ଗିରଫ ହେଲେ ଅଭିନେତା M Suman Kumar, ଯୁବତୀ ଆଣିଲେ ସାଂଘାତିକ ଅଭିଯୋଗ କହିଲେ, ‘ସେ ମୋ ସହ 2 ବର୍ଷ ଶାରୀରକ ସମ୍ପର୍କ ରଖିବା ପରେ ଏବେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ପ୍ରେମ ର ମୂଲ୍ୟ କିଛି ନାହିଁ । ପ୍ରେମ କୁ ଏକ ପ୍ରକାରର ଖେଳ ଭଳି ବ୍ୟବହାର କରୁଛନ୍ତି । ତେବେ ଆଜି ର ପିଲାମାନେ ପ୍ରେମ କୁ ଶାରୀରିକ ସମର୍କ ରଖିବା ପାଇଁ କରୁଛନ୍ତି । ଏହା ଛଡା ଟାଇମ ପାସ ପାଇଁ । ତେବେ ସେହିଭଳି ସେଲିବ୍ରେଟି ମାନେ ମଧ୍ୟ ପ୍ରେମ ରେ ଧୋକା ଦେବା ପାଇଁ ବହୁତ ନାଁ କରି ସାରିଛନ୍ତି । ତେବେ ବର୍ତ୍ତମାନ ଓଡିଆ ଧାରାବାହିକ ଅଭିନେତା ଏମ୍ ସୁମନ କୁମାର ତଥା ମିଲନ ମହାରଣା ଗିରଫ ହୋଇଛି ।

ଜଣେ ଅଭିନେତ୍ରୀଙ୍କଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି । ଦୁଇ ବର୍ଷ ହେଲା ‘ଲିଭ-ଇନ-ରିଲେସନସିପ’ ସମ୍ପର୍କରେ ଏକାଠି ଦୁଇବର୍ଷ ରହିବା ପରେ ତାଙ୍କୁ ବିବାହ ପାଇଁ ମନା କରିଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଏହାପରେ ଅଭିନେତା ଏମ ସୁମନ କୁମାରଙ୍କୁ ପୁଲିସ ଗିରଫ କରିଛି । ।

ତେବେ ଆଜି ଅଭିନେତ୍ରୀ ଜଣକ ପାହାଳ ଥାନାରେ ପହଞ୍ଚି ତାଙ୍କୁ ‘ଲିଭ-ଇନ-ରିଲେସନସିପି’ରେ ରହି ପ୍ରେମ ସମ୍ପର୍କ ରଖିବା ପରେ ଅଭିନେତା ଏମ. ସୁମନ କୁମାର ବିବାହ ପାଇଁ ମନା କରିଦେଇଥିବା ଅଭିଯୋଗ କରିଥିଲେ । ଅଭିନେତ୍ରୀଙ୍କ ଅଭିଯୋଗକୁ ଆଧାର କରି ପାହାଳ ପୁଲିସ ସୁମନ କୁମାରଙ୍କୁ ଗିରଫ କରିଥିଲା । ଅଭିନେତା ଏମ ସୁମନ କୁମାର ଏକାଧିକ ଓଡିଆ ସିରିଏଲରେ ଅଭିନୟ କରିଛନ୍ତି ।

ହେଲେ ଗତ କିଛି ଦିନ ହେଲା ସେ ଜଣେ ଅଭିନେତ୍ରୀଙ୍କୁ ପ୍ରେମ କରୁଥିଲେ, ହେଲେ ଏବେ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସମ୍ପୃକ୍ତ ଅଭିନେତ୍ରୀ ଜଣକ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ । ପାହାଳ ପୁଲିସ ଯୁବତୀଙ୍କ ନିକଟରୁ ଏପରି ଅଭିଯୋଗ ପାଇବା ପରେ ତାଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ୩୨୦ ଓ ୩୨୬ ଦଫାରେ ମାମଲା ରୁଜୁ କରିଛି ।

ତେବେ ଏନେଇ ଯୁବତୀ ଜଣକ କହିଛନ୍ତି ଯେ ମିଲନ ମହାରଣାଙ୍କ ସହ ମୋର ୨ ବର୍ଷ ସମ୍ପର୍କ ରହିଛି । ମୋ ସହିତ ସେ ପ୍ରେମ ସମ୍ପର୍କ ରଖିଥିଲେ । ଆମେ ଦୁହେଁ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହି ଆସୁଥିଲୁ ।  ସେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏବେ ମୋତେ ଆଭଏଡ୍‌ କରୁଛନ୍ତି । କିଛି ଦିନ ହେବ, ସେ ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହି ଆସୁଛନ୍ତି ।

ତେବେ ସେଥିପାଇଁ ମୋତେ ବିବାହ କରିବାକୁ ସେ ମନା କରୁଛନ୍ତି । ମୋ ପୂର୍ବରୁ ସେ ଅନେକ ଝିଅଙ୍କ ସହିତ ରହିଛନ୍ତି ।  ସେ ମୋର ଗାଡ଼ି କିଣିବା ପାଇଁ ୨ ଲକ୍ଷ ଟଙ୍କା ନେଇଥିଲେ ।   ପୂର୍ବରୁ ବୁଲେଟ୍‌ କିଣିବା ପାଇଁ ମୋ ପାଖରୁ ଟଙ୍କା ନେଇଥିଲେ । ଏହାର ପ୍ରମାଣ ମଧ୍ୟ ମୋ ପାଖରେ ଅଛି । ମୁଁ ମଧ୍ୟ ପୋଲିସକୁ ଜଣାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *