TV ଦୁନିଆରେ ଦୁଃଖର ଲହରୀ, “ସାଥ ନିଭାନା ସାଥୀୟା” ଫେମ Rupal Patel ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହସ୍ପିଟାଲରେ ଭର୍ତ୍ତି ହେଲେ ସାଥ ନିଭାନା ସାଥିୟା ର ଫେମ କଳାକାର କୋକିଲା ବେନ । ଟେଲି ଚକ୍କର ରିପୋର୍ଟ ଅନୁସାରେ ଏହି ଧାରାବାହିକ ରେ କୋକିଲା ବେନ ଭୂମିକା ରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ରୂପଲ ପଟେଲ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ତାଙ୍କୁ ହସ୍ପିଟାଲରେ ଆଡ଼ମିଟ କରାଇବାର ପ୍ରକୃତ କାରଣ କଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଅଭିନେତ୍ରୀ ରୂପଲ ପଟେଲ ଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ବିସ୍ତାର ହେବା ପରଠାରୁ ତାଙ୍କ ଫାନ୍ସ ମାନେ ତାଙ୍କ ନିମନ୍ତେ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ସଠିକ ଭାବରେ ଜଣା ପଡିନାହିଁ ଯେ ଅଭିନେତ୍ରୀ ରୂପଲ ପଟେଲ ହସ୍ପିଟାଲରେ କଣ ପାଇଁ ଭର୍ତ୍ତି ହୋଇଛନ୍ତି । ଏହି ଅଭିନେତ୍ରୀ ଙ୍କ ସ୍ୱାମୀ ତାଙ୍କ ସ୍ୱାସ୍ଥ୍ୟ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରୂପଲ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ଅଛନ୍ତି । ଚିନ୍ତା କରିଵାର କୌଣସି ଆବଶ୍ୟକତା ନାହିଁ ।

ଅଭିନେତ୍ରୀ ରୂପଲ ପଟେଲ ଙ୍କ ସମ୍ବନ୍ଧରେ ଯଦି କହିବା ତେବେ, ସେ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ସାଥ ନିଭାନା ସାଥିୟା’ ରେ ଶାଶୁ ଭୂମିକା ରେ ଅଭିନୟ କରିଥିଲେ । ରୂପଲ ଙ୍କ ପର୍ସ୍ନାଲିଟି ସହିତ ଏହି ଭୂମିକା ଟି ତାଙ୍କୁ ବହୁତ ସୁଟ୍ କରୁଥିଲା । ଏହି ଧାରାବାହିକ ଟି ଖୁବ ପ୍ରସିଦ୍ଧ ମଧ୍ୟ ହୋଇଥିଲା ।

ଏଥିରେ ରୂପଲ ପଟେଲ ଙ୍କ ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ । କିଛି ମାସ ପୂର୍ବରୁ ଏହି ସୋ ସହିତ ଜଡ଼ିତ ରୂପଲ ପଟେଲ ଙ୍କ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା ।

ସେହି ଭିଡିଓ ରେ ସେ ଧାରାବାହିକ ର ନିଜ ବୋହୁ ଗୋପୀ ଙ୍କୁ ଗାଳି ଦେଉଥିବାର ନଜର ରେ ଆସିଥିଲେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ରୂପଲ ପଟେଲ ଙ୍କ ଏହି ଭିଡିଓ କୁ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ନିଜ ଇଂଷ୍ଟାଗ୍ରାମ୍ ଆକାଉଣ୍ଟ ରେ ସେୟାର କରିଥିଲେ ।

Leave a Reply

Your email address will not be published. Required fields are marked *