ଅଧିକାରୀଙ୍କ ଦାବି – ‘ମୁଁ ବିଷ୍ଣୁଙ୍କ ଦଶମ ଅବତାର, ମୋ କଥା ନ ମାନିଲେ ଅଭିଶାପ ଦେବି….ମରୁଡି ହେବ’

ନମସ୍କାର ବନ୍ଧୁଗଣ ଗୁଜରାଟ ସରକାର ଙ୍କ ଜଣେ ଅଧିକାରୀ ଅଜବ ବୟାନ ଦେଇଛନ୍ତି । ସେ ନିଜକୁ ବିଷ୍ଣୁ ଙ୍କ ଦଶମ ଅବତାର ବୋଲି କହିଛନ୍ତି ଏବଂ ସେ ଅଫିସ ଆସି ପାରିବେ ନାହିଁ କାରଣ ସେ ବିଶ୍ୱ ର ଅନ୍ତଃକରଣ କୁ ବଦଳାଇବା ପାଇଁ ତପସ୍ୟା କରୁଛନ୍ତି ।

ତେବେ ପୂର୍ବତନ ଅଧିକାରୀ ଚେତାବନୀ ଦେଇଛନ୍ତି କି ଯଦି ତାଙ୍କୁ ୧୬ ଲକ୍ଷ ଟଙ୍କା ଦରମା ଏବଂ ଗ୍ରାଚ୍ୟୁଇଟି ନ ମିଳେ ତେବେ ସେ ରାଜ୍ୟ କୁ ଅ-ଭି-ଶା-ପ ଦେବେ ଏବଂ ରାଜ୍ୟ ରେ ମରୁଡି ଆସିଯିବ । ସରଦାର ସରୋବର ପୁନର୍ବାସ ଏଜେନ୍ସିର ଇଞ୍ଜିନିୟର ରମେଶ ଚନ୍ଦ୍ର ଫେଫର କାରଣ ନୋଟିସ ର ଜବାବ ଦେଇ କହିଛନ୍ତି ଯେ ତାଙ୍କ ତପସ୍ୟା ଯୋଗୁଁ ଭଲ ବର୍ଷା ହେଇଛି । ତାଙ୍କୁ ଜେରା କରାଯାଇ ଥିବା ନୋଟିସ ଏବଂ ତାଙ୍କ ଅଜବ ବୟାନ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ।

ଜୁଲାଇ ୧ ରେ ସରକାର ଙ୍କ ଜଳ ସଂପଦ ବିଭାଗ ରୁ ଟଙ୍କା ମାଗି ଫେଫର ସଚିବ ଙ୍କୁ ଚିଠି ଲେଖି କହିଥିଲେ କି ସେ ସରକାରୀ କାର୍ଯ୍ୟଳୟ ରେ ବସିଥିବା ତାଙ୍କ ବିରୋଧୀ ଅଧିକାରୀ ତାଙ୍କ ଦରମା ଏବଂ ଗ୍ରାଚ୍ୟୁଇଟି କୁ ଅଟକାଇ ତାଙ୍କୁ ହଇରାଣ କରୁଛନ୍ତି । ଏହି ନି-ର୍ଯ୍ୟା-ତ-ନା ଯୋଗୁଁ ସେ ଅ-ଭି-ଶା-ପ ଦେଇ ଏହି ରାଜ୍ୟ ରେ ମରୁଡି ଆଣିବେ ଏବଂ ସେ ନିଜକୁ ବିଷ୍ଣୁ ଙ୍କ ଦଶମ ଅବତାର ବୋଲି କହିଛନ୍ତି ।

ସେ ଚିଠି ରେ ଲେଖିଛନ୍ତି କି ଗୋଟିଏ ବର୍ଷ ର ଦରମା ପାଇଁ ଗୁଜୁରାଟ ସରକାର ମୋତେ ପ୍ରାୟ ୧୬ ଲକ୍ଷ ଟଙ୍କା ଦରମା ଦେଇଛନ୍ତି ଏହି କରୋନା ସମୟରେ ମୁଁ ସମସ୍ତ ଙ୍କ ପରି ଘରୁ କାମ କରି ଆସୁଛି ଏବଂ ସେ ଗଣ ମାଧ୍ୟମରେ କହିଛନ୍ତି କି ଆପଣ ବିଶ୍ୱାସ କରିବେନି କିନ୍ତୁ ମୁଁ ହେଉଛି ଭଗବାନ ବିଷ୍ଣୁ ଙ୍କ ଦଶମ ଅବତାର ଏବଂ ଏହାକୁ ମୁଁ ଆଗାମୀ ଦିନରେ ପ୍ରମାଣ କରିଦେବି । ମୁଁ ଅଫିସ ରେ ଥିବା ବେଳେ ମୋତେ ଅନୁଭବ ହେଲା କି ମୁଁ ହେଉଛି କଳ୍କୀ ଅବତାର ।

ସେବେଠାରୁ ମୋ ପାଖରେ ଦିବ୍ୟଶକ୍ତି ଅଛି । ଏହା ଛଡା ସେ କହିଛନ୍ତି କି ଏହି କରୋନା ପରି ସଂକ୍ରମଣ କୁ ସେ ହିଁ ଆଣିଛନ୍ତି ଏବଂ ଏଥିରୁ କେହି ବଞ୍ଚି ପାରିବେ ନାହିଁ ବୋଲି କହିଛନ୍ତି ଏବଂ କହିଲେ କି ହଜାରେ ଥର ସୀତାରାମ ମନ୍ତ୍ର ଜପ କରିବା ଦ୍ୱାରା ଏଥିରୁ ମୁକ୍ତ ହୋଇ ପାରିବେ ।

ତାଙ୍କୁ ଆସିଥିବା କାରଣ ଦର୍ଶଆ ନୋଟିସ ରେ ସେ ଉତ୍ତର ଦେଇଛନ୍ତି କି ସେ ଅଫିସ ଆସି ପାରିବେ ନାହିଁ କାରଣ ସେ ତପସ୍ୟା ରେ ଲିନ ଅଛନ୍ତି ଏବଂ ବିଶ୍ୱର ଅନ୍ତଃ କରଣ କୁ ବଦଳାଇବା ପାଇଁ ତପସ୍ୟା କରୁଛନ୍ତି ଏବଂ ଏହା ମୁଁ ଅଫିସ ରେ ବସି କରି ପାରିବି ନାହିଁ । ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ଯୋଗୁଁ ହିଁ ଦେଶ ରେ ଭଲ ବର୍ଷା ହେଉଛି ଏବଂ ସେ ଅଫିସ ରେ ବସି ଟାଇମ ପାସ କରି ପାରିବେ ନାହିଁ କାରଣ ଦେଶ କୁ ତାଙ୍କ ର ଅଧିକ ଆବଶ୍ୟକ ଅଛି ।

ତେବେ ନୋଟିସ ଅନୁଯାୟୀ ଫେଫର ଗତ ଆଠ ମାସ ରେ ଅଫିସ କୁ ମାତ୍ର ୨୬ ଦିନ ଯାଇଛନ୍ତି । ଗେଜେଟ ଅଫିସର ଏଭିଭଳି ଅନାଧିକୃତ ଭାବେ ଅନୁପ୍ଲାଷ୍ଟଜିତ ରହିବା ଶୋଭା ଦିଏ ନାହିଁ ବୋଲି ନୋଟିସ ରେ କୁହା ଯାଇଛି ।

Leave a Reply

Your email address will not be published. Required fields are marked *