କମିବ ତାତି, ଆଜି ଠାରୁ କାଳ ବୈଶାଖୀ ବର୍ଷା, 13 ଜିଲ୍ଲାକୁ Yellow Warning ଜାରି କଲା ପାଣିପାଗ ବିଭାଗ

ନମସ୍କାର ବନ୍ଧୁଗଣ ତେବେ ଅସହ୍ୟ ଗରମରେ କଲବଲ ସାରା ରାଜ୍ୟ । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପରେ ହସ୍ତସନ୍ତ ରାଜ୍ୟବାସୀ । ଦିନ ବେଳେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡୁଛି । ଏହି କ୍ରମରେ ବୁଧବାର ୧୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୪.୫ ଡିଗ୍ରୀ ସହ ସୋନପୁର ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ତାତିରେ ସମଗ୍ର ଦେଶରେ ରେକର୍ଡ କରିଥିବା ସୋନପୁର କ୍ରମାଗତ ଦ୍ଵିତୀୟ ଦିନରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତ ବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ସୋନପୁର ରେକର୍ଡ କରିଛି । ଗତକାଲି ସୋନପୁରର ପାରଦ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ବୁଧବାର ତାପମାତ୍ରା ଆଉ ଗୋଟିଏ ଡିଗ୍ରୀ ବୃଦ୍ଧି ଘଟି ୪୪.୫ ସେଲସିୟସ ରହିଛି ।

ତେବେ ସେହିପରି ବଲାଙ୍ଗିରରେ ୪୪ ଡିଗ୍ରୀ, ଟିଟିଲାଗଡ, ଝାରସୁଗୁଡା, ବୌଦ୍ଧ ଏବଂ ସୁନ୍ଦରଗଡରେ ୪୩ ଡିଗ୍ରୀ, ସମ୍ବଲପୁରରେ ୪୨.୪, ଅନୁଗୁଳରେ ୪୨.୧, ନୂଆପଡା ଏବଂ ଭବାନୀ ପାଟଣାରେ ୪୧.୫, ତାଳଚେରରେ ୪୧.୪,  ହୀରାକୁଦରେ ୪୧, ପାରଳାଖେମୁଣ୍ଡିରେ ୪୦.୮, କେନ୍ଦୁଝର ଓ ବରଗଡରେ ୪୦.୬, ଭଦ୍ରକରେ ୪୦.୫, ବାରିପଦାରେ ୪୦.୪, ନୟାଗଡ ଓ ମାଲକାନଗିରିରେ ୪୦ ଡିଗ୍ରୀ ତାପମାତ୍ରା ରହିଛି । ରାଜଧାନୀ ଭୁବନେଶ୍ଵରରେ ୩୭.୧ ଏବଂ କଟକରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରା ଯାଇଛି ।


ତେବେ ଅନ୍ୟପଟେ ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ କାଳବୈଶାଖୀ । ତେବେ ଏହି କାଳ ବୈଶାଖୀ ପରେ ଫୁଣି ଥରେ ସେହି ଉତପ୍ତ ରହିବ ଏବଂ ପଶ୍ଚିମା ପବନ ଆସିବ । ତେବେ ଏହି ଉତ୍ତାପ ମେ ୩ ପର୍ଯ୍ୟନ୍ତ ରହିବ । ତେବେ ବିଜୁଳି ଘଡଘଡି ପାଇଁ ୧୩ ଟି ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ।

ତେବେ ତା ଭିତରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ଓ୍ୱାର୍ଣ୍ଣିଂ ଜାରି କରିଛି । ଏଥି ପାଇଁ ଆବଶ୍ୟକ ପଦକ୍ଷେପ ସହ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି । ତେବେ ସ୍କୁଲ ପିଲାଙ୍କ ପାଇଁ ନିଶ୍ଚିତ ଭାବରେ ଏହି ସମୟ ଟି କଠିନ ରହିବ ତେବେ ୬ ରୁ ୯ କ୍ଳାସ ସୁବିଧା ହେବ କିନ୍ତୁ ଗୁଳୁଗୁଳି ଜାରି ରହିବ ସେଥିପାଇଁ ସେମାନଙ୍କୁ କିଛି ଅସୁବିଧା ହୋଇ ପାରେ ।


ଏହା ଛଡା ଏପ୍ରିଲ ୨୬ ରୁ ମେ ୩ ଯାଏଁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ତାପମାତ୍ରା ବଢ଼ିପାରେ । ତେଣୁ ଖରାରେ ଯିବା ବେଳେ ସଙ୍ଗରେ ପାଣି ଏବଂ ଓଦା କପଡା ରଖନ୍ତୁ କିମ୍ବା ଛତା ର ମଧ୍ୟ ବ୍ୟବହାର କରି ପାରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *