ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କୁ ଗ୍ୟାସ, ବଦହଜମି ଓ ଏସିଡିଟି ଭଳି ସମସ୍ୟା ରହିଥାଏ । ଏହି ସମସ୍ୟା ଦ୍ଵାରା ବହୁତ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ । ଏହି ସମସ୍ୟା ଦେଖାଯିବା ଦ୍ଵାରା ଆପଣ ବିଭିନ୍ନ ପ୍ରକାର ମାର୍କେଟ ରେ ମିଳୁଥିବା ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାନ୍ତି ।
କିନ୍ତୁ ବନ୍ଧୁଗଣ ତାହା କେବଳ ସେହି ସମୟ ପାଇଁ ହିଁ ଗ୍ୟାସ ରୁ ମୁକ୍ତି ଦେଇଥାଏ କିନ୍ତୁ ଏହି ସମସ୍ୟା ଜୀବନ ସାରା ରହିଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଗ୍ୟାସ, ଏସିଡିଟି ଏବଂ ବଦହଜମି ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ । ଏହି ଉପାୟ ସମ୍ପୁର୍ଣ୍ଣ ରୂପରେ ପ୍ରାକୃତିକ ଅଟେ । ତେବେ ଗ୍ୟାସ ସମସ୍ୟା କଣ ପାଇଁ ହୁଏ ଏବଂ କଣ କରିବା ଦ୍ୱାରା ତାହା ଭଲ ହୋଇଯିବ । ଆସନ୍ତୁ ଜାଣିନେବା ସେହି ବିଷୟରେ ।
ଗ୍ୟାସ ଆମର ତିନି ପ୍ରକାର ର ଅସୁବିଧା କରି ପାରେ ପ୍ରଥମରେ ମୁହଁରୁ ଅଧିକ ଗ୍ୟାସ ବାହାରିବା ଦ୍ଵିତୀୟ ରେ ପେଟ ଫୁଲିଯିବା ଏବଂ ତୃତୀୟ ରେ ମଳ ଦ୍ୱାର ପାଖରୁ ଅଧିକ ଗ୍ୟାସ ଯିବା । ଏହି ସବୁ ଏକ ସାଧାରଣ ପ୍ରକ୍ରିୟା ସେଥିପ୍ରତି ଅଧିକ ଚିନ୍ତା କରିବା କିମ୍ବା ଡରିବା ଆବଶ୍ୟକ ନୁହେଁ ।
ଗ୍ୟାସ ହେବାର ଲକ୍ଷଣ ବିଷୟରେ ଚର୍ଚ୍ଚା କଲେ ଜାଣିବା କି ଯଦି ଗ୍ୟାସ ହୁଏ ତେବେ ଆମ ଛାତି ବିନ୍ଧିବା, ମୁହଁ ଖଟା ରହିବା,ବେଳେବେଳେ ଅଧିକ କାଶ ହେବା, ତାଛଡା ଏହି କାରଣ ଯୋଗୁଁ ରାତିରେ ଭଲ ନିଦ ମଧ୍ୟ ହୁଏ ନାହିଁ । ଏହି ସବୁ ଗ୍ୟାସ ର ଲକ୍ଷଣ ଥାଏ । ଆମର ଅଧିକ ଗ୍ୟାସ କିମ୍ବା ଏସିଡିଟ ହେବାର ମୁଖ୍ୟ କାରଣ ହେଉଛି ଆମର ଭୁଲ ଜୀବନ ଶୈଳୀ । ଆମର ଖାଦ୍ୟ । ଆମେ ସର୍ଵଦା ପାଟି ସ୍ୱାଦ ପାଇଁ ବାହାର ଖାଦ୍ୟ ତେଲ ମସଲା ଜାତୀୟ ଖାଦ୍ୟ ଖାଉ ଏବଂ ଏହା ଠିକ ଭାବରେ ପାଚନ ନ ହୋଇ ପାରି ଗ୍ୟାସ ହୋଇ ଥାଏ ।
ଅଧିକ ଗ୍ୟାସ ହେବା ଯୋଗୁଁ ଧୀରେ ଧୀରେ ତାହା ଆସ୍ଥମା ଆଡ଼କୁ ମଧ୍ୟ ଗତି କରେ । ଯାହା କି ଆମ ପାଇଁ ଅନେକ ସମସ୍ୟା ଆଣି ଥାଏ । ନିଜ ଗ୍ୟାସ ସମସ୍ୟା କୁ ଠିକ କରିବା ପାଇଁ ହେଲେ ପ୍ରଥମେ ଆମକୁ ଆମର ଜୀଵନ ଶୈଳୀ କୁ ସୁଧାରିବାକୁ ପଡିବ । ନିଜ ଖାଦ୍ୟ ର ଯତ୍ନ ନେବାକୁ ପଡିବ । ନିଶା ଦ୍ରବ୍ୟ ଠାରୁ ମଧ୍ୟ ଦୁରେଇ ରହିବା,ଫାଷ୍ଟ ଫୁଡ଼ କମ ଖାଇବା,ଏବଂ ଖାଦ୍ୟ କୁ ଅଳ୍ପ ଅଳ୍ପ କରି ଖାଇବା ଉଚିତ ।
ପ୍ରଚୁର ପାଣି ପିଇବେ ଏବଂ ଯୋଗ ବ୍ୟାୟାମ ଆଦି କରିବେ ଏହା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ । ତେଣୁ ନିଜ ଜୀଵନ ଶୈଳୀ ନିଜ ଖାଦ୍ୟପେୟ ର ଅଧିକ ଯତ୍ନ ନେବା ଉଚିତ ଏବଂ ଏଭଳି କରିବା ଦ୍ୱାରା ଗ୍ୟାସ ସମସ୍ୟା ଏବଂ ପେଟ ଯନ୍ତ୍ରଣା ଆଦି ଦୂର ହୋଇ ଯାଇଥାଏ । ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ