ବନ୍ଧୁଗଣ ଆମ ଭାରତରେ ଅନେକ ଧାର୍ମିକ ସ୍ଥଳ ଅଛି ହେଲେ ଯେତେବେଳେ ବାବା ଭୋଳାନାଥଙ୍କ କଥା ଉଠେ ସେତେବେଳେ ସମସ୍ତେ ଭଗବାନ ଶିବଙ୍କ ଭକ୍ତିରେ ଲୀନ ହୋଇଯାନ୍ତି । ଆପଣ ମାନେ ସମସ୍ତେ ଭଗବାନ ଶିବଙ୍କର ଅନେକ ଗୁଡିଏ ମନ୍ଦିର ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଭଗବାନ ଶିବଙ୍କର କିଛି ରହସ୍ୟମୟ ମନ୍ଦିର ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ରହସ୍ୟମୟ ମନ୍ଦିର ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ମନ୍ଦିରର ନାମ ହେଉଛି ନିଷ୍କଳଙ୍କ ମହାଦେବ ମନ୍ଦିର । ଏହି ମନ୍ଦିର ଗୁଜୁରାଟର ଭାବା ନଗରରେ ସ୍ଥିତ କଲିଆଗ ସମୁଦ୍ର କୂଳରୁ ତିନି କିଲୋମିଟର ଦୂର ଆରବ ସାଗରରେ ଅବସ୍ଥିତ । ପ୍ରତିଦିନ ସମୁଦ୍ର ଲହରୀ ଏହି ମନ୍ଦିରରେ ଥିବା ଶିବ ଲୀଙ୍ଗର ଅଭିଷେକ କରିଥାଏ ।
ସମୁଦ୍ରର ଜୁଆର ସାନ୍ତ ହେବା ପରେ ଭକ୍ତ ମାନେ ଚାଲି ଚାଲି ଏହି ମନ୍ଦିରର ଦର୍ଶନ କରିବାକୁ ଆସିଥାନ୍ତି । ଜୁଆର ସମୟରେ କେବଳ ମନ୍ଦିରର ଖମ୍ବ ଏବଂ ବାନା ହିଁ ନଜର ଆସେ । ଏହି ଦୃଶ୍ୟକୁ ଦେଖି କେହି ଭାବି ପାରିବେ ନାହିଁ ଯେ ପାଣି ଭିତରେ ଭଗବାନ ଶିବଙ୍କର ଏକ ଭବ୍ୟ ମନ୍ଦିର ଅଛି । ଏହି ମନ୍ଦିର ମହାଭାରତ କାଳର ବୋଲି କୁହାଯାଉଛି । ପୌରାଣିକ ମାନ୍ୟତା ଅନୁସାରେ ପାଣ୍ଡବ ମାନେ କୌରବ ମାନଙ୍କ ହତ୍ୟା କରି ମହାଭାରତ ଯୁଦ୍ଧ ଜିତିଥିଲେ ।
ହେଲେ ଯୁଦ୍ଧ ଜିତିବା ପରେ ପାଣ୍ଡବ ମାନଙ୍କୁ ଏହା ଜ୍ଞାତ ହେଲା ଯେ ସେମାନେ ନିଜ ଭାଇ ବନ୍ଧୁ ମାନଙ୍କର ହତ୍ୟା କରି ବଡ ପାପ କରିଛନ୍ତି । ଏହି ପାପରୁ ମୁକ୍ତ ହେବା ପାଇଁ ପାଣ୍ଡବ ମାନେ ଭଗବାନ ଶ୍ରୀ କୃଷ୍ଣଙ୍କ ମନ୍ଦିର ଗଲେ । ସେଠାରେ ଶ୍ରୀ କୃଷ୍ଣ ପାଣ୍ଡବ ମାନଙ୍କ ମୁକ୍ତି ପାଇଁ ଏକ କଳା ଧ୍ଵଜ ଓ ଏକ କଳା ଗାଈ ଦେଲେ । ପାଣ୍ଡବ ମାନଙ୍କୁ କହିଲେ ଏହି ଗାଈର ପଛେ ପଛେ ଯିବା ପାଇଁ ।
ଆଉ ଯେବେ ଏହି କଳା ଧ୍ଵଜ ଆଉ ଏହି କଳା ଗାଈର ରଙ୍ଗ ଧଳା ହୋଇଯିବ ସେବେ ଜାଣିବ ଯେ ତୁମ ମାନଙ୍କୁ ପାପରୁ ମୁକ୍ତି ମିଳିଗଲା । ଯେଉଁଠି ଏ ଚମତ୍କାର ଘଟିବ ସେଇଠି ତମେ ଭଗବାନ ଶିବଙ୍କର ତପସ୍ୟା ମଧ୍ୟ କରିବ । ଏହା ପରେ ପାଣ୍ଡବ ମାନେ ଶ୍ରୀ କୃଷ୍ଣଙ୍କ କଥାକୁ ମାନି କଳା ବାନାକୁ ହାତରେ ଧରି ସେହି କଳା ଗାଈର ପଛେ ପଛେ ଗଲେ ।
ବହୁତ ଦିନ ଗାଈ ପଛରେ ଯିବା ପରେ ସେମାନେ ଏହି ସମୁଦ୍ର କୂଳରେ ପହଞ୍ଚି ଗଲେ ଓ ସେଠାରେ ଧ୍ଵଜ ଏବଂ ଗାଈର ରଙ୍ଗ ଧଳା ହୋଇଗଲା । ଏହା ପରେ ପାଣ୍ଡବ ମାନେ ଏଠାରେ ଭଗବାନ ଶିବଙ୍କ ଦର୍ଶନ କରିଲେ ଯାହାଦ୍ୱାରା ଭଗବାନ ଶିବ ପାଣ୍ଡବ ମାନଙ୍କୁ ଏଠାରେ ଦର୍ଶନ ଦେଇଥିଲେ । ଏଠାରେ ପୂଜା କରି ପାଣ୍ଡବ ମାନଙ୍କ ଉପରୁ ହତ୍ୟାର କଳଙ୍କ ଦୂର ହୋଇଥିଲା । ତେଣୁ ଏହି ମନ୍ଦିରର ନାମ ନିଷ୍କଳଙ୍କ ରଖାଗଲା ।