ଅଡୁଆ ଟାଇମ, ଅଜାଗାରେ ଶୋଇଥିଲେ ୨ ମହିଳା ୪ ପୁରୁଷ, ହଠାତ ପସିଗଲା ପୋଲିସ, ଆଉ ତା’ପରେ

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁରୀର ଏକ ଭଡାଘରେ ଚାଲିଥିଲା ସେକ୍ସ ରାକେଟ । ପୁରୀ ପାଇକ ସାହି ସ୍ଥିତ ଏକ ଭଡାଘରେ ଏହି ସେକ୍ସରାକେଟ ଚାଲିଥିବା ବେଳେ ଅସଂଯତ ଅବସ୍ଥାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥି ମଧ୍ୟରୁ ୨ ଜଣ ମହିଳା ଏବଂ ୪ ଜଣ ପୁରୁଷ ଅଛନ୍ତି । ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ବାସେଳିଥାନା ପକ୍ଷରୁ ସୂଚନା ଦିଆଯାଇଛି କି ଅଭିଯୁକ୍ତ ଙ୍କ ଠାରୁ ଗୋଟିଏ କାର, ୪ ଟି ବାଇକ, ୫ ଟି ଫୋନ, ୫ ହଜାର ନଗଦ ଟଙ୍କା ସହିତ ଆପତ୍ତି ଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ତେବେ ଏ ନେଇ ଡିଏସପି କହିଛନ୍ତି ଯେ ତାଙ୍କୁ ଖବର ମିଳିଥିଲା ଯେ ପାଇକ ସାହିରେ ଏକ ନିର୍ଦ୍ଧିଷ୍ଟ ଘରେ ସେକ୍ସ ରାକେଟ ଚାଲୁଅଛି, ଏହାକୁ ଆଧାର କରି ରେଡ ହୋଇଥିଲା ଏବଂ ଧରାପଡିଥିଲେ ଦୁର୍ବୁତ୍ତ । ବାଶୂଳିସାହି ଥାନାରେ ଏହି ବାବଦରେ ୨୫୬ ନମ୍ବର କେସ ହୋଇଛି ବୋଲି କହିଛନ୍ତି । ତଦନ୍ତ ପରେ ଜଣା ପଡିଥିଲା ଯେ ସେଠାରେ ୨ ଜଣ ସ୍ଵାମୀ ସ୍ତ୍ରୀ ପରିଚୟ ଦେଇ ରହୁଥିଲେ ଏବଂ ସେମାନେ ବାହାରୁ ଝିଅ ଆଣି ଏହିଭଳି ଦେହ  ବ୍ୟବସାୟ ରେ ନିୟୋଜିତ କରାଉଥିଲେ ।

ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୪ ଜଣ ପୁରୀର ହୋଇଥିବା ବେଳେ ଆଉ ୨ ଜଣ ଗଞ୍ଜାମ ର ବୋଲି ସୂଚନା ମିଳିଛି । ମାତୃଶକ୍ତିର କିଛି ଭଲେଣ୍ଟାରି ଏହି ବାବଦରେ ଖବର ଦେଇଥିଲେ ପୋଲିସ କୁ । ସମସ୍ତଙ୍କୁ ଗିରଫ କରି ବର୍ତ୍ତମାନ ପୋଲିସ କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କର ସମ୍ବନ୍ଧ ରହିଛି କି ନାହିଁ ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛନ୍ତି ।

ତେବେ ରୋଜଗାର କରିବାର ଅନେକ ରାସ୍ତା ଅଛି ମାତ୍ର ଏହିଭଳି ଭାବରେ ଝିଅମାନଙ୍କ ଅର୍ଥ ରିଜଗାର କରିବା କେତେଦୂରେ ସଠିକ ? ପଇସା ପାଇଁ ଏଭଳି କାର୍ଯ୍ୟ କରିବା ପୂର୍ବରୁ ଇଜ୍ଜତ କଥା ଚିନ୍ତା କରିଲେ ବୋଧ ହୁଏ ଭଲ ହୁଅନ୍ତା । ଆଜିଭଳି ଦିନରେ ଆମ ସମାଜ ଧୀରେ ଧୀରେ ନଷ୍ଟ ହେବାକୁ ଲାଗୁଛି । ଏ ନେଇ ଦାୟୀ କିଏ ?

ମଣିଷ ଏଭଳି କାଣ୍ଡ ଦିନକୁ ଦିନ କରିବାରେ ଲାଗିଛି ଯେ ସମାଜ ର ଅସ୍ତିତ୍ଵ ଲିଭିବାରେ ବସିଛି । ସତମାର୍ଗ ରେ ଯାଇ ପଇସା ରୋଜଗାର କରିବାକୁ କେହି ଚାହୁଁନାହାଁନ୍ତି, ସମସ୍ତେ ଏହିଭଳି କାର୍ଯ୍ୟ ରେ ନିୟୋଜିତ ଥିବାର ଅଧିକାଂଶ ଦେଖିବାକୁ ମିଳୁଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *