ହଠାତ Live ଆସି ନିଜ ପ୍ରେମ କାହାଣୀ କହିଲେ Rani Panda, ପ୍ରେମରେ ଧୋକା ଖାଇବା ପରେ କାହିଁକି କରିବେ ନାହିଁ ସେ ବିବାହ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ରାନୀ ପଣ୍ଡା ଙ୍କୁ ଓଡ଼ିଶା ରେ କିଏ ବା ନ ଜାଣେ । ରାନୀ ପଣ୍ଡା ଯାତ୍ରା ଦୁନିଆ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ନିଜର ନୃତ୍ୟ ଓ ଅଭିନୟ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ।

ନିଜର ବୟାନ ବାଜି ପାଇଁ ସେ ସୋସିଆଲ ମିଡ଼ିଆ ରେ ହାଇଲାଇଟ ରେ ରହିଥାନ୍ତି । ସେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ସବୁବେଳେ ଆଗେଇ ଆସିଥାନ୍ତି । ତେବେ ଗତ କିଛି ଦିନ ତଳେ ରାନୀ ପଣ୍ଡା ସୋସିଆଲ ମିଡ଼ିଆ ରେ ଲାଇଭ ଆସିଥିଲେ । ସେ ଲାଇଭ ଆସି ନିଜର ପ୍ରଥମ ପ୍ରେମ କାହାଣୀ ବିଷୟ ରେ ନିଜର ଫ୍ୟାନ ମାନଙ୍କୁ କହିଥିଲେ ।

ରାନୀ ପଣ୍ଡା ଲାଇଭ ଆସିଥିବା ବେଳେ କେହି ଜଣେ ତାଙ୍କୁ କହିଥିଲେ ଯେ ସଲମାନ ଖାନ ଙ୍କୁ ବାହା ହେଇଯାଅ । ଏହା ପରେ ରାନୀ ପଣ୍ଡା ହସି ହସି କହିଥିଲେ ସେ ସଲମାନ ଖାନ ଙ୍କ ର ଜଣେ ବହୁତ ବଡ଼ ଫ୍ୟାନ ଅଟନ୍ତି କିନ୍ତୁ ତାଙ୍କୁ ବାହା ହେବା ପାଇଁ ସେ କେବେ ହେଲେ ସ୍ୱପ୍ନ ଦେଖି ନାହାନ୍ତି । ଏହା ପରେ ସେ କହିଥିଲେ ମହାରଥୀ ଙ୍କ ଭଳି ଜଣେ ଟାଣୁଆ ଲୋକ ହେଲେ ହିଁ ସେ ବିବାହ କରିବେ ।

କାରଣ ଯଦି ସେ କିଛି ଭୁଲ କରି ବସିବେ ତେବେ ତାଙ୍କ ସ୍ବାମୀ ଯାଇ ବାହାରେ ସମାଜ ଆଗରେ ମୁଣ୍ଡ ଉଠାଇ କଥା କହି ପାରିବ ନା କି ଘରେ ଲୁଚି ରହିବ । ସେ ଆହୁରି ମଧ୍ୟ କହିଥିଲେ ଯେ “ଏବେ ତ ସମସ୍ତେ ସମସ୍ତଙ୍କୁ ଛାଡି କରି ଚାଲି ଯାଉଛନ୍ତି ଆଉ ମୁଁ କଣ ବାହା ହେଇ କି ମୋ ସ୍ୱାମୀ କୁ ଛାଡିକି ବୁଲିବି ନା କଣ” ।

ବାହା ହେଲେ ଆଉ ସମାଜ ସେବା କରି ହେବ ନାହିଁ । ତେଣୁ ଭଗବାନ ତାଙ୍କୁ ଏ ପର୍ଯ୍ୟନ୍ତ ଏକୁଟିଆ ରଖିଛନ୍ତି ଏଥିପାଇଁ ଯେ ସେ କିଛି ଲୋକଙ୍କୁ ସାହାଯ୍ୟ କରି ପାରିବେ । ଏହା ପରେ ସେ କହିଥିଲେ ଯେ ସେ ଯାହାକୁ ହୃଦୟ ରୁ ଭଲ ପାଉଥିଲେ ତାକୁ ତ ସେ ବାହା ହେଇ ପାରିଲେ ନାହିଁ ଆଉ କାହାକୁ ବାହା ହେଇ ସେ କେମିତି ଖୁସି ରେ ରହି ପାରିବେ ।

ଏହା ସହିତ ସେ କହିଥିଲେ ସେ ଯାହାକୁ ଭଲ ପାଉଛନ୍ତି କେବଳ ତାକୁ ହିଁ ବିବାହ କରିବେ ତାଙ୍କ ବ୍ୟତୀତ ଅନ୍ୟ କାହାକୁ ମଧ୍ୟ ସେ ବିବାହ କରିବେ ନାହିଁ । ସେ କହିଥିଲେ ମୁହଁ ସୁନ୍ଦର ରୁ କଣ ମିଳିବ ହୃଦୟ ଟି ସୁନ୍ଦର ହୋଇଥିବା ଦରକାର । ଯେଉଁ ବ୍ୟକ୍ତି ର ହୃଦୟ ସୁନ୍ଦର ହୋଇଥିବ ତାକୁ ହିଁ ସେ ବିବାହ କରିବେ ବୋଲି କହିଥିଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *