Bollywood ଅଭିନେତ୍ରୀ Deepika Padukone ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର, ହସ୍ପିଟାଲରେ ହେଲେ ଭର୍ତ୍ତି, ଚିନ୍ତାରେ ଫ୍ୟାନ୍ସ…

ବନ୍ଧୁଗଣ, ସୂଚନା ଅନୁଯାୟୀ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ପ୍ରଭାସ ଙ୍କ ସହିତ ସୁଟିଙ୍ଗ ବେଳେ ଦୀପିକା ଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଯାହା ଫଳରେ ସେ ଅଚାନକ ନିଶ୍ଵାସ ପ୍ରଶ୍ଵାସ ରେ କଷ୍ଟ ଅନୁଭବ କରିଲେ । ବର୍ତ୍ତମାନ ଦୀପିକା ଙ୍କ ଫ୍ୟାନ୍ସ ମାନେ ଚିନ୍ତିତ ହୋଇଯାଇଛନ୍ତି । ବର୍ତ୍ତମାନ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ଦୀପିକା ପାଦୁକୋନ ।

ତେବେ ସୂଚନା ଅନୁଯାୟୀ ହାଇଦ୍ରାବାଦ ରେ ଅଭିନେତା ପ୍ରଭାସ ଙ୍କ ସହିତ ଫିଲ୍ମ ପ୍ରୋଜେକ୍ଟ ର ସୁଟିଙ୍ଗ କରୁଥିଲେ ।  ସେହି ସମୟରେ ସେ ଶ୍ଵାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଦୀପିକା । ହୃତସ୍ପନ୍ଦନ ହଟାତ ବଢିଯିବାରୁ ତାଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ହଟାତ ସମସ୍ୟା ହୋଇଥିଲା । ଦୀପିକା ହାଇଦ୍ରାବାଦ ର କମିନାନ ହସ୍ପିଟାଲ ରେ ଚିକିତ୍ସିତ ହୋଇଥିଲେ ।

ଆଉ ଡାକ୍ତର ଙ୍କ ନଜରରେ ବର୍ତ୍ତମାନ ସେ ଅଛନ୍ତି । ଦୀପିକା ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ପ୍ରୋଜେକ୍ଟର ସୁଟିଙ୍ଗ ପାଇଁ ପୁଣି ଫେରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦୀପିକା ଅଥବା ତାଙ୍କର ଟିମ ତରଫରୁ ଏ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ପ୍ରସିଦ୍ଧ ଅଭିନେତ୍ରୀ ଫିଲ୍ମ ସୁଟିଙ୍ଗ ରେ ପୁଣିଥରେ ବ୍ୟସ୍ତ ଥିବାର ସୂଚନା ମିଳିଅଛି । ମାତ୍ର କିଛି ଦିନ ହେବା ମେଗା ବଜେଟ ଫିଲ୍ମ ପ୍ରୋଜେକ୍ଟ କେ ର ସୁଟିଙ୍ଗ ପାଇଁ ଅମିତା ବଚ୍ଚନ ଙ୍କ ସହିତ ସେ ହାଇଦ୍ରାବାଦ ରେ ଆଛନ୍ତି ।

ଦୀପିକା ଙ୍କ ଅସୁସ୍ଥ ଥିବାର ଖବରରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ମର୍ମାହତ ହୋଇଯାଇଥିଲେ । କାରଣ ଖୁବ କମ ସମୟରେ ଦୀପିକା ନିଜ ଅଭିନୟ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରିଛନ୍ତି । ରନବୀର ସିଂହ ଙ୍କ ସହିତ ବିବାହ ପରେ ଦୀପିକା ସୋସିଆଲ ମିଡିଆ ରେ ଆକ୍ଟିଭ ରହୁଥିବାର ନଜର ଆସିଥିଲା । ତାଙ୍କ ନୂତନ ଫିଲ୍ମ କୁ ଦେଖିବା ପାଇଁ ଅନେକ ଫ୍ୟାନ୍ସ ମାନେ ଚାତକ ଭଳି ଚାହିଁ ବସିଛନ୍ତି ।

ତେବେ ଅଳ୍ପ ଅସୁସ୍ଥି ଥିଲେ ମଧ୍ୟ ବର୍ତ୍ତମାନ ଦୀପିକା ସୁସ୍ଥ ଅଛନ୍ତି ଏବଂ ପୁଣି ନିଜର କର୍ମକ୍ଷେତ୍ର କୁ ଓହ୍ଲାଇ ନିଜ ସୁଟିଙ୍ଗ କାର୍ଯ୍ୟ ଆରମ୍ଭ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଆମ୍ଭ ତରଫରୁ ଏବଂ ଦୀପିକା ଙ୍କ ଫ୍ୟାନ୍ସ ମାନଙ୍କ ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଛା ଏବଂ ଶୁଭକାମନା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *