ଆପଣଙ୍କ ଫେବରେଟ ରଙ୍ଗ ଆପଣଙ୍କ ବିଷୟରେ କଣ କହିଥାଏ ? ଜାଣନ୍ତୁ

ଆମ ଜୀବନରେ ରଙ୍ଗର ବହୁତ ଗୁରୁତ୍ଵ ରହିଛି । ହେଲେ ଆପଣ ମାନେ କଣ ଜାଣିଛନ୍ତି ଆପଣଙ୍କ ପସନ୍ଦର ରଙ୍ଗ ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ କହିଥାଏ । ରଙ୍ଗ ଦ୍ଵାରା ମଣିଷର ସ୍ଵଭାବ, ବ୍ୟକ୍ତିତ୍ବ ଓ ଚରିତ୍ର ବିଷୟରେ ଜାଣି ହେବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସବୁ ରଙ୍ଗର ବିଶେଷତ୍ଵ ବିଷୟରେ କହିବୁ, ତେବେ ବନ୍ଧୁଗଣ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ଵ ବିଷୟରେ । ଆସନ୍ତୁ ଜାଣିବା ଏହି ସବୁ ରଙ୍ଗ ବିଷୟରେ ।

୧. ନାଲି


ଯଦି ଆପଣଙ୍କୁ ନାଲି ରଙ୍ଗ ଭଲ ଲାଗେ ତା ହେଲେ ଆପଣ ଶାରୀରିକ ରୂପରେ ବହୁତ ସକ୍ରିୟ ବା ଊର୍ଜାବାନ ହୋଇଥାନ୍ତି । ଆପଣ ବହୁତ ସାହାସି ହେବା ସହିତ ବହୁତ ଦୟାଳୁ ମଧ୍ୟ ହୋଇଥାନ୍ତି । ହେଲେ ଲାଲ ରଙ୍ଗକୁ ପସନ୍ଦ କରୁଥିବା ଲୋକମାନଙ୍କ ମଧ୍ୟରେ ସବୁଠାରୁ ବଡ ନକରାତ୍ମକ ସ୍ଵଭାବ ଥାଏ, ତାହା ହେଉଛି କ୍ରୋଧ । ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

୨. ଗୋଲାପି

ଗୋଲାପି ରଙ୍ଗକୁ ପସନ୍ଦ କରୁଥିବା ଲୋକମାନେ ମନରୁ ବହୁତ କୋମଳ ହୋଇଥାନ୍ତି । ଏହି ଲୋକ ମାନଙ୍କୁ ପ୍ରେମ କରିବା ପାଇଁ ଭଲ ଲାଗେ । ଏହି ଲୋକମାନେ ନିଜ ପରିବାର ଲୋକଙ୍କଏଅ ଧ୍ୟାନ ବହୁତ ଭଲ ଭାବରେ ରଖିଥାନ୍ତି ଏବଂ ଏହି ଲୋକମାନେ ପରୋପକାରୀ ହୋଇଥାନ୍ତି ।

୩. ଧଳା

ଏହି ରଙ୍ଗକୁ ପସନ୍ଦ କରୁଥିବା ଲୋକମାନେ ସହଜ ସରଳ ଜୀବନ ବଞ୍ଚିବା ପାଇଁ ଇଛା କରିଥାନ୍ତି । ଏହି ରଙ୍ଗକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଆତ୍ମ ନିୟନ୍ତ୍ରଣ ଓ ଆତ୍ମ ବିଶ୍ଵାସ ଗୁଣ ମଧ୍ୟ ରହିଥାଏ । ଏହି ଲୋମାନେ ଶାନ୍ତିପ୍ରିୟ ହୋଇଥାନ୍ତି ।

୪. ହଳଦିଆ

ଯେଉଁ ଲୋକମାନଙ୍କୁ ଏହି ରଙ୍ଗ ପସନ୍ଦ ଥାଏ, ସେମାନେ ନିଜ ମାନ ସମ୍ମାନ ଓ ପ୍ରତିଷ୍ଠାକୁ ବହୁତ ଗୁରୁତ୍ଵ ଦେଇଥାନ୍ତି । ଏହି ଲୋକମାନଙ୍କୁ ଅନ୍ୟ ଲୋକଙ୍କ ତୁଳନାରେ ଶକ୍ତିଶାଳୀ ଓ ସ୍ଵତନ୍ତ୍ର ରହିବା ପାଇଁ ଭଲ ଲାଗେ ।

୫. ଗ୍ରେ କଲର

ଆପଣଙ୍କ ପସନ୍ଦିଆ କଲର ଗ୍ରେ କଲର ଅଟେ, ତା ହେଲେ ଜାଣି ଯାନ୍ତୁ ଆପଣ ନିଜ ମାଟି ସହ ଜଡିତ ହୋଇ ରହୁଥିବା ମଣିଷ ଅଟନ୍ତି । ଏହି ଲୋକମାନେ ନିଜ କର୍ତବ୍ୟକୁ ପରିପୂର୍ଣ୍ଣ କରିଥାନ୍ତି । ଏହି ଲୋକମାନେ ନିଜ ପରିବାରର ଖୁସି ପାଇଁ ସବୁ କିଛି କରିପାରନ୍ତି । ଏହି ଲୋକମାନେ ସହଜରେ କ୍ରୋଧ କରନ୍ତି ନାହିଁ ।

୬. ବାଇଗଣି ରଙ୍ଗ

ବହୁତ କମ ଲୋକ ମାନଙ୍କୁ ଏହି ରଙ୍ଗ ପସନ୍ଦ ହୋଇଥାଏ । ଏହି ଲୋକମାନେ ନିଜ ପାଇଁ କିଛି ଚିନ୍ତା ନକରି ଅନ୍ୟ ପାଇଁ ଚିନ୍ତା କରିଥାନ୍ତି । ଏମାନେ ନିଜ ଜୀବନର ସମସ୍ତ ନିଷ୍ପତ୍ତି ନିଜେ ନେଇଥାନ୍ତି । ହେଲେ ଏହି ଲୋକମାନେ ଠିକ ସମୟରେ ଠିକ କାମ କରିପାରନ୍ତି ନାହିଁ । ଏମାନେ ନିଜର ସମସ୍ତ କାର୍ଯ୍ୟରେ ବିଳମ୍ବ କରିଥାନ୍ତି ।

୭. ନୀଳ ରଙ୍ଗ


ଏହି ରଙ୍ଗ ପସନ୍ଦ କରୁଥିବା ଲୋକମାନେ ଆତ୍ମ ବିଶ୍ଵାସୀ ଓ ବହୁତ ସ୍ମାର୍ଟ ହୋଇଥାନ୍ତି । ଏମାନେ ବହୁତ ସହଜରେ ଅନ୍ୟ କାହା ଉପରେ ବିଶ୍ଵାସ କରିନଥାନ୍ତି । ଏହି ଲୋକମାନେ ଶାନ୍ତିପ୍ରିୟ ହୋଇଥାନ୍ତି । ହେଲେ ଛୋଟ ଛୋଟ କଥା ପାଇଁ ଆପଣ ବହୁତ ଚିନ୍ତା ଗ୍ରସ୍ତ ହୋଇଥାନ୍ତି । ଯାହାଫଳରେ ଆପଣଙ୍କୁ ଭବିଷ୍ୟତରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଲେଖାଟି ପୁରା ପଢିଥିବାରୁ ଧନ୍ୟବାଦ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *