ହାଏରେ ବିଧାତା ! କଣ ହେଲା ଏ ଯୁଗ, ଆଧୁନିକ ଗୀତରେ ଚାଲିଛି ହରେ କୃଷ୍ଣ ହରେ ରାମ, ଭିଡିଓ ଦେଖିଲେ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ ଭାଇରାଲ Video

ଆପଣମାନେ ବହୁ ପୁରାତନ ଯୁଗରୁ ନାମ ସଙ୍କୀର୍ତ୍ତନ ଶୁଣି ଆସୁଥିବେ । ଆପଣମାନେ ଦେଖିଥିବେ କି ଦଳର କିଛି ଲୋକମାନେ ତଳେ ବସି ହରେ କୃଷ୍ଣ ହରେ ରାମର ନାମ ସଙ୍କୀର୍ତ୍ତନ କରିଥାନ୍ତି ଓ ସେମାନେ ବିଭିନ୍ନ ପ୍ରକାରର ତାଳରେ ମଧ୍ୟ ଗାଇଥାନ୍ତି । ଏହା ସହିତ ମୃଦଙ୍ଗ ଓ ଢୋଲ ମଧ୍ୟ ବଜାନ୍ତି । କିନ୍ତୁ ବର୍ତ୍ତମାନର ନାମ ସଙ୍କୀର୍ତ୍ତନ ଦେଖିବେ ଓ ଶୁଣିବେ ଆପଣ ଅଳ୍ପ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ବର୍ତ୍ତମାନ ମର୍ଡେନ ଯୁଗରେ ଲୋକମାନେ ଫିଲ୍ମର ଗୀତର ତାଳେ ତାଳେ ନାମ ସଙ୍କୀର୍ତ୍ତନ କରୁଛନ୍ତି ଓ ସେହି ଗୀତର ଷ୍ଟାଇଲରେ ନାଚୁଛନ୍ତି ।

ଯାହାକି ଏକ ପ୍ରକାରର ନାମ ସଙ୍କୀର୍ତ୍ତନକୁ ଅପମାନ ମଧ୍ୟ କରୁଛନ୍ତି । ବର୍ତ୍ତମାନ ନାମ ସଙ୍କୀର୍ତ୍ତନର ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଯେଉଁଥିରେ କିଛି ଲୋକମାନେ ପୁଷ୍ପା ଫିଲ୍ମର ଗୀତ ଶ୍ରୀବଳି ଗୀତର ମ୍ୟୁଜିକରେ ନାମ ସଙ୍କୀର୍ତ୍ତନ କରୁଛନ୍ତି ଓ ଅଲୁ ଅର୍ଜୁନଙ୍କ ଷ୍ଟାଇଲ ଅନୁସାରେ କାନ୍ଧ ଟେକି ଟେକି ନାଚୁଛନ୍ତି ।

ଯାହାକି ବହୁତ ହିଁ ଆଶ୍ଚର୍ଯ୍ୟକର ଅଟେ । ଏହା ପ୍ରଥମ ଥର ନୁହେଁ ଏହିଭଳି ବହୁତ ନାମ ସଙ୍କୀର୍ତ୍ତନର ଦଳ ଗୁଡିକ ଭିନ୍ନ ଭିନ୍ନ ଷ୍ଟାଇଲରେ ପ୍ରଭୁଙ୍କ ନାଁ ନେଇ ନାଚୁଛନ୍ତି । ଯାହାର ସବୁ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ । ସମସ୍ତେ ହରେ କୃଷ୍ଣ ଓ ହରେ ରାମଙ୍କ ନାଁ ନେଉଛନ୍ତି । କିନ୍ତୁ ସେମାନେ ପାରମ୍ପରିକ ଗୀତରେ ସ୍ଵରରେ ନ ବଜାଇ ଆଧୁନିକ ଗୀତର ସ୍ଵରରେ ପ୍ରଭୁଙ୍କ ନାଁ ନେଉଛନ୍ତି ।

ଏମାନଙ୍କର ଭିନ୍ନ ଭିନ୍ନ ଷ୍ଟାଇଲ ଦେଖିଲେ ଆପଣ ବି ଚିନ୍ତା କରିବେ କି ଏଠି ଠାକୁରଙ୍କ ପୂଜା ହେଉଛି ନା ମର୍ଡେନ ଡାନ୍ସ ହେଉଛି । ବହୁତ ପୁରାତନ ସମୟରୁ ଆମ ଓଡିଆ ପରମ୍ପରାରେ ନାମ ସଙ୍କୀର୍ତ୍ତନ, ମେଳା, ଯଜ୍ଞ, ଅଷ୍ଟପ୍ରହରି, ୨୪ ପ୍ରହରୀ ନାମ ସଙ୍କୀର୍ତ୍ତନ ଚାଲି ଆସୁଛି । ସେଥିରେ ଲୋକମାନେ କୃଷ୍ଣ ନାମ ଜପ କରୁଥିବାର ଦେଖା ଯାଆନ୍ତି । ଯଜ୍ଞ ସହିତ କୃଷ୍ଣଙ୍କ ନାମ ସଙ୍କୀର୍ତ୍ତନ ଚାଲିଥାଏ । ବିଭିନ୍ନ ସ୍ଥାନରୁ ଆସୁଥିବା କୀର୍ତ୍ତନୀୟ ଦଳ ନାମ ସଙ୍କୀର୍ତ୍ତନ କରିଥାନ୍ତି ।

କିନ୍ତୁ ବର୍ତ୍ତମାନ ଯେଉଁ ଷ୍ଟାଇଲର ନାମ ସଙ୍କୀର୍ତ୍ତନ ଦେଖୁଛନ୍ତି ତାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । କେତେ ଭିଡିଓରେ ଆପଣ ଦେଖି ପାରିବେ କି ପୁଅ ଓ ଝିଅ ଯୋଡି ହୋଇ କୃଷ୍ଣଙ୍କ ନାମ ସଙ୍କୀର୍ତ୍ତନରେ ନାଚୁଛନ୍ତି ତ କିଛି ଝିଅମାନେ ସମ୍ବଲପୁରୀ ଷ୍ଟାଇଲରେ ନାଚୁଛନ୍ତି । ସମସ୍ତେ ଏହାକୁ ସମାଲୋଚନ ମଧ୍ୟ କରୁଛନ୍ତି । ଆଧୁନିକ ଗୀତରେ କୃଷ୍ଣଙ୍କ ନାଁ କୁ ଯୋଡି ଏହାକୁ ଖରାପ କରାଯାଉଛି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *