Bhadrak ପଞ୍ଚାୟତ ନିର୍ବାଚନରେ କାହିଁକି ଏମିତି ଏକ ଅଜବ ସର୍ତ୍ତ ରଖିଲେ Voter, ଦେଖନ୍ତୁ ଏହି Report

ତିହିଡି ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ଗୋପ ଗଦାଧର ପୁର ଗାଁରେ ମାଙ୍କଡ ଉପଦ୍ରୋପ ଚରମ ସୀମାରେ ପହଞ୍ଚିଛି । ଅଢେଇ ମାସ ମଧ୍ୟରେ ୬ ଜଣ ଗୁରୁତ୍ଵର ହୋଇଥିବା ବେଳେ ପ୍ରାୟ ୧୦ ଜଣ ଆହାତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପଞ୍ଚାୟତ ବାସୀଙ୍କ ପାଇଁ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି । ଯେଉଁ ପାର୍ଥୀ ଅଥବା ଗୋଷ୍ଠୀ ମାଙ୍କଡ ହଟେଇବାରେ ସମର୍ଥ ହୋଇପାରିବ ତାଙ୍କୁ ଏହି ଗ୍ରାମବାସୀ ସର୍ବାଧିକ ପସନ୍ଦ କରିବେ ବୋଲି ମତ ରଖିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଗ୍ରାମବାସୀଙ୍କ ମତରେ, ସେମାନେ ଏହି ଦାବି ଉପସ୍ଥାପନା କରୁଛନ୍ତି ଯେ, ଯଦି ପ୍ରଶାସନ ଏଥିରେ କୌଣସି ପଦକ୍ଷେପ ନେଇ ନାହାନ୍ତି ବା ଆଗାମୀ ଦିନରେ ଯଦି ନନିଅନ୍ତି ତା ହେଲେ ସେମାନେ ଆନ୍ଦୋଳନ କରିବେ ଏବଂ ରାସ୍ତା ରୋକିବେ ।

ତେବେ ବନ୍ଧୁଗଣ ଉପାନ୍ତ ଅଞ୍ଚଳରେ ହାତୀ ଉପଦ୍ରୋବ ଭଳି ଏବେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ମାଙ୍କଡ ଉପଦ୍ରୋପ ଚରମ ସୀମାରେ ପହଞ୍ଚିଛି । ଖାଲି ଯେ ଏହି ମାଙ୍କଡ ମାନେ ବିଲ ବାଡିରେ ପନିପରିବା ନଷ୍ଟ କରୁଛନ୍ତି ତାହା ନୁହେଁ ବରଂ ଗ୍ରାମଅଞ୍ଚଳରେ ଥିବା ଝାଟିମାଟି ନଡା ଛପର ଓ ଟିଣ ଆଜବେଷ୍ଟ ଘର ମଧ୍ୟ ଭାଙ୍ଗି ରୁଜି ଚୁରମାର କରୁଛନ୍ତି ।

ଏପରି କି ଘରେ ଓ ଦୋକାନରେ ପଶି ପନିପରିବା ଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟ ପଦାର୍ଥ ବୋହି ନେଉଛନ୍ତି । ଏତିକିରେ ତାଙ୍କ ମନ ବୁଝୁନି ସେମାନେ ମଣିଷ ମାନଙ୍କୁ ଦେଖିବା ମାତ୍ରେ ଅତି ଭୟଙ୍କର ହୋଇ ଯାଉଛନ୍ତି । ବିଗତ କିଛି ବର୍ଷ ହେବ ପିରହାଟ, ଦୋଳସାହି, ଅଚକ, କମାରିଆମ ଗଦି, ବାର, ବିଲଣା, ପାଳିଆ ବିନ୍ଧା ଆଦି ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଅନେକଙ୍କୁ କ୍ଷତି ପହଞ୍ଚାଇଛନ୍ତି ଏବଂ ଗୁରୁତ୍ଵର କରିଛନ୍ତି ଏହି ମାଙ୍କଡ ମାନେ । ଏବେ କିଛି ଦିନ ହେବ ଏହି ଉପଦ୍ରୋପ ତାଳପଦା ଗାଁରେ ଦେଖା ଯାଇଛି ।


ଏକ ହିଂସ୍ର ମାଙ୍କଡ ଦଳ ଗୋପ ଗଦାଧର ପୁର ଗାଁରେ ପଶି ଯାହାକୁ ଯେଉଁଠି ପାଉଛି କାମୁଡି ପକାଉଛି । ଯାହାଫଳରେ ଲୋକେ ଭୟରେ ଘରୁ ବାହାରକୁ ବାହାରିବା ପାଇଁ ସାହାସ କରୁ ନାହାନ୍ତି । ଯଦି କେହି ବାହାରକୁ ଆସିବାର ଥିବ ତା ହେଲେ ସେମାନେ ସାଙ୍ଗ ହୋଇ ବା ବାଡି ଧରି ବାହାରକୁ ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *