ବୋରୱଲରୁ ଉଦ୍ଧାର ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହୁଲଙ୍କୁ ଭେଟି କଥା ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଷ ବାଘେଲ, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ୫ ଦିନ ୪ ଘଣ୍ଟା ର ଅପେକ୍ଷା ପରେ ରାହୁଲ ବର୍ତ୍ତମାନ ସୁରକ୍ଷିତ ବୋରୱେଲ ରୁ ବାହାରକୁ ବାହାରି ଆସିଛି । NDRF ଟିମ ଏବଂ SDRF ଟିମ ଙ୍କ ସମେତ ଜିଲ୍ଲା ପ୍ରଶାସନ ମଧ୍ୟ କଠିନ ପରିଶ୍ରମ କରି ୪୨ ଡିଗ୍ରୀ ତାପମାତ୍ରା ରେ ରାହୁଲ କୁ ଉଦ୍ଧାର କରିଛନ୍ତି । ତେବେ ରାହୁଲ ଙ୍କ ସହିତ ଆଜି ଛତିଶଗଡ ର ମୁଖ୍ୟମନ୍ତ୍ରୀ ଆପୋଲ ହସ୍ପିଟାଲ ରେ କଥା ହୋଇଛନ୍ତି । ରାହୁଲ ସେଠାରେ ତାଙ୍କ ମା’ ଙ୍କୁ କ’ଣ କହୁଥିଲା ତାହା ସ୍ପଷ୍ଟ ଭାବରେ ବୁଝି ନ ହେଉଥିଲେ ମଧ୍ୟ ସେ ଖୁସି ଥିବାର ନଜର ଆସିଥିଲା ।

ରାହୁଲ ଙ୍କ ମା’ ଯିଏ କି ନିଜ ପୁଅ ପାଇଁ କାନ୍ଦି କାନ୍ଦି ନୟାନ୍ତ ହୋଇଯାଇଥିଲେ ସେ ପୁଅ ରାହୁଲ ଙ୍କ ପାଖରେ ତାଙ୍କ ମୁଣ୍ଡକୁ ଆଉଁସି ସମସ୍ତ କଥା ବୁଝୁଥିଲେ । ସତରେ ସନ୍ତାନ ମନ କଥା କେବଳ ମା’ ମନ ହିଁ ଜାଣେ କିଛି ନ କହିବା ଆଗରୁ ସବୁକଥା ବୁଝି ହୋଇଯାଏ ଯେ ନିଜ ପିଲା ଟି କ’ଣ ଚାହୁଁଛି । ଠିକ ସେହିଭଳି ରାହୁଲ ଜଣେ ଦିବ୍ୟାଙ୍ଗ ଏବଂ କଥା କହିଲା ବେଳେ ପାଟିରୁ ଖନି ମାରୁଛି ।

କିନ୍ତୁ ରାହୁଲ ନିଜ ମା’ କୁ ଯାହା କହୁଥିଲେ ମା’ ମଧ୍ୟ ତାହାର ଉତ୍ତର ଦେଉଥିଲେ । ଏ ସବୁ ଛତିଶଗଡ ର ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ରହି ସବୁ ପରିଲକ୍ଷିତ କରିଲେ ଏବଂ ମୁଖ୍ୟମନ୍ତ୍ରୀ ଡାକ୍ତର ମାନଙ୍କୁ ବିଶେଷ ଭାବରେ କହିଛନ୍ତି ଯେ ରାହୁଲ ଙ୍କ ସ୍ୱାସ୍ଥ୍ୟବସ୍ତା କୁ ଭଲ ଭାବରେ ତଦାରଖ କରନ୍ତୁ ଏବଂ ସମସ୍ତ ସୁବିଧା ଉପଲବ୍ଧ କରାନ୍ତୁ । ଯେପରି ପିଲାଟିକୁ କୌଣସି ପ୍ରକାରର ଅସୁବିଧା ନ ହୁଏ ।

ଏହି କଥା ଶୁଣିବା ମାତ୍ରେ ରାହୁଲ ଙ୍କ ମା’ ଭାବୁକ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ପାଦତଳେ ପଡିଯାଇଥିଲେ । ଏବଂ କହିଥିଲେ ଆପଣଙ୍କ ଅଶେଷ ଅଶେଷ ଧନ୍ୟବାଦ । ତେବେ ରାହୁଲ ବୋରୱେଲ ଭିତରେ ବହୁ କଷ୍ଟ ର ସମ୍ମୁଖୀନ ହୋଇଛନ୍ତି । ସାଧାରଣ ମନୁଷ୍ୟଟି ପ୍ରାୟ ୧ ଦିନ ବନ୍ଦ କୋଠରୀରେ ରହିଲା ବେଳକୁ ସେ ରୁନ୍ଦି ହୋଇଯାଇଥାଏ କିନ୍ତୁ ୧୨ ବର୍ଷ ର ରାହୁଲ ଦୀର୍ଘ ୫ ଦିନ ୪ ଘଣ୍ଟା ଧରି ସେଠାରେ ଫସିରହିଲା ।

ସତରେ ରାହୁଲ ଙ୍କ ସାହାସ କୁ ମାନିବାକୁ ହେବ । ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଯେ ରାହୁଲ ସଂପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଯଥାଶୀଘ୍ର ନିଜ ଘରକୁ ଫେରିଜାନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *