Ollywood ରେ ଶୋକର ଲହରୀ, ଏବେ ଏବେ ଓଲିଉଡର ଏହି ଫେମସ Actor ଙ୍କର ହେଲା ପରଲୋକ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବିରାଜ ଦାସ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବିରାଜଙ୍କୁ ନିଶ୍ଚୟ ଜାଣିଥିବେ । ତେବେ ବର୍ତ୍ତମାନ ବିରାଜଙ୍କୁ ନେଇ ଏକ ଦୁଃଖର ଖବର ସାମ୍ନାକୁ ଆସିଛି । ବନ୍ଧୁଗଣ ବିରାଜ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି ଏନେଇ ତାଙ୍କ ପୁଅ ଅର୍ନବ ଦାସ ସୂଚନା ଦେଇଛନ୍ତି । ବନ୍ଧୁଗଣ ବିରାଜ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ଓଡିଆ ଫିଲ୍ମ ସହ ସେ କେତେକ ଓଡିଆ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ହେଲେ ବର୍ତ୍ତମାନ ତାଙ୍କୁ ନେଇ ଏକ ଦୁଃଖର ଖବର ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟସ ଅନୁସାରେ ଫୁସଫୁସ କ୍ୟାନ୍ସରରେ ପୀଡିତ ଥିବା ବିରାଜ ଆଜି ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ବୟସ ହୋଇଥିଲା ।

କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ସେ ଦୀର୍ଘ 4 ମାସ ଧରି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନେଉଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ଆଜି ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବିରାଜ ଅନେକ ଟିଭି ସିରିଏଲ ଓ ସିନେମାରେ ନିଖୁଣ ଅଭିନୟ କରିଛନ୍ତି । ଓଡିଆ ସିନେମା ବଗୁଲା ବଗୁଲିରୁ ସେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ ।

ଏହା ପରେ ମା ପରି କିଏ ହେବ, ଗୋଲାମଗିରି, ପ୍ରେମ ବନ୍ଧନ ଆଦି ଅନେକ ସିନେମାରେ ସେ ଅଭିନୟ କରିଥିଲେ । ପ୍ରଣମ ଦାସଙ୍କ ଅଜାତି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଦୂରଦର୍ଶନ ଚ୍ୟାନେଲରେ କେବଳ ବିରାଜ ଦାସଙ୍କ ସିନେମା ଆସୁଥିଲା ସେହି ସମୟରେ ବିରାଜଙ୍କ ଲୋକପ୍ରିୟତା ବହୁତ ଅଧିକ ଥିଲା । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *