ଏମିତି ଥିଲା ବିଦ୍ୟାଶ୍ରୀ ଏବଂ ବିକାଶଙ୍କ ସମ୍ପର୍କ, ଫୋନ ରେ କରୁଥିଲେ ଏହି ଗପ

ବିକାଶ ହେଉଛି ଆଦିତ୍ୟ ଙ୍କ ସହଯୋଗୀ ଏବଂ ବିଦ୍ୟାଶ୍ରୀ ଙ୍କ ଦିଅର ଭଳି। ଏବେ ପୁଣି ଭାଇରଲ ହେବାରେ ଲାଗିଛି ବିଦ୍ୟାଶ୍ରୀ ଆଉ ବିକାଶ ଙ୍କ ଭାଇରଲ କଥା ବାର୍ତ୍ତା । ଦୁହିଁଙ୍କ ଉପରେ ଅନେକ ଲୋକ ସତ ମିଛ ପ୍ରଶ୍ନ ଉଠାଇଛନ୍ତି ଲୋକ । ଆଦିତ୍ୟ ଦାସ ପିପୁଲ ଫର୍ ସେବା ସଂଗଠନ ର ଚେୟାରମ୍ୟାନ ଥିଲେ ସେ ଆଉ ଏ ଦୁନିଆରେ ନାହାନ୍ତି ହେଲେ ତାଙ୍କ ସଂଗଠନ ର କର୍ମ କର୍ତ୍ତା ମାନେ ବିକାଶ ଆଉ ପପୁଙ୍କୁ ନେଇ ଅନେକ ଚର୍ଚା କରୁଛନ୍ତି । କାହିଁକି ନା ସେ ଦୁଇଜଣ ଆଦିତ୍ୟଙ୍କର ଅନ୍ତରଙ୍ଗ ବନ୍ଧୁ ଥିଲେ । ଆଦିତ୍ୟ ସବୁବେଳେ ସେ ଦୁଇଜଣଙ୍କୁ ସାହାର୍ଯ୍ୟ କରୁଥିଲେ । ବର୍ତ୍ତମାନ ମିଳିଥିବା ଏହି କଲ ରେକର୍ଡ ଏକ ନୂଆ ଦିଗ ଆଡକୁ ଇସାରା କରୁଛି।

ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାଶ୍ରୀ ଏବଂ ବିକାଶ ଜାଣି ଶୁଣି ପୋଲିସ କୁ ଭୁଆଁ ବୁଲାଇବା କଥା ମଧ୍ୟ କୁହାଯାଉଛି । ଲୋକେ କହୁଛନ୍ତି ଦିଅର ଭାଉଜ ଭଲ ଅଭିନୟ କରି ଜାଣିଛନ୍ତି। ଆଦିତ୍ୟଙ୍କ ମୃତ୍ୟୁ ପରେ ଏହି କଲ ଅଭିନୟ କରି ରେକର୍ଡ କରାଯାଇଛି। ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ବିଦ୍ୟାଶ୍ରୀଙ୍କ ଏବଂ ବିକାଶ ଙ୍କ ଅଡିଓ ଟେପ ? ବିକାଶ ତୁମେ ନିଜର ବୋଲି କହୁଚି କାହାକୁ କିଛି କହିବନି। କଲ୍ ରେକର୍ଡ ରେ ଆଦିତ୍ୟ ଙ୍କ ପତ୍ନୀ ବିକାଶ ଙ୍କ ସହିତ ଏମିତି କିଛି କଥା ହେଇଥିଲେ ଯାହାକୁ ଶୁଣିଲା ପରେ ପୋଲିସ ଏକ ଭିନ୍ନ ଭାବରେ ତଦନ୍ତ ପ୍ରକ୍ରିୟା ରେ ଆରମ୍ଭ କରିବ ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ ଦୁହିଁଙ୍କର ଏକ ଟେପ ଭାଇରଲ ହୋଇଥିଲା।

କାହିଁକି ଆଦିତ୍ଯ ଙ୍କର ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଝଗଡ଼ା ହୋଇଥିଲା ସେହି ମୂହୁର୍ତ୍ତ ରେ କାହିଁକି ଆଦିତ୍ୟ ଘରୁ ବାହାରକୁ ପଳାଇଥିଲେ ଏବଂ ଆଦିତ୍ୟଙ୍କ ପଛେ ପଛେ ତାଙ୍କ ପତ୍ନୀ ମଧ୍ୟ ଘରୁ ବାହାରକୁ ପଳାଇଥିଲେ ତାପରେ ଫୋନ ରେ ବିକାଶ ଙ୍କୁ କହିଥିଲେ ଯେ ତୁମ ଭାଇ ମୋ ସହ କଥା କଥାରେ ଝଗଡା କରୁଛନ୍ତି । ମୁଁ ଯାହା କହିଲେ ବି ରାଗିଯାଉଛନ୍ତି ଏବଂ ଟିକେ ଟିକେ କଥାରେ ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଉଛନ୍ତି । ତାଙ୍କର ସବୁ କଥାରେ ସମସ୍ୟା ହେଉଛି । ତାଙ୍କର ବ୍ୟବହାର ମତେ କିଛି ଠିକ ଲାଗୁନି ତାଙ୍କ ଉପରେ ନଜର ରଖିଥିବ କାରଣ ସେ ଏବେ ରାଗିକି ଯାଇଛନ୍ତି ।

 

ବିଦ୍ୟାଶ୍ରୀ ବିକାଶ କୁ କହୁଛନ୍ତି ତମକୁ ନିଜର ଭାବୁଛି ବୋଲି ମୁଁ ତୁମକୁ କହୁଛି । ତୁମେ ଏକଥା କାହାକୁ କିଛି ବି କହିବନି । ଏହା ପରେ ବିକାଶ ବିଦ୍ୟାଶ୍ରୀଙ୍କୁ କହୁଛନ୍ତି ଭାବି ତୁମେ ଆମ ଘର କୁ ଯାଅ ଆଉ ତୁମେ ଜଲ୍ଦି ତୁମେ ଆମ ଘରକୁ ଯାଇ ବସ । ବିଦ୍ୟାଶ୍ରୀ ବିକାଶ ସହ କଥା ହେଉଥିବା କଲ ରେକର୍ଡ ରୁ ଜଣାପଡିଛି କି ବିଦ୍ୟାଶ୍ରୀ ଟେନସନ ରେ ଥାଇ କଥା ହେଉଥିଲେ। ତେଣୁ ଏହା ମଧ୍ୟ ହୋଇପାରେ ବିଦ୍ୟାଶ୍ରୀଙ୍କର ମୃତ୍ୟୁ ର କାରଣ । ଏବେ ଆଦିତ୍ୟ ଙ୍କୁ ନ୍ୟାୟ ଦେବା ପାଇଁ ଅନେକ ବିଦ୍ରୋହ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି । ତେବେ ଦେଖା ଯାଉ ଆଗକୁ କଣ ହେଉଛି ।

ଖବର ଟି ସଂପୂର୍ଣ୍ଣ ପଢିଥିବାରୁ ଧନ୍ୟବାଦ । ଏହା ଉପରେ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *