ଆଧାର ପାନ୍ ଦେଖାଇଲେ ମିଳିବ ମାଗଣା ପେଟ୍ରୋଲ ! ଦେଖନ୍ତୁ କଣ ରହିଛି ପୁରା ଖବର !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ମହଙ୍ଗା ଦୁନିଆ ରେ ଖାଇବା ଵସ୍ତୁ ଠାରୁ ଆରମ୍ଭ କରି ପିନ୍ଧିବା ରହିବା ଆଦି ସବୁ ଜିନିଷ ର ଦାମ ଅଧିକ । ଏକ ମଧ୍ୟବର୍ତ୍ତୀ ପରିବାର ର ଲୋକଙ୍କ ପାଇଁ ବଞ୍ଚିବା ଏକ ପ୍ରକାର ର କାଠିକର ପାଠ । ତେବେ ଏହି ସବୁ ଭିତରେ ପେଟ୍ରୋଲ ର ଦାମ ତ ଏକଦମ ଆକାଶ ଛୁଆଁ ହୋଇଥାଏ ଲିଟର ପିଛା ୮୦ କିମ୍ବା ୧୦୦ ରହିଥାଏ ତେବେ ଏହା ଯୋଗୁଁ ଲୋକମାନେ ବହୁତ ହଇରାଣ ଏବଂ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ଏବଂ ଗାଡି ଚଲେଇବା ଆଗରୁ ଶହେ ଥର ଭାବିବାକୁ ପଡ଼ିଥାଏ ।

ତେବେ ଏହି ମଧ୍ୟରେ ତାମିଲନାଡୁ ରେ ଲୋକ ମାନଂକୁ ଏକ ଲିଟର ପେଟ୍ରୋଲ କେବଳ ଆଧାର କାର୍ଡ ଏବଂ ପ୍ୟାନ କାର୍ଡ଼ ଦେଖେଇ ପାଇ ପାରିବେ ମାଗଣା ପେଟ୍ରୋଲ । ତେବେ ବର୍ତ୍ତମାନ ଦେଶରେ ସବୁଆଡେ ପେଟ୍ରୋଲ ମହଙ୍ଗା ହେଉଥିବା ସମୟରେ ଏକ ଲିଟର ପେଟ୍ରୋଲ ମାଗଣା ମିଳିବା ତାହା ଫୁଣି କେବଳ ଆଧାର କାର୍ଡ ଦେଖେଇକରି । ତେବେ ଏହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ତେବେ ଲୋକମାନେ ଏହାର ଫାଇଦା ମଧ୍ୟଉଠାଇ ଥିଲେ ।

ତେବେ ଏହି ଘୋଷଣା କରିଛନ୍ତି ତାମିଲନାଡୁ ର କାଁଚିପୁରମ ଜିଲ୍ଲା ର ଥିବା ଏକ ଘରୋଇ କମ୍ପାନୀ । ଏହି ଘୋଷଣା ପରେ କାଁଚିପୁରମ ର ଉଥିମେରୁ ର ଗାଁ ର ଲୋକମାନେ ଲାଇନ ଲଗାଇଛନ୍ତି । ତେବେ ଏଭଳି ମାଗଣା ପେଟ୍ରୋଲ ଦେବାର କାରଣ କଣ ହୋଇପାରେ ତାହା କେହି ନ ଭାବି କେବଳ ପେଟ୍ରୋଲ ନେବା ପାଇଁ ହାଜର ହୋଇ ଯାଇଥିଲେ । ତେବେ ଏହା କଣ ନିଜ କମ୍ପାନୀ ର ପ୍ରୋମୋସନ କରିବା କିମ୍ବା ଅନ୍ୟ କୌଣସି କଥା ଲୁ-ଚି ରହିଛି ।

ତେବେ ଅଗଷ୍ଟ ୧୧ ରେ ତିରୁଜିଲ୍ଲା ପଲି ର ଅରବିନ୍ଦ ଏଜେନ୍ସି ଗ୍ରାହକ ଙ୍କ ପାଇଁ ଏହି ଭଳି ଏକ ଘୋଷଣା କରିଥିଲା । କମ୍ପାନୀ କହିଥିଲା କି ଯେଉଁ ବ୍ୟକ୍ତି ଙ୍କ ନାମ ନିରଜ ଥିବ ସେ ସେମାନଙ୍କୁ ମାଗଣା ଏକ ଲିଟର ପେଟ୍ରୋଲ ପ୍ରଦାନ କରାଯିବ ତେବେ ପ୍ରମାଣ ପାଇଁ ପ୍ୟାନ କାର୍ଡ଼ ନଚେତ ଆଧାର କାର୍ଡ ର ଆବଶ୍ୟକତା ପଡିବ ତେବେ ଏହି ଅଭିନବ ଘୋଷଣା ଅଲମ୍ପିକ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିରଜ ଚୋପ୍ରା ଙ୍କୁ ଡେଡ଼ିକେଟ କରାଯାଇ ଥିଲା ।

Leave a Reply

Your email address will not be published. Required fields are marked *