ୍ରଥମେ ସଲମାନ ଖାନଙ୍କ ସହ ‘ଜୟ ହୋ’ ଫିଲ୍ମରେ ନଜର ଆସିଥିଲେ, ହେଲେ ବହୁତ କମ ଲୋକ ଜାଣିଛନ୍ତି ଯେ, ସଲମାନ ଖାନଙ୍କ ଫିଲ୍ମ ‘ତେରେ ନାମ’ ରେ ଡେଜି ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ରୂପରେ କାମ କରିଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *