ସବୁଠୁ ବଡ ଖବର, Odia ସିଙ୍ଗର Shakti Mishra ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର

‘ତୋର ଲମ୍ବା ବେଣୀ, ଆଉ ତୋ ଚାହାଣୀ…’ ଗୋଟେ ସମୟରେ ଓଡିଶାର ସହରଥୁ ନେଇ ପୁରପଲ୍ଲୀ ପର୍ଯ୍ୟନ୍ତ ଚହଳ ପକାଇ ଥିବା ଏହି ହିଟ୍ ଗୀତ ଟିକୁ ଗାଇଥିଲେ ସୁନାମଧନ୍ଯ କଣ୍ଠଶିଳ୍ପୀ ଶକ୍ତି ମିଶ୍ର । ତେବେ ସେହି କଣ୍ଠର ଯାଦୁଗର ଏବେ ରୋଗ ଶଯ୍ୟାରେ ପଡିଛନ୍ତି ।

ଶକ୍ତି ମିଶ୍ରବକର ଲିଭର ଜନିତ ସମସ୍ଯା ଦେଖା ଦେବାରୁ ଡାକ୍ତରଙ୍କୁ ଦେଖାଇ ଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଏକ ଘରୋଇ ଡାକ୍ତରଖାନାରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଶକ୍ତି । ତେବେ ଲିଭର ସମସ୍ଯା ସହ ତାଙ୍କ ହାର୍ଟରେ ମଧ୍ୟ ତିନୋଟି ବ୍ଲକେଜ ଥିବା କଥା କହିଛନ୍ତି ଶକ୍ତି । ଯାହା ତାଙ୍କୁ ବର୍ଷେ ତଳେ ଜଣା ପଡିଥିଲା ଓ ସେବେ ଠାରୁ କେବଳ ମେଡିସନରେ ସେ ଚାଲିଛନ୍ତି ।

ଏବେ ସେ ବ୍ଲକେଜ ଆହୁରି ବଢି ଯାଇଥିବାର ଆଶଙ୍କା ମଧ୍ୟ କରୁଛନ୍ତି କଣ୍ଠଶିଳ୍ପୀ ଶକ୍ତି ମିଶ୍ର । ତେବେ ତାଙ୍କ ସ୍ୱାସ୍ଥ୍ୟକୁ ଅନୁଧ୍ୟାନ କରି ଆସନ୍ତା ଏକ ମାସ ମଧ୍ୟରେ ଲିଭର ପ୍ୟାଚ ଅଫ୍ ଓ ହାର୍ଟ ବାଇପାସ୍ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ଏହି ଅପରେସନ ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେଣୁ ତାଙ୍କ ପ୍ରିୟ ଶ୍ରୋତା ମାନଙ୍କୁ ଆର୍ଥିକ ସହାୟତା କରିବା ପାଇଁ ସଜଳ ଚକ୍ଷୁରେ ନିବେଦନ କରିଛନ୍ତି ଶକ୍ତି ମିଶ୍ର ।

ସେ ଆଶା କରିଛନ୍ତି କି ତାଙ୍କର ଏହି ଅପରେସନ ପାଇଁ ତାଙ୍କ ଶ୍ରୋତାଗଣ ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବେ ଓ ସେ ସାହାଯ୍ୟ ପାଇଲେ ଖୁବ କୃତଜ୍ଞ ହେବେ ବୋଲି କହିଛନ୍ତି । ତେବେ ଆପଣ ଯଦି ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ଆମେ ଦେଇଥିବା ଏହି ଠିକଣାରେ ସାହାଯ୍ୟ କରିବା ପାଇଁ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି ଶକ୍ତି ମିଶ୍ର ।

ମୋବାଇଲ ନଂ- ୯୪୩୭୧୫୭୩୮୩, ଷ୍ଟେଟବ୍ଯାଙ୍କ ଅଫ ଇଣ୍ଡିଆ, ବଜାର ବ୍ରାଞ୍ଚ, ଢେଙ୍କାନାଳ । ଆକାଉଣ୍ଟ ନଂ- ୨୦୨୨୬୮୦୦୯୯୯ ଓ IFSC କୋଡ ହେଉଛି – SBIN0008582 । କିମ୍ବା ଦିବ୍ୟଜ୍ୟୋତି ମିଶ୍ର, ସନ ଅଫ ଶକ୍ତି ମିଶ୍ର, ମୋବାଇଲ ନଂ- ୯୮୬୧୦୪୯୧୮୦, ୟୁକୋ ବ୍ଯାଙ୍କ, ଜଗନ୍ନାଥ ରୋଡ ବ୍ରାଞ୍ଚ, ଢେଙ୍କାନାଳ ।

ଆକାଉଣ୍ଟ ନଂ- ୦୪୪୦୦୧୧୦୦୪୨୭୯୩ ଓ IFSC code- UCBAଏ0000440 । ସାବିତ୍ରୀ ଚଳଚିତ୍ରରେ ଗାଇଥିବା ଗୀତ ପାଇଁ ଶକ୍ତି ମିଶ୍ରଙ୍କୁ ସିନେ କ୍ରିଟିକ ଆୱାର୍ଡରେ ସମ୍ମାନିତ କରାଯାଇଛି । ଅନେକ ଫିଲ୍ମ ଓ ଆଲବମରେ ସେ ଗାଇଥିବା ଗୀତରେ ତାଙ୍କ କଣ୍ଠର ଯାଦୁ ଏବେ ମଧ୍ୟ ସଙ୍ଗୀତ ପ୍ରେମିଙ୍କୁ ମତୁଆଲା କରି ଦିଏ ।

ତେବେ ତାଙ୍କର ଆଶୁ ଆରୋଗ୍ଯ କାମନା କରି ତାଙ୍କର ଅନେକ ଶ୍ରୋତାଗଣ ଏବେ ପୂଜା ପାଠ କରିବା ସହ ଆର୍ଥିକ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସୁଛନ୍ତି । ଆପଣଙ୍କୁ ଶକ୍ତି ଙ୍କର କେଉଁ ଗୀତ ଭଲ ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ଲାଇକ କରିବା ସହ ଅଧିକ ରୁ ଅଧିକ ସେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *