ଆଜି ବଲାଙ୍ଗୀର ସାଙ୍ଗ କୁ ଜେରା କଲା ପୋଲିସ! ହେଲା ବହୁତ ବଡ଼ ଖୁଲାସା..

ଆଦିତ୍ୟ ଙ୍କ ବଲାଙ୍ଗିରି ସାଙ୍ଗକୁ ଆଜି 2 ଘଣ୍ଟା ଜେରା କରିଛି ଜିଆର୍ପି ପୋଲିସ। ସାମ୍ନା କୁ ଆସିଛି ବଡ଼ ତଥ୍ୟ। ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ର ସବୁ ରହସ୍ୟ ଖୋଲିବେ ବଲାଙ୍ଗିରି ସାଙ୍ଗ ? ୨୧ ଦିନ ପରେ ଆସିଲା ମାନବ ପ୍ରେମୀ ଆଦିତ୍ୟ ଙ୍କ ମୃତ୍ୟୁ ର ନୂଆ ଟ୍ୱିଷ୍ଟ । ଆଦିତ୍ଯ ଙ୍କର ବଲାଙ୍ଗିରି ବନ୍ଧୁ ପୋଲିସ୍ ଙ୍କ ଆଗରେ ସବୁ କିଛି କହିଛନ୍ତି । ପୋଲିସ ବଲାଙ୍ଗିର ବନ୍ଧୁ ଙ୍କୁ ଜେରା କରିବା ପାଇଁ ନୋଟିସ୍ ଦେଇଛି । ଆଜି ଆମେ ଆପଣମାନଙ୍କୁ ଆଦିତ୍ଯ ଙ୍କର ସେ ବନ୍ଧୁ ଜଣକ କିଏ ଏବଂ ସେ କଣ କଣ ସବୁ ଖୁଲାସା କରିଛନ୍ତି ତାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ପୋଲିସ ଆଦିତ୍ୟ ଦାସ ଙ୍କର ସିକ୍ରେଟ ବିଷୟରେ ଜାଣିବାକୁ ପାଇଛି । ଆଦିତ୍ୟ ଏହି ବିବାହ ରେ ଖୁସି ନଥିଲେ । ଫୋନ ରେ କୁଆଡେ କହିଥିଲେ କି ଏ ବାହାଘର ମୋର କରିବାର ନଥିଲା । ମୁଁ ଫସି ଯାଇଛି।

କିଛି ଦିନ ତଳେ ପୋଲିସ କୁ ଏକ ସିସିଟିଭି ଫୁଟେଜ ମିଳିଥିଲା।ସି.ସି.ଟି.ଭି. ଫୁଟେଜ ରେ ଦେଖିବାକୁ ମିଳିଥିଲା ଯେ ରାତି ୮ ଟା ପୂର୍ବ ରୁ ସେ ଷ୍ଟେସନ୍ ଆଡକୁ ଚାଲି ଚାଲି ଯାଉଥିଲେ । ତାହାର ୧୭ ମିନିଟ୍ ପରେ ଟ୍ରେନ୍ ତାଙ୍କୁ ଧକ୍କା ଦେଇଛି । ଏହି ସବୁ ତଥ୍ୟ କୁ ଆଧାର କରି ରେଳ ବାଇ ପୋଲିସ୍ ଖୁବ୍ ଶୀଘ୍ର ଏହି ମାମଲାର ଅନ୍ତ ଘଟିବ ବୋଲି କହିଛନ୍ତି । ପୋଲିସ ଆଶା କରୁଛି କି ଆଦିତ୍ୟ ଙ୍କ ବଲାଙ୍ଗିରି ବନ୍ଧୁ ଠାରୁ ଆହୁରି ଅନେକ ତଥ୍ୟ ମିଳିପାରେ ।

ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କେବେ ଝଗଡ଼ା ହେଉଥିଲା କି ? ପୋଲିସ ଘର ମାଲିକ ଙ୍କୁ ଜେରା କରିବାବେଳେ ପଚାରିଥିଲେ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟ ରେ ସଂପର୍କ କିପରି ଥିଲା , ଏଭଳି ଅନେକ ପ୍ରଶ୍ନ ପୋଲିସ ପଚାରିଥିଲା । ଏପଟେ ସମାଜସେବୀ ଆଦିତ୍ୟଙ୍କ ପତ୍ନୀ କହିଥିଲେ କି ତାଙ୍କ ବିବାହିତ ଜୀବନ ସୁଖମୟ ଥିଲା । ଆଉ ମଧ୍ୟ କହିଥିଲେ ଦୁଇଜଣ ପରସ୍ପରକୁ ବହୁତ ଭଲ ପାଉଥିଲେ । ଆଦିତ୍ୟଙ୍କ ପତ୍ନୀ ଙ୍କୁ ପୁଣିଥରେ ଖୁବ ଶ୍ରୀଘ୍ର ଜେରା କରାଯିବ ବୋଲି ଆଶା କରାଯାଉଛି।

କଳିଙ୍ଗ ବିହାର ୟୁନିଅନ୍ ଅନୁଷ୍ଠାନ ର ବ୍ୟାଙ୍କ୍ ଆକାଉଣ୍ଟ୍ ଡିଟେଲ୍ ରେଳ ବାଇ ପୋଲିସ୍ ର ହସ୍ତଗତ ହୋଇଛି । କେତେ ଟଙ୍କା ଆସୁଥିଲା କିଏ କେତେ ଟଙ୍କା ନେଉଥିଲା ତାହା ମଧ୍ୟ ହିସାବ କିତାବ ଚାଲିଛି । ସମାଜସେବୀ ଆଦିତ୍ଯ ଦାସ ମୃତ୍ୟୁ ପୂର୍ବ ରୁ ଅଜଣା ନମ୍ବରରେ କଥା ହେଇଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି । ୬.୪୨ରେ ସେହି ନମ୍ବର କୁ ଶେଷ କଲ୍ ଯାଇଥିଲା ଏବଂ ୭.୧୪ ରେ ଆଦିତ୍ୟ ମୂତ୍ୟୁ କୁ ନେଇ ଶେଷ ଫେସ୍ ବୁକ୍ ପୋଷ୍ଟ କରିଥିଲେ ।

ଆଦିତ୍ଯ ଙ୍କର ସେହି କଥା ବିଷୟରେ ଜାଣିବା ପାଇଁ ରେଳ ବାଇ ପୋଲିସ୍ ଉଦ୍ୟମ କରୁଛି ପୋଲିସ ଆଦିତ୍ଯ ଙ୍କର ହ୍ୱାଟ୍ସ୍ ଆପ ଚାଟ୍ ଓ କେତେକ ପ୍ରମାଣ କୁ ଆଧାର କରି ସମାଜସେବୀ ଆଦିତ୍ୟ ଙ୍କ ର ପ୍ରିୟ ତଥା ଅନ୍ତରଙ୍ଗ ବନ୍ଧୁ ବିଶ୍ଵ ମୋହନ୍ ଭୋଇ ପୋଲିସ ଜେରା କରିଛି । ତାଙ୍କୁ ଜେରା କରାଯିବାପରେ ଏହି ନୂଆ ଟ୍ଵିଷ୍ଟ ର ଖୁଲାସା ହେଇଚି । ଆଉ ଅନ୍ୟ ପଟେ ପୋଲିସ ପୁଣି ବିକାଶ ଏବଂ ପପୁ କୁ ଜେରା କରିବ। ପ୍ରିତମ୍ ଓ ଆଦିତ୍ୟ ରହୁଥିବା ଭଡ଼ା ଘର ମାଲିକ କୁ ମଧ୍ୟ ପୋଲିସ୍ ଜେରା କରିଛି।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଏହାର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *