ରିଲିଜ ହେବାକୁ ଯାଉଛି ଅଭିନେତା Mihir Das ଙ୍କ ଶେଷ ଫିଲ୍ମ ‘ପ୍ରସ୍ଥାନମ’ ଯାହା ପାଇଁ ଭାବୁକ ହୋଇ ପୁଅ Amlan କହିଲେ କିଛି ଏମିତି ଶୁଣିଲେ ଆପଣ ବି କାନ୍ଦି ପକେଇବେ…

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତା ଅମ୍ଳାନ ଦାସ ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ । ଆପଣ ମାନେ ତାଙ୍କୁ ବହୁତ ଅଧିକ ଭଲପାଇବା ଦେଇ ଆସିଛନ୍ତି । ଅମ୍ଳାନ ଦାସ ତାଙ୍କ ବାପାଙ୍କୁ କେତେ ମିସ୍ କରୁଛନ୍ତି ତାହାକୁ ନେଇ କହିଛନ୍ତି ଯେ ଗୋଟିଏ ଆର୍ଟିଷ୍ଟ କେବେ ମଧ୍ୟ ଯାଇ ନଥାଏ । ଫିଜିକାଲି ସେ ନାହାଁନ୍ତି କିନ୍ତୁ ତାଙ୍କ ଚଳଚିତ୍ର ଯାହା ଥିଲା ତଥା ଯାହା ମଧ୍ୟ ଅଛି, ଆଉ ଏକ ଚଳଚିତ୍ର “ପ୍ରସ୍ଥାନମ” ମଧ୍ୟ ରିଲିଜ ହେବାକୁ ଯାଉଛି ।

ଏହିସବୁ ଦ୍ଵାରା ହିଁ ସେ ଆମ ମେମୋରୀରେ ରହିଯିବେ । ଏହା ସହିତ କହିଛନ୍ତି ଯେ ଜଣେ ପୁଅ ହିସାବରେ ନୁହେଁ ବରଂ ଦର୍ଶକ ହିସାବରେ ସେ ସବୁବେଳେ ଚଳଚିତ୍ର ମାଧ୍ୟମରେ ମେମୋରୀରେ ରହିବେ । ପ୍ରତ୍ୟକ କ୍ଷଣରେ ତଥା ପ୍ରତ୍ୟକ ଦିନରେ ଅମ୍ଳାନ ନିଜ ବାପାଙ୍କୁ ବହୁତ ମିସ୍ କରନ୍ତି ବୋଲି କହିଛନ୍ତି । ଯେଉଁ କାମ ଗୋଟିଏ ହେଉ ନଥିବ ଅଥବା କାମ ଗୋଟିଏ କରିବାକୁ ଯାଉଥିବେ ସେଥିରେ ମିସ କରନ୍ତି ।

ତାଙ୍କ ଫୋନ କଲ କୁ ମିସ୍ କରନ୍ତି, ଆବାଜ କୁ ମିସ୍ କରନ୍ତି, ତାଙ୍କ ପ୍ରେଜେନ୍ସ କୁ ପ୍ରତ୍ୟକ କ୍ଷଣରେ ମିସ କରନ୍ତି ବୋଲି ସେ କହିଛନ୍ତି । ମିହିର ଦାସ ଙ୍କ ସହିତ ତାଙ୍କ ପୁଅ ଅମ୍ଳାନ ବହୁତ କିଛି କଥା ସେୟାର କରନ୍ତି । ମାତ୍ର ତାଙ୍କ ଜାଗା ଅନ୍ୟ କେହି ନେଇ ପାରିବେ ନାହିଁ । ଅମ୍ଳାନ ଙ୍କ ଉପରେ ବୋଝ ଟିକିଏ ବଢି ଯାଇଛି ବୋଲି ସେ କହିଛନ୍ତି । ଅମ୍ଳାନ କହିଥିଲେ ଯେ ବାପା ମା’ ଙ୍କ ଭଲପାଇବା କେବେ ମଧ୍ୟ ଲିଭି ନଥାଏ ।

ମା’ ଏବଂ ବାପା ସବୁବେଳେ ଅମ୍ଳାନ ଙ୍କ ସହିତ ଅଛନ୍ତି ବୋଲି ସେ କହିଛନ୍ତି । ଷ୍ଟାର କିଡ୍ସ ମାନଙ୍କୁ ଷ୍ଟ୍ରଗଲ କରିବାକୁ ପଡେ କି ନାହିଁ ? ଏହାକୁ ନେଇ ସେ କହିଥିଲେ ଯେ ପ୍ରଥମ ଚାନ୍ସ ତାଙ୍କୁ ସେହିଭଳି ମିଳିଯାଇଥିଲା, ମାତ୍ର ଏହାପରେ ନିଜକୁ ସାବିତ କରିବାକୁ ହୁଏ । କାରଣ ଜନତା କାହାର ହୋଇ ନଥାନ୍ତି । ତାଙ୍କୁ ଭଲ ଲାଗିଲେ ସେ ଦେଖିବେ ନହେଲେ ନାହିଁ ।

ମୋଟ ଉପରେ କହିବାକୁ ଗଲେ ଯେଉଁଭଳି କାମ କରିବ ସେହିଭଳି ରେଶପନ୍ସ ତଥା ଭଲ ପାଇବା ମିଳିବ । ଇଣ୍ଡଷ୍ଟ୍ରୀରେ ସମସ୍ତ ପ୍ରକାର ଚଳଚିତ୍ର କରିବାକୁ ଚେଷ୍ଟା କରିଛୁ ଏଣୁ ଦର୍ଶକେ ସବୁ ପ୍ରକାର ଚଳଚିତ୍ର ଦେଖି ଏଣ୍ଟଟେରମେଣ୍ଟ ହୋଇ ରୁହନ୍ତୁ ବୋଲି କହିଛନ୍ତି ଅମ୍ଳାନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *