ଆଫଗାନ ମାଟିରେ ରିଅଲ ହୀରୋ, ପୁରା ବିଶ୍ବରେ ଏବେ ଚର୍ଚ୍ଚାରେ ଆଫଗାନ ଉପ ରାଷ୍ଟ୍ରପତି Amrullah Saleh ଙ୍କ ଚିଠି, ଲେଖିଲେ କିଛି ଏମିତି କି ହେଉଛି ଖୁବ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ, ଆଫଗାନିସ୍ଥାନ ଦଖଲ ପରେ ଦେଶର ମୁଖ୍ୟ ଅସରଫ ଘନୀ ଙ୍କ ସମେତ ଅନ୍ୟ ନେତା ଦେଶ ଛାଡି ଅନ୍ୟତ୍ର ପଳାଇବା ପରେ ମଧ୍ୟ ନିଜ ଦେଶ ମାଟିରେ ଦମ୍ଭ ଧରି ରହିଛନ୍ତି ପୂର୍ବତ୍ତନ ପ୍ରତିରକ୍ଷା ମନ୍ତ୍ରୀ “ଅମରୁଲ୍ଲା ସାଲେହ’ । ଅଗଷ୍ଟ ୧୫ ରେ ତାଲିବାନ କାବୁଲ ଦଖଲ କରିବା ପରେ ଦେଶର ଚିନ୍ତା ଯେମିତି ସମସ୍ତଙ୍କ ମନରୁ ଉଭାଇ ଯାଇଥିଲା । ବ୍ୟକ୍ତିଗତ ସ୍ଵାର୍ଥ ଆଗରେ ଫିକା ପଡିଯାଇଥିଲା ଦେଶର ସ୍ଵାର୍ଥ ।

କିନ୍ତୁ ଏଭଳି କିଛି ବ୍ୟକ୍ତିତ୍ଵ ଏହି ମାଟିରେ ଅଟକି ରହି ଦେଶ ମାତୃକା ପାଇଁ ଚଳାଇଛନ୍ତି ସଂଗ୍ରାମ । ଜୀବନର ଶେଷ ନିଶ୍ଵାସ ଯାଏଁ ମାଟି ମା’ ପାଇଁ ଲଢିବାକୁ ନେଇଛନ୍ତି ଶପଥ । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ପୂର୍ବତ୍ତନ ପ୍ରତିରକ୍ଷା ମନ୍ତ୍ରୀ “ଅମରୁଲ୍ଲା ସାଲେହ” । ସେ ତାଲିବାନ ର ଦେଶ ଅକ୍ତିଆର ପରେ ଦେଶ ଛାଡି ଯାଇନଥିଲେ, ବରଂ ପଞ୍ଜସିର ର ନର୍ଦନ ଏୟାରଲେନ୍ସ ରେ ଜୋଗ ଦେଇ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ସାଲେହ ।

ତେବେ କାବୁଲ ଦଖଲ ର ପୂର୍ବର କିଛି ସମୟକୁ ନିଜ ଲେଖାରେ କଏଦ କରିଥିଲେ ସାଲେହ । ଏହା ଏକ ବ୍ରିଟିଶ ଖବର କାଗଜରେ ପ୍ରକାଶ ପାଇବା ପରେ, ସାରା ବିଶ୍ଵ ରେ ବର୍ତ୍ତମାନ ଚର୍ଚ୍ଚା ହୋଇଅଛି । ସାଲେହ ସେଥିରେ ଲେଖିଛନ୍ତି,- ତାଲିବାନୀ କାବୁଲ ଦଖଲ କରିବା ପୂର୍ବରୁ ଏଠିକାର ଜଣେ ପୋଲିସ ଅଧିକାରୀ ମୋତେ ଫୋନ କରି ଜଣାଇଲେ । ନିଜ ପାଖରେ ଥିବା ସାଧନକୁ ନେଇ ତାଲିବାନର ସାମନା କରିବାକୁ ମୁଁ ତାଙ୍କୁ କହିଥିଲି । ହେଲେ ହାରିଯାଇଥିଲା କାବୁଲ ପୋଲିସ ।

ତୁରନ୍ତ ପଞ୍ଜଶିର ମୁଖ୍ୟ ମହମ୍ମଦ ମାସୁଦଙ୍କ ଯୋଗାଯୋଗ କରିଥିଲେ । ସେ ତାଙ୍କ ସହିତ ତୁରନ୍ତ ଯୋଗ ଦେବାକୁ କହିଥିଲେ । ସେଠାରେ ରହି ତାଲିବାନୀ ଙ୍କ ବି-ରୋ-ଧ-ରେ ଲ-ଢି-ବା-କୁ କହିଥିଲେ । ଏହାପରେ ସଙ୍ଗେ ସଙ୍ଗେ ମୁଁ କାବୁଲ ସ୍ଥିତ ମୋ ଘରକୁ ଗଲି । ସେଠାରେ ମୋ ପରିବାର ଙ୍କ ଫଟୋ ନଷ୍ଟ କରିଦେଲି ଗୁରୁତ୍ଵପୂର୍ଣ୍ଣ ଦସ୍ତବିଜ ଓ ମୋ କମ୍ପ୍ୟୁଟରକୁ ମୋ ସାଙ୍ଗରେ ନେଇଗଲି । ଗଲା ସମୟରେ ମୁଁ ଚିଫ ଗାର୍ଡଙ୍କୁ କହିଲି । ତୁମ୍ଭେ ମୋର ବିଶ୍ଵସ୍ଥ । ଆମ୍ଭେ ପଞ୍ଜଶିର ଯାଉଛେ ।

ସେଠାରେ ମିଶି ଲ-ଢି-ବା କୋରାନ ଉପରେ ହାତ ରଖି କୁହ । ମାତ୍ର ମୁଁ ଯଦି କେବେ ଆ-ହ-ତ ହୋଇଯାଏ ତେବେ ମୋ ମୁଣ୍ଡ କୁ ତୁମ୍ଭେ ୨ ଟି ଗୋ-ଳି ଚ-ଳା-ଇ-ବ । ଜୀବନ ହରାଇବି ମାତ୍ର ତାଲିବାନ ଆଗରେ ମୁଁ ମୁଣ୍ଡ ନୂଆଁଇବାକୁ ଚାହୁଁନାହିଁ । ଏହି ସବୁ କହି ପଞ୍ଜଶିର ଆଭିମୁଖେ ବାହାରିଥିଲେ ସାଲେହ । ଏହା ପରେ ଦୁଇଥର ଆ-କ୍ର-ମ-ଣ ହୋଇଥିଲେ ମଧ୍ୟ ବର୍ତ୍ତିଯାଇଥିଲେ ସାଲେହ ।

ସ୍ଥାନୀୟ ଗଣ ମାଧ୍ୟମର ସୂଚନା ଆନୁଯାୟୀ ତାଲିବାନ ପଞ୍ଜଶିର ଦଖଲକରିବା କଥା କହୁଥିଲେ ମଧ୍ୟ ବର୍ତ୍ତମାନ ମଧ୍ୟ ଏହାକୁ ପ୍ରତ୍ୟାଖନ କରି ଆସୁଛନ୍ତି ମାଶୁଦ ଏବଂ ସାଲେହ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବାରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *