କଣ ଆପଣ ଆଧାରକାର୍ଡ ବା ଏହାର ଫଟୋକପି ଅନ୍ୟ କାହାକୁ ଦେଉଛନ୍ତି କି ? ସାବଧାନ ! ନିଶ୍ଚୟ ଜାଣି ରଖନ୍ତୁ ଏହି ଖବର

ବନ୍ଧୁଗଣ, ଆପଣ ମାନେ ଆଧାରକାର୍ଡ ଯଦି ଅନ୍ୟକାହାକୁ ଦେଉଛନ୍ତି ତେବେ ସାବଧାନ ହୋଇଜାଆନ୍ତୁ । କାରଣ ହେଉଛି ଯେ ଆଧାରକାର୍ଡର ଅପ ବ୍ୟବହାର ହେଉଛି ବୋଲି ସୂଚନା ମିଳିଛି । ଏହା ଆଧାରକାର୍ଡଧାରୀ ଏବଂ ସରକାରଙ୍କ ପାଇଁ ଚିନ୍ତାର ବିଷୟ ରହିଛି । ଏଥିପାଇଁ ସତର୍କ କରିଛନ୍ତି କେନ୍ଦ୍ର ସରକାର । ଆଧାରକାର୍ଡର ଦୁରୂପୋଯୋଗ ରୋକିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଗାଇଡ ଲାଇନ ଜାରି କରିଛନ୍ତି ।

କାର୍ଡର ଅପବ୍ୟବହାର ରୋକିବା ପାଇଁ ପ୍ରକୃତ ଆଧାରକାର୍ଡ ନୁହେଁ ବରଂ ଆଧାରକାର୍ଡର ମାକ୍ସକପି ବ୍ୟବହାର କରିବା ପାଇଁ ନାଗରିକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ମାକ୍ସକପି ବ୍ୟବହାର ଦ୍ଵାରା ଆଧାରର ଅପବ୍ୟବହାର ରୋକା ଯାଇପାରିବ ବୋଲି ଗାଇଡ ଲାଇନରେ କୁହାଯାଉଛି । ତେବେ ସେହିଭଳି କୌଣସି ସଂସ୍ଥା ଏକ ଆଧାରକାର୍ଡର ଜେରକ୍ସ କପି ଦେବା ବଦଳରେ ଶେଷ ୪ ନମ୍ବର ଦେଖାଯାଉଥିବା ମାଷ୍ଟଆଧାର ଦେବା ପାଇଁ କହିଛନ୍ତି କେନ୍ଦ୍ର ସରକାର ।

ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡ ଲାଇନରେ କୁହାଯାଇଛି ଯେ ଆଧାର ହେଉଛି ଜଣେ ବ୍ୟକ୍ତିର ପରିଚୟ ପତ୍ର । ଏଣୁ କୌଣସି ବେସରକାରୀ ଅନୁଷ୍ଠାନ ଆଧାରକାର୍ଡର ଜେରସ୍କ ରଖିବା ପାଇଁ କୌଣସି ବ୍ୟକ୍ତି ଙ୍କୁ ବାଧ୍ୟ କରିପାରିବେ ନାହିଁ । ଯଦି କୌଣସି ସଂସ୍ଥା ଆଧାରକାର୍ଡ ର ଜେରକ୍ସ ରଖିବା ପାଇଁ ଦାବି କରୁଛନ୍ତି ତେବେ ଏହା ଆଧାରକାର୍ଡ ଆଇନ ୨୦୧୬ ର ଉଲଂଘନ ହେଉଛି ।

ସାଇବରକାଫେ ତଥା ଅନ୍ୟ ଅନୁଷ୍ଠାନରେ କାମ ସରିବାପରେ ଆଧାରକାର୍ଡ ଯଥାଶୀଘ୍ର ନେଇ ଆସିବା ପାଇଁ ପରାମର୍ଶ ଦେଉଛନ୍ତି କେନ୍ଦ୍ରସରକାର । ଏହା ପଛରେ ମୁଖ୍ୟ କାରଣ ହେଉଛି ଆଧାରକାର୍ଡରେ ଯେଉଁ ୪ ଟିକିଆ ନମ୍ବର ଟି ଅଛି, ପ୍ରତି କାର୍ଯ୍ୟରେ ଆଧାରକାର୍ଡ ଆବଶ୍ୟକ ହେଉଛି । ମାତ୍ର ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିବା ଆଧାର ନମ୍ବର ଯେତେବେଳେ ବାହାରକୁ ଯାଉଛି ତେବେ ସାଇବର ଫ୍ରଡମାନେ କ’ଣ କରୁଛନ୍ତି ନା ଫର୍ଜରୀ କରି ବ୍ୟାଙ୍କ ଆକାଉଣ୍ଟ ଖୋଲିଦେଉଛନ୍ତି ।

ଅନଲାଇନରେ ଲୋନ ମଧ୍ୟ ନେଇଯାଉଛନ୍ତି । ଏହିଭଳି ଭାବରେ ଗୁଡାଏ ଫ୍ରଡ ହେବା କାରଣରୁ ସରକାର ଗାଇଡ ଲାଇନ ଜାରି କରିଲେ ଆପଣ ମାନେ ଆକଚୁଆଲ ଆଧାର କାହାକୁ ଦିଅନ୍ତୁ ନାହିଁ । ଅଥବା ମାକ୍ସ ଆଧାରତା ଦିଅନ୍ତୁ । ଆଧାରକାର୍ଡ ର ବାରମ୍ବାର ଏହିଭଳି ଅପବ୍ୟବହାର କରାଯାଉଥିବାରୁ ସରକାର ଏହିଭଳି ପଦକ୍ଷପ ନେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *