ଆକାଶରେ ହଠାତ୍ ଘୋଟି ଆସିଲା କଳା ହାଣ୍ଡିଆ ମେଘ ! ଖସିଲା କୂଆପଥର ଫାଟିଲା ଆଜବେଷ୍ଟ…ଦେଖନ୍ତୁ ଏହି ଭିଜୁଆଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପଶ୍ଚିମାଝଡର ପ୍ରଭାବ ! ଯେଉଁ କାରଣରୁ ବହୁ ଗୁଡିଏ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ମାତ୍ରାରେ ବର୍ଷା କାଚି ପକାଉଛି । ତେବେ ଖାଲି ସାଧାରଣ ବର୍ଷା ନୁହେଁ । ବଂର ବର୍ଷା ସହିତ କୁଆପଥର ମଧ୍ୟ ଅଧିକ ମାତ୍ରରେ ଆକାଶରୁ ବୃଷ୍ଟି ହେଉଛି । ଯାହାର ପ୍ରଭାବରେ ସାଧାରଣ ଜନ ଜୀବନ ବହୁ ମାତ୍ରାରେ କୁଆପଥର ବର୍ଷା ପାଇଁ ପ୍ରଭାବିତ ହୋଇଛି ।

ତେବେ ଗତ କିଛି ଦିନ ଧରି ଅନେକ ସ୍ଥାନରେ ଘଡଘଡି ଓ ବିଜୁଳି ସମାହାରରେ ବର୍ଷା ହେଉଛି । ତାହା ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହୁଛି । ହେଲେ ଢେଙ୍କାନାଳ ସମେତ ଅନେକ ସ୍ଥାନରେ କାଲି ଅତି ଦ୍ରୁତ ସହକାରେ ବର୍ଷା ସହ କୁଆ ପଥର ମଧ୍ୟ ମଧ୍ୟ ହୋଇଛି । ତେବେ ଯେଉଁ କାରଣରୁ ଆଜବେଷ୍ଟରେ ତିଆରି ହୋଇଥିବା ଘରର ଛାତ କୁଆ ପଥର ମାଡରେ ଫୁଟି ଯାଇ ଘରେ ଆଣ୍ଠୁରେ ଲେଖାଏଁ ପାଣି ଜମା ମାରୁଛି ।

ଯାହା ଦ୍ଵାରା ଆଯବେଷ୍ଟ ଆବରଣ ଥିବା ଘର ଗୁଡିକରେ ଥିବା ଲୋକ ମାନଙ୍କର ଜନଜୀବନ କୁଆପଥର ମାଡ ସହ ବର୍ଷାର ପ୍ରଭାବରେ ହନ୍ତସନ୍ତ ହୋଇପଡିଥିଲା । ତେବେ ଖାଲି ଲୋକ କାହିଁକି ପଶୁପକ୍ଷୀ ମାନେ ମଧ୍ୟ ଏହି କୁଆପଥର ମାଡର ବର୍ଷାର ପ୍ରଭାବରେ ବହୁ ହଇରାଣ ଓ ଅସୁବିଧାର ସାମ୍ନା କରିଛନ୍ତି । ତେବେ ବିଶେଷ କରି ବାସହୀନ ପଶୁ ଓ ପକ୍ଷୀ ମାନେ ଦୀର୍ଘ ସମୟ ଧରି ଓଦା ହେବା ସହ କୁଆପଥର ମାଡ ମଧ୍ୟ ସହିଛନ୍ତି ।

ତେବେ ଲୋକ ମାନଙ୍କର ନୀତିଦିନିଆ ଯାତାୟାତରେ ମଧ୍ୟ ବହୁ ଅସୁବିଧା ସମ୍ମୁଖୀନ ହୋଇଛି । ତେବେ ପଶ୍ଚିମାଝଡର ପ୍ରଭାବରେ ଏପ୍ରିଲ ମାସର ପ୍ରଥମ ସପ୍ତାହ ସାରା ଏହିପରି ପବନ, ବିଜୁଳି, ଘଡଘଡି ସହ ବର୍ଷା ହେବାର ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଦିନ ବେଳା ପ୍ରାୟ ସମୟରେ ପାଗ ଶୁଖିଲା ରହୁଥିବା ସ୍ଥଳେ ଉପରବେଳା ବର୍ଷା ରଚୁଛି ନିଜର ତାଣ୍ଡବ ପ୍ରଭାବ ।

ଆକାଶରେ କଳା ବଦଳ ଘୋଟି ଯାଇ ତୁହାକୁ ତୁହାକୁ ବର୍ଷା ଲାଗି ରହୁଛି । ପବନ ବର୍ଷାର ସମାହାର ରାଜ୍ୟବ୍ୟାପୀ ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *