ACF Soumyaranjan ଙ୍କ ମୃତ୍ୟୁ କୁ ଦୁର୍ଘଟଣାର ରୂପ ଦେବା ପାଇଁ ଚାଲିଛି ବଡ଼ ଧରଣର ଷଡ଼ଯନ୍ତ୍ର, ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇ ସାମ୍ନାକୁ ଆସିଲା ଭୟଙ୍କର ସତ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ପାରଳାଖେମୁଣ୍ଡି ର ଏସସିଏଫ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ଖବର ସମ୍ପର୍କରେ ତ ନିଶ୍ଚିତ ଭାବରେ ଅବଗତ ଥିବେ । ତେବେ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ କୁ ଦୁର୍ଘଟଣା ବୋଲି ସାବ୍ୟସ୍ତ କରିବା ନିମନ୍ତେ ଚାଲିଛି ବଡ଼ ଷଡ଼ଯନ୍ତ୍ର ।

୯୫ ପ୍ରତିଶତ ପୋଡି ହୋଇଯାଇଥିବା ବ୍ୟକ୍ତି ବୟାନ ଦେଲା କେମିତି? ପୋଲିସ ର ମୃତ୍ୟୁ କାଳୀନ ଜମାନ ବନ୍ଦୀ କୁ ନେଇ ଉଠିଲା ବଡ଼ ପ୍ରଶ୍ନ । ତେବେ ପ୍ରଥମ ପ୍ରଶ୍ନ ଏହା ଉଠିଛି ଯେ ପ୍ରାୟ ପୁରା ଶରୀର ପୋଡ଼ିବା ପରେ ସୌମ୍ୟ କଥା କହିଲେ କେମିତି? ପୋଷ୍ଟ ମର୍ଟମ ରିପୋର୍ଟ କହୁଛି ସୌମ୍ୟ ଙ୍କ ୯୫% ଶରୀର ପୋଡ଼ି ହୋଇଯାଇଥିଲା । ଶରୀର ର ଏତେ ଅଂଶ ପୋଡ଼ି ହୋଇଯିବା ପରେ ଜଣେ ବ୍ୟକ୍ତି କିପରି କଥା ହୋଇ ପାରିବ ବୋଲି ପ୍ରଶ୍ନ ଉଠିଛି ।

ସୌମ୍ୟ ଙ୍କ ମାଆ ଙ୍କ କହିବାନୁଯାୟୀ କଟକ ରେ ତାଙ୍କ ପୁଅ ପାଟି ବି ଖୋଲି ପାରି ନଥିଲେ । ଡାକ୍ତର ମଧ୍ୟ କହୁଛନ୍ତି ଯେ, ଶରୀର ର ଏତେ ଅଂଶ ପୋଡ଼ିଯିବା ପରେ କଥା କହିବା ଅସମ୍ଭବ ।ପୋଲିସ ଏହା ମଧ୍ୟ କହିଛି ଯେ, ସୌମ୍ୟ ନିଜର ଜମାନ ବନ୍ଦୀ ରେ କହିଛନ୍ତି ଯେ, ତାଙ୍କର ଓ ବିଦ୍ୟା ଙ୍କ ମଧ୍ୟରେ ବୈବାହିକ ଜୀବନ ଭଲ ଥିଲା । ତେବେ 95 % ପୋଡିଯାଇଥିବା ଲୋକ କଥା କହିଲା କେମିତି ?

କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଉଠୁଛି ଯେ, ଯଦି ଉଭୟ ଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା ତେବେ ବିଦ୍ୟା ଚିଠି ରେ ସୌମ୍ୟ ଙ୍କୁ ଅତି କଦର୍ଯ୍ୟ ଭାଷା ରେ ଗାଳି କିପରି ଦେଇଥିଲେ ଏବଂ ଏହା ସହିତ ଡିଭୋର୍ସ କଥା ମଧ୍ୟ ଲେଖିଥିଲେ । ତେବେ ଏହା ଷଡ଼ଯନ୍ତ୍ର ର ଏକ ଅଙ୍ଗ ନୁହେଁ ତ?

ତୃତୀୟ ପ୍ରଶ୍ନ ଏହା ଉଠିଛି ଯେ, ପୋଲିସ ଙ୍କ କହିବାବାନୁସାରେ ରୁମ୍ ଭିତରେ ବହି ଜଳୁଥିବା ସମୟ ରେ ସୌମ୍ୟ ଙ୍କ ସହିତ ଏଭଳି ଦୁର୍ଘଟଣା ଘଟିଛି । ତେବେ ସୌମ୍ୟ କଣ କିରାସିନି ରେ ବହି ଜାଳୁଥିଲେ? ସାମାନ୍ୟ ବହି ଦ୍ଵାରା କିପରି ଜଣେ ମଣିଷ ର ପ୍ରାୟ ଶରୀର ପୋଡିଯିବ । ଯେତେବେଳେ ସୌମ୍ୟ ଙ୍କ ଶରୀର ପୋଡ଼ିବାକୁ ଲାଗିଥିଲା ସେତେବେଳେ କଣ କରୁଥିଲେ ବିଦ୍ୟା ଭାରତୀ? ବଞ୍ଚାଇବାକୁ ଉଦ୍ୟମ କରିଥିଲେ କି?

ଚତୁର୍ଥ ପ୍ରଶ୍ନ ଏହା ଉଠିଛି ଯେ, ସୌମ୍ୟ ଙ୍କୁ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସ ଅଟକି ଥିଲା କାହିଁକି? ୨୦୦ କିମି ଦୂର ବିଶାଖାପାଟଣା ହସ୍ପିଟାଲ କୁ ନିଆ ନଯାଇ ୪୦୦କିମି ଦୂର କଟକ ଏସସିବି ମେଡ଼ିକାଲ କଣ ପାଇଁ ନିଆଗଲା ସୌମ୍ୟ ଙ୍କୁ? ଆମ୍ବୁଲାନ୍ସ କୁ କଣ ପାଇଁ ଅଟକାଇଲେ ଓଆଇସି ମମତା ପଣ୍ଡା?

ଏହା ପରେ ସୌମ୍ୟ ଙ୍କ ପତ୍ନୀ ବିଦ୍ୟା ଭାରତୀ ନିଜର ହାତ ପୋଡ଼ି ଯିବାର ଡ୍ରାମା କରିଥିଲେ । କିନ୍ତୁ ଯେଉଁ ଦିନ ଦୁର୍ଘଟଣା ଘଟିଥିଲା ସେଦିନ ବିଦ୍ୟା ଙ୍କ ହାତ ରେ କୌଣସି ପୋଡ଼ା ଦାଗ ନଥିଲା । ତେବେ ଏହା ଷଡ଼ଯନ୍ତ୍ର ର ଏକ ଅଙ୍ଗ ନୁହେଁ ତ ଆଉ କଣ ?

ଶେଷରେ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ କୁ ନେଇ ଉଠିଛି ଏକ ବଡ଼ ପ୍ରଶ୍ନ । ବର୍ତ୍ତମାନ ସୌମ୍ୟ ଙ୍କ ମୃତ୍ୟୁ କୁ ଦୁର୍ଘଟଣା ର ରୂପ ଦେବା ପାଇଁ ହେଉଛି କି ପ୍ରୟାସ? କାହିଁକି ଡିଏଫଓ ଙ୍କୁ ଗଜପତି ରୁ ବଦଳି କରାଗଲା ନାହିଁ? ବିନା ତଦନ୍ତ ରେ କିପରି ଦିଆଗଲା କ୍ଲିନଚିଟ୍? ଏହି ସମସ୍ତ ପ୍ରଶ୍ନ ଏହା ସୂଚନା ଦେଉଛି ଯେ, ଏସସିଏଫ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ କୁ ଦୁର୍ଘଟଣା ର ରୂପ ଦେବା ପାଇଁ ଏହା ଏକ ବଡ଼ ଧରଣର ଷଡ଼ଯନ୍ତ୍ର ବ୍ୟତୀତ ଅନ୍ୟ କିଛି ନୁହେଁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *