ଭାରତୀୟ Reserve Bank ର ବଡ ଘୋଷଣା ! ଏହି କାର୍ଡଧାରୀଙ୍କୁ ପ୍ରତିଦିନ ମିଳିବ 500 ଟଙ୍କା, ଦେଖନ୍ତୁ ପୁରା ଖବର… 

କ୍ରେଡିଟ କାର୍ଡଧାରୀ ଧ୍ୟାନ ଦିଅନ୍ତୁ ଭାରତୀୟ ରିଜର୍ବ ବ୍ୟାଙ୍କ ନିକଟରେ କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ ଜାରି କରିବା ଏବଂ ଏହାର ବ୍ୟବହାର ଉପରେ ନୂଆ ନୋଟିଫିକେସନ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ନାମା ଅନୁଯାଇ କ୍ରେଡିଟ କାର୍ଡ ଖାତା ବନ୍ଦ କରିବାରେ ଯଦି ବିଳମ୍ବ ହୁଏ ତା ହେଲେ କାର୍ଡ ଜାରି କରିଥିବା ବ୍ୟାଙ୍କ ତରଫରୁ କାର୍ଡ ଧାରକଙ୍କୁ ଜୋରିମାନା ଦେବାକୁ ହେବ । ଭାରତୀୟ ରିଜର୍ବ ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡକୁ ବହୁତ ଗୁରୁତ୍ଵର ସହ ନେଇଛି ।

ଆରବିଆଇ ଡେବିଟ ଓ କ୍ରେଡିଟ କାର୍ଡ ସହ ଜଡିତ ମାଷ୍ଟର ଗାଇଡଲାଇନ୍ସରେ କୁହାଯାଇଛି ଯେ, ବିନା ଆବେଦନରେ କାର୍ଡ ଜାରି କରିବା କିମ୍ବା ଅପଫ୍ରେଡ କରାଗଲେ କଡା ପଦକ୍ଷେପ ନିଆଯିବ । ଆରବିଆଇର ନିଯମାବଳୀରେ କୁହାଯାଇଛି ଯେ, କ୍ରେଡିଟ କାର୍ଡକୁ ବନ୍ଦ କରିବାର କୌଣସି ବି ଆବେଦନକୁ ଗ୍ରହଣ କରାଯିବ ପୂର୍ବରୁ ପ୍ରଥମେ ଦେଖାଯିବ କି କାର୍ଡଧାରୀ ତାହାର ପକେୟ ପଇଠ  କରିଛି କି ନାହିଁ ।

କ୍ରେଡିଟ କାର୍ଡକୁ ବନ୍ଦ କରିବା ନେଇ କାର୍ଡଧାରୀଙ୍କୁ ଇମେଲ ଓ ଏସଏମଏସ ଜରିଆରେ ତୁରନ୍ତ ସୂଚନା ଦିଆଯିବ । କ୍ରେଡିଟ କାର୍ଡ ଜାରି କରୁଥିବା ସଂସ୍ଥାକୁ ଖାତା ବନ୍ଦ କରିବା ଲାଗି ଆବେଦନ କରିବା ଲାଗି ବିଭିନ୍ନ ପ୍ରକାର ବାଟ ରହିଛି । ଏଥିରେ ହେଲ୍ପ ଲାଇନ, ଇମେଲ ଆଇଡି, ୱେବ ସାଇଡରେ ପ୍ରମୁଖତାରେ ଦେଖା ଯାଉଥିବା ଲିଙ୍କ, ଇଣ୍ଟର୍ନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ଆପ୍ କିମ୍ବା କୌଣସି ଅନ୍ୟ ବାଟ ରହିଛି ।

କାର୍ଡ ଜାରି କର୍ତ୍ତା ଡାକ କିମ୍ବା ଅନ୍ୟ ମାଧ୍ୟମରେ କ୍ରେଡିଟ କାର୍ଡ ବନ୍ଦ କରିବାକୁ ଆବେଦନ ଲାଗି ବାଧ୍ୟ କରିପାରିବେ ନାହିଁ । ଯଦି କାର୍ଡ ଜାରି କର୍ତ୍ତା ସାତ ଦିନ ମଧ୍ୟରେ କ୍ରେଡିଟ କାର୍ଡ ବନ୍ଦ କରିବାରେ ବିଫଳ ହେଉଛନ୍ତି ତା ହେଲେ ଖାତା ବନ୍ଦ ହେବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ପ୍ରତିଦିନ ୫୦୦ ଟଙ୍କା ଜୋରିମାନା ଦେବାକୁ ହେବ । ତା ହେଲେ ଖାତା ବନ୍ଦ ହେବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ପ୍ରତିଦିନ ୫୦୦ ଟଙ୍କା ଜୋରିମାନା ମିଳିବ ।


ଅବଶ୍ୟ କାର୍ଡଧାରୀଙ୍କର କୌଣସି ବକେୟା ନଥିଲେ ଏହି ୫୦୦ ଟଙ୍କା ମିଳିବ । ଯଦି କ୍ରେଡିଟ କାର୍ଡର ଉପଯୋଗ ଏକ ବର୍ଷରୁ ଅଧିକ କରାଯାଇ ନାହିଁ ତା ହେଲେ କାର୍ଡ ଜାରି କର୍ତ୍ତା କାର୍ଡଧାରୀଙ୍କୁ ଜଣାଇବା ପରେ କ୍ରେଡିଟ କାର୍ଡ ଖାତାକୁ ବନ୍ଦ କରିବା ପ୍ରକ୍ରିୟାକୁ ଆରମ୍ଭ କରିପାରେ । ଯଦି ୩୦ ଦିନ ମଧ୍ୟରେ କାର୍ଡଧାରୀଙ୍କ ପକ୍ଷରୁ କୌଣସି ଉତ୍ତର ମିଳୁ ନାହିଁ ତା ହେଲେ କାର୍ଡ ଜାରି କର୍ତ୍ତାଙ୍କ ଦ୍ଵାରା କାର୍ଡକୁ ବନ୍ଦ କରିଦିଆ ଯିବ ।

Leave a Reply

Your email address will not be published. Required fields are marked *