ମୁହଁରେ ବ୍ରଣ (Pimple) ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି କି ? କେମିତି କରିବେ ଦୂର ? Dr Kumar Abhishek

ନମସ୍କାର ବନ୍ଧୁଗଣ ଆମ ଶରୀର ରେ ହାତରୁ ଆରମ୍ଭ କରି ଗୋଡ଼ ମୁହଁ ପର୍ଯ୍ୟନ୍ତ କିଛି ନା କିଛି ସମସ୍ୟା ଦେଖା ଦେଇଥାଏ । ଏବଂ ଆମେ ଏହି ତ୍ୱଚା ର ଉପଚାର ପାଇଁ ଅନେକ ପ୍ରକାରର ଔଷଧ ସେବନ କରିଥାଉ ।

ଅନେକ କ୍ରିମ ମଧ୍ୟ ବ୍ୟବହାର କରିଥାଉ । ମହଙ୍ଗା ଡାକ୍ତର ଙ୍କ ପାଖକୁ ଯାଇଥାଉ କିନ୍ତୁ ତଥାପି ଏହି ତ୍ୱଚା ଜନିତ ସମସ୍ୟା ଦୂର ହୁଏ ନାହିଁ । ଏବଂ ଅନେକ ସମୟରେ ଯେତେ ପର୍ଯ୍ୟନ୍ତ ଆମେ ଔଷଧ ସେବନ କରିଥାଉ ଆମର ତ୍ୱଚା ସମସ୍ୟା ଭଲ ହୋଇ ଯାଏ ଏବଂ ଯେବେ ଔଷଧ ସେବନ ବନ୍ଦ କରିଦେଉ ସେତେବେଳେ ଫୁଣି ଥରେ ଏହି ସମସ୍ୟା ମାନ ଦେଖାଯାଏ । ଏବଂ ଏହି ସବୁ ଔଷଧ ର ମୂଲ୍ୟ ମଧ୍ୟ ବହୁତ ଅଧିକ ହୋଇ ଥାଏ ।

ଅନେକ ସମୟରେ ଆମ ତ୍ୱଚା ରେ ଏଭଳି ସମସ୍ୟା ଦେଖାଯାଏ । ଯାହାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ଭଲ ହୁଏ ନାହିଁ । ତେବେ ଆମ ତ୍ୱଚା ରେ ଯେତେବେଳେ ଗୋଟିଏ ବ୍ରଣ ଆସିଥାଏ ତେବେ କିଛି ପିଲା ଭାବନ୍ତି କି ଯଦି ତାକୁ ଚିପି ଦେବା ତେବେ ସେହା ଭଲ ହୋଇଯିବ ଏବଂ ଆଉ ବ୍ରଣ ହେବ ନାହିଁ କିନ୍ତୁ ଏପରି ହୋଇ ନଥାଏ । ତାଛଡା ଦୁଇଟି ସମସ୍ୟା ମଧ୍ୟ ଦେଖା ଯାଏ ।

ପ୍ରଥମ ରେ ସେଠି ଚିପିବା ଦ୍ୱାରା ସେଠାରେ କଳା ଦାଗ ପଡ଼ିଯାଏ ଏବଂ ଇଂଫେକ୍ସନ ହୋଇ ପାରେ । ଇଂଫେକ୍ସନ ହେବା ଯୋଗୁଁ ସେଠାରେ ଗାତ ହେବାର ମଧ୍ୟ ସୃଷ୍ଟି ହୋଇ ପାରେ ।
ଆମର ଖାଦ୍ୟପେୟ ର ଭୁଲ ଭଲ ଯୋଗୁଁ ମୁହଁରେ ବ୍ରଣ ସମସ୍ୟା ଦେଖା ଦେଇଥାଏ । ଆମେ ତେଲ ମସଲା ଏବଂ ବାହାର ଜିନିଷ ଅଧିକ ଖାଇଲେ ଆମ ରକ୍ତ ପରିଷ୍କାର ନ ହେଲେ ଆମ ଚେହେରା ରେ ବ୍ରଣ ହୋଇଥାଏ ଏହା ଛଡା ଠିକ ଭାବରେ ପାଣି ନ ପିଇଲେ ମଧ୍ୟ ହୋଇଯାଏ ।

ତେଣୁ ପ୍ରଥମେ ନିଜ ଜୀଵନ ଶୈଳୀ କୁ ବଦଳାଇବାକୁ ପଡିବ । ଉତ୍ତମ ଆହାର ଗ୍ରହଣ କରିବାକୁ ପଡିବ । ଏହା ଛଡା ବ୍ରଣ ପାଇଁ ଅଧିକ ମାନସିକ ଚାପଗ୍ରସ୍ତ ହେବା ଆବଶ୍ୟକ ନୁହେଁ । ପ୍ରଚୁର ପରିମାଣରେ ପାଣି ପିଇବା ଏବଂ ଯୋଗ ବ୍ୟାୟାମ ମଧ୍ୟ କରିବା ଏହା ଛଡା ତେଲ ମସଲା ଏବଂ ଫାଷ୍ଟ ଫୁଡ଼ ଠାରୁ ଦୂରେଇ ରଖିବା ।

ଆପଣ ଅନେକ କ୍ରିମ ମଧ୍ୟ ବ୍ୟବହାର କରୁଥିବେ କିମ୍ବା ଅନେକ ଘରୋଇ ଉପଚାର ମଧ୍ୟ କରୁଥିବେ ତେବେ ଡାକ୍ତର ଙ୍କ ବିନା ପରାମର୍ଶ ରେ କୌଣସି ମେଡ଼ିସିନ ଆଣି ଲଗାଇବା ଦ୍ୱାରା ଏହାର ଓଲଟା ଚେହେରା ଖରାପ ହୋଇ ଯାଇ ପାରେ ଏବଂ କିଛି ଲୋକ ଘରୋଇ ଉପଚାର ରେ ପିଆଜ ଲେମ୍ଭୁ କୁ ଅଧିକ ପରିମାଣରେ ବ୍ୟବହାର କରିବା ଦ୍ୱାରା ମଧ୍ୟ ଚେହେରା ସେ ଜଳେଇ ଦେଇଥାଏ ତେଣୁ ସବୁଠାରୁ ଭଲ କୌଣସି ଚର୍ମ ରୋଗ ଡାକ୍ତର ସହ ପରାମର୍ଶ ନିଜେ ନିଜର ଚିକିତ୍ସା କରିବା ଉଚିତ ।

ଏହାଛଡା ଚର୍ମ ବିଶେଷଜ୍ଞ ଙ୍କ ଉପଦେଶ କ୍ରମେ ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ । ସେ କୌଣସି କ୍ରିମ ହେଉ କିମ୍ବା କୌଣସି ଘରୋଇ ଉପଚାର କରିବା ସମ୍ପର୍କରେ ସେସବୁ ସେମାନଙ୍କୁ ପଚାରି ହିଁ କରିବା ଉଚିତ । ଯଦି ମାସିକ ଚକ୍ର ଠିକ ଭାବରେ ନ ହୁଏ ତେବେ ମଧ୍ୟ ଏହି ସମସ୍ୟା ଦେଖା ଯାଏ କିନ୍ତୁ ମାସିକ ଚକ୍ର ଆସିଲେ ତାହା ଆପେ ଭଲ ହୋଇଯାଏ ।

ଏହା ଛଡା ସାଧାରଣ ବ୍ରଣ ପାଇଁ ଆଇସୋଟ୍ରେଟିନଏନ ଟାଵଲେଟ ଖାଇବା ଦ୍ୱାରା ମାସେ କିମ୍ବା ଦୁଇ ମାସ ଭିତରେ ଏହି ସମସ୍ୟା ଆଉ ଦେଖା ଯାଏ ନାହିଁ ଏହା ଛଡା ଅନେକ କ୍ରିମ ମଧ୍ୟ ରହିଛି ଯେପରି ଟ୍ରେଟିନଏନ,ଆଡ଼ାପେଲିନ ଆଦି । ତେଣୁ ଆପଣ ପ୍ରଥମେ ଡାକ୍ତର ଙ୍କ ପାଖରେ ନିଜର ବ୍ରଣ ହେବାର ସମସ୍ୟା ବିଷୟରେ ଜାଣନ୍ତୁ ଏବଂ ଡାକ୍ତର ଙ୍କ ଅନୁସାରେ ଉଚିତ ଚିକିତ୍ସା କରାନ୍ତୁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *