ଋଷ ଓ ୟୁକ୍ରେନର ଯୁଦ୍ଧ ମଧ୍ୟରେ ଅଚାନକ ଚୀନ ଯାହା କହିଲା ଶୁଣିଲେ ବିଶ୍ଵାସ କରି ପାରିବେନି…

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଯାହାକି କେବେ ସମାପ୍ତ ହେବ ଏହା ବିଷୟରେ ବିଶେଷ କିଛି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ । କିନ୍ତୁ ଏହା ମଧ୍ୟରେ ଚୀନ ପୁଣି ଥରେ ସଂକେତ ଦେଇଛି କି ସେ ଭାରତ ସହ ବନ୍ଧୁତ୍ଵ କରିବାକୁ ଚାହୁଁଛି । ଯେଉଁ ଦେଶ ସମସ୍ତଙ୍କୁ ଧମକ ଦେଇଥାଏ, ସେ ବର୍ତ୍ତମାନ ଚେଷ୍ଟା କରୁଛି ଭାରତ ସହ ତାର ସମ୍ବନ୍ଧ ଭଲ ହୋଇଯାଉ । ଚୀନର ବିଦେଶ ମନ୍ତ୍ରୀ Wang Yi କହିଲେ କି ଗତ କିଛି ବର୍ଷ ହେବ ଭାରତ ଓ ଚୀନର ସମ୍ପର୍କ ବିଶେଷ କିଛି ଭଲ ନ ଥିଲା ।

ଏହି ଖରାପ ସମ୍ପର୍କ ଦୁଇ ଦେଶ ଓ ସେମାନଙ୍କ ଜନତାଙ୍କ ପାଇଁ ହିତକର ନୁହେଁ । ସେ କହିଲେ କି ଭାରତ ଓ ଚୀନକୁ ବିରୋଧୀ ଜାଗାରେ ବନ୍ଧୁ ହୋଇ ରହିବା ଉଚିତ । ଏତିକି ନୁହେଁ ଚୀନର ବିଦେଶ ମନ୍ତ୍ରୀ ଆମେରିକାକୁ ଟାର୍ଗେଟ କରି କହିଲେ କି କିଛି ଶକ୍ତି ଭାରତ ଓ ଚୀନ ମଧ୍ୟରେ ସବୁବେଳେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିଛି ।

ଆପଣଙ୍କୁ କହିଦେଉଛୁ କି ଚୀନର ବିଦେଶ ମନ୍ତ୍ରୀଙ୍କ ଏହି ବୟାନ ଭାରତର ବିଦେଶ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସେହି ବୟାନ ପରେ ଆସିଛି ଯେଉଁଥିରେ ସେ କହିଥିଲେ କି ଏଲଓସି ଉପରେ ସୈନ୍ୟବଳଙ୍କୁ ନ ପଠାଇବା ବୁଝାମଣାକୁ ଚୀନ ଉଲଂଘନ କରିଛି । ଯେଉଁ କାରଣରୁ ଚୀନ ସହିତ ଭାରତର ସମ୍ପର୍କ ବହୁତ ଖରାପ ପରିସ୍ଥିତି ଦେଇ ଗତି କରୁଛି । ଆପଣଙ୍କୁ କହିଦେଉଛୁ କି ଭାରତର ଉନ୍ନତି ଓ ଶକ୍ତିଶାଳୀ ଅସ୍ତ୍ର ଶସ୍ତ୍ରକୁ ଦେଖି ଚୀନ ଲଗାତାର ନିଜର ସ୍ଵର ବଦଳାଇବାରେ ଲାଗିଛି ।

କିଛି ସମୟ ପୂର୍ବେ ଚୀନ ତରଫରୁ ଭାରତ ସହ ଚୀନର ସମ୍ପର୍କକୁ ନେଇ ବୟାନ ଆସିଥିଲା । ସେହି ବୟାନରେ ଚୀନର ବିଦେଶ ମନ୍ତ୍ରୀ କହିଥିଲେ କି ଯଦି ଭାରତ ଚାହିଁବ ତେବେ ହିମାଳୟ ଭଳି ଭାରତ ଓ ଆମର ବନ୍ଧୁତ୍ଵକୁ କେହି ବି ଭାଙ୍ଗି ପାରିବେ ନାହିଁ । ସେହି ସମୟରେ ଚୀନର ବିଦେଶ ମନ୍ତ୍ରୀ କହିଥିଲେ କି ଭାରତ ଓ ଚୀନ ଲଢିବା ଉଚିତ ନୁହେଁ । ଏକତ୍ରିତ ରହି କାମ କରିବା ଉଚିତ । ଚୀନର ବିଦେଶ ମନ୍ତ୍ରୀର ଏହି ବୟାନ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ବିଶ୍ଵର ବିଶେଷଜ୍ଞମାନେ ଏହି ବୟାନର ଭିନ୍ନ ଭିନ୍ନ ଅର୍ଥ ବାହାର କରୁଛନ୍ତି ।

କିଛି ଲୋକମାନଙ୍କର ମାନିବା ଅଟେ କି ଚୀନ ଉପରେ କେବେ ବି ଏତେ ଶୀଘ୍ର ବିଶ୍ଵାସ କରିବା ଉଚିତ ନୁହେଁ । କାରଣ ସୀମା ଉପରେ ଚୀନର ଗତିବିଧି କେବେ ବି ସକରାତ୍ମକ ରୁହେ ନାହିଁ । ଅନ୍ୟ କିଛି ଲୋକମାନଙ୍କର କହିବା ଅଟେ କି ଭାରତର ବଢୁଥିବା ଶକ୍ତିକୁ ଦେଖି ଚୀନ ନିଜ ମଧ୍ୟରେ ଧୀରେ ଧୀରେ ପରିବର୍ତ୍ତନ କରୁଛି । କାରଣ ଚୀନ ଜାଣିଛି ଯଦି କୌଣସି ଦେଶ ତାକୁ ଟକ୍କର ଦେଇ ପାରିବ ତେବେ ତାହା ଭାରତ ଅଟେ ।

Leave a Reply

Your email address will not be published. Required fields are marked *