ଅହିରାଜ (King Cobra) ସହ ନେଉଳର ହେଲା ଜବରଦସ୍ତ ଲଢେଇ, ଭାଇରାଲ ହେଲା ଭିଡିଓ, ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ସାପ ନାଁ ଶୁଣିଲେ ସମଗ୍ର ସଂସାରକୁ ଜିଣିଥିବା ମଣିଷ ଭୟଭୀତ ହୋଇଉଠେ । ତେବେ ଆପଣ ଭାବୁଥିବେ ତାହାଲେ ସାପ ସାମ୍ନାରେ ସାମାନ୍ୟା ନେଉଳ ବା କଣ । କିନ୍ତୁ କଥାରେ ଅଛି ସାପକୁ ସର୍ବଦା ହରାଏ ନେଉଳ । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଅହିରାଜ ସାପ ସହ ଲଢେଇ କରି ଜିତିଯାଇଛି ନେଉଳ । ଫଁ ଫଁ ହେଉଥିବା ସାପ ନେଉଳକୁ ଡରି ପଲାଉଥିଲା କିନ୍ତୁ ଛାଡୁନଥିଲା ନେଉଳ । ତେବେ କେଉଁଠାରେ ଦେଖିବା ପାଇଁ ମିଳିଛି ଏଭଳି ଘଟଣା ଏବଂ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ଖବର ଅନୁଯାଇ ବାଲେଶ୍ଵର ଜିଲ୍ଲା ପ୍ରସିଦ୍ଧ ଶୈବ ପିଠ ପଞ୍ଚଲିଙ୍ଗ ଠାରେ ଦେଖିବା ପାଇଁ ମିଳିଥିଲା ଅହିରାଜ ସାପ ସହ ନେଉଳର ଘମାଘୋଟ ଲଢାଇ । ଏତେ ବଡ ସପପା ସହ ନିଡରରେ ଲଢୁଥିଲା ନେଉଳ । ସାପକୁ ହରାଇବାର ଜିଦିରେ ଥିଲା ନେଉଳ । ସାପକୁ ଡରୁଥିବା ପ୍ରାଣୀ ନେଉଳ ନୁହେଁ । ବରଂ ସାପକୁ ଡରାଉଥିବା ପ୍ରାଣୀ ହେଉଛି ନେଉଳ ।

କୁହାଯାଏ ସାପ ସମସ୍ତଙ୍କ ଶତ୍ରୁ କିନ୍ତୁ ସାପର ସବୁଠାରୁ ବଡ ଶତ୍ରୁ ହୋଇଥାଏ ନେଉଳ ସାମ୍ନାରେ ହାର ମନିଥାଏ ସାପ । ପଞ୍ଚଲିଙ୍ଗ ଠାରେ ହେଉଥିବା ସାପ ଏବଂ ନେଉଳ ଲଢାଇ ମଧ୍ୟରେ ସାପ ନେଉଳ କବଳରୁ ରକ୍ଷା ପାଇବା ପାଇଁ ଗଛ ଉପରକୁ ଚଢି ଯାଉଥିବା ବେଳେ ନେଉଳ ଅହିରାଜର ଲାଞ୍ଜ ଧରି ତଳକୁ ଟାଣି ଆଣି ତାକୁ କରୁଥିଲା ଘାଇଲା । ଏହି ଘମାଘୋଟ ଲଢାଇରେ ନେଉଳ ଜିତିଥିଲା ।

ଆଉ ଏହି ଲଢାଇରେ ସାପ ପୁରା କ୍ଷତ ବିକ୍ଷତ ହୋଇଯାଇଥିଲା ନେଉଳର ପ୍ରହାରରେ । ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ବନବିଭାଗ ଆସି ସାପକୁ ଉଦ୍ଧାର କରିଥିଲେ । ଏବଂ ସାପକୁ ନିଳଗିରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଛି । ସାପଟି ସୁସ୍ଥ ହେବା ପରେ ସେହି ଅହିରାଜ ସାପକୁ କୁଳଡ଼ିହା ଅଭୟାରଣ୍ୟରେ ଛଡା ଯିବ ।

ବିଶାଳ କାୟ ଅହିରାଜ ହାର ମାନିଛି ନେଉଳ ସାମ୍ନାରେ । ରହିଥିବା କଥାର ବାସ୍ତବିକତା ସତରେ ଆଶ୍ଚର୍ଯ୍ୟ କରିବା ଭଳି ହୋଇଥାଏ । ବିଷଧର ସାପକୁ ନିଜ କାବୁରେ କରିବା ସହ ତାହାକୁ ଭୟଭୀତ କରିବା ପାଇଁ କେବଳ ସକ୍ଷମ ହୋଇଥାଏ ନେଉଳ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *