ଆଭା କାର୍ଡ ଓ ବିଜୁ ସ୍ଵାସ୍ଥ କାର୍ଡ ମଧ୍ୟରେ ପାର୍ଥକ୍ଯ କଣ ? ଏହା କେଉଁ କେଉଁ କାମରେ ଲାଗି ପାରିବ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶା ସରକାରଙ୍କର ସାଧାରଣ ଜନତାଙ୍କ ପାଇଁ ବହୁତ ଗୁଡିଏ ଯୋଜନା ବାହାର କରାଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଛି । ଯେପରି ସରକାରଙ୍କ ଅନୁମୋଦିତ ବିଭିନ୍ନ ପ୍ରକାର ସ୍ଵାସ୍ଥ ଜନିତ ସେବାକାର୍ଡର ଯୋଜନା ବାହାରୁଛି । ସେହି କାର୍ଡ ଲୋକମାନେ କରିବା ଦ୍ଵାରା ଆପତକାଳୀନ କୌଣସି ରୋଗବେମାରୀ ପାଇଁ ଆଗ ଭଳି ଆଉ ଚିନ୍ତିତ ହେବା ପାଇଁ ପଡୁନାହିଁ ।

କାରଣ ସେହି କାର୍ଡର ଯୋଜନା ଅନୁସାରେ ସ୍ଵାସ୍ଥ ସମ୍ବଦ୍ଧିତ କିଛି ସମସ୍ଯା ଥିବା ଲୋକଙ୍କୁ ସରକାରଙ୍କର ତରଫରୁ ଆର୍ଥିକ ସହାୟତାର ସାହାଜ୍ଯ ମିଳୁଛି । ଯେପରି ସରକାରଙ୍କର ବିଜୁ ସ୍ଵାସ୍ଥ କାର୍ଡ ଗତ କିଛି ଦିନ ତଳେ ପ୍ରଚଳିତ ହୋଇଥିଲା । ସେହି କାର୍ଡର ସୁବିଧା ଅନୁସାରେ ଯେଉଁ ମାନଙ୍କର ସ୍ଵାସ୍ଥ ଜନିତ କୌଣସି ଅସୁବିଧା ରହୁଥାଏ । ତେବେ ସେମାନଙ୍କର ଡାକ୍ତରଖାନାରେ ବହୁଳ ଖର୍ଚ ହୋଇଥାଏ ।

ତାହାର କ୍ଷତି ପୂରଣ ବାବଦକୁ ସରକାର ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପୀଡିତ ପରିବାରଙ୍କୁ ପ୍ରଦାନ କରୁଛନ୍ତି । ସେହିପରି ବହୁତ ଲୋକଙ୍କର ବର୍ତ୍ତମାନ ସମୟରେ କରାଯାଉଥିବା ସରକାରଙ୍କର ଆଭା କାର୍ଡକୁ ନେଇ ବହୁ ଚର୍ଚା ଚାଲିଛି । ଏହି ଆଭା କାର୍ଡ ଲୋକମାନଙ୍କର କେଉଁ ପ୍ରକାର ସାହାଜ୍ଯରେ ଆଗାମୀ ସମୟରେ ଆସିପାରିବ ।

ତେବେ ସୂଚନା ମୁତାବକ ଏବେ ଯେଉଁ ହେଲଥ ID  ବା ଆଭା କାର୍ଡ ବାହାର କରାଯାଇଛି । ତାହା ଏକ ହେଲଥ ରେକର୍ଡ ଭଳି କାର୍ଯ୍ୟ କରିବ । କାରଣ ଯେଉଁ ବ୍ୟକ୍ତି ମାନଙ୍କର କୌଣସି କାରଣରୁ ଯଦି କିଛି ସ୍ଵାସ୍ଥ ଜନିତ ସମସ୍ଯା ହେଉଥିଲା । ତେବେ ବ୍ୟକ୍ତିର ଡାକ୍ତରଖାନାରେ ଚିକିତ୍ସା କରାଯିବା ସମୟରେ ବହୁତ କିଛି ପ୍ରେଚ୍ଯୁକେସନର ବ୍ୟବହାର କରାଯାଇଥାଏ ।

ଯାହାକୁ ଚିକିତ୍ସାର ପରବର୍ତ୍ତୀ କାଳରେ ବହୁତ ଲୋକ ସାଇତିକି ରଖି ପାରନ୍ତି ନାହିଁ । ତେଣୁ ଆଭା କାର୍ଡରେ ବ୍ୟକ୍ତିର ସଂପୂର୍ଣ୍ଣ ଡାକ୍ତରଖାନା ବିବରଣୀ ରଖା ଯାଇଥିବ ।  ଯେତେବେଳେ ପୁଣି ଥରେ କୌଣସି ସ୍ଵାସ୍ଥ ସମସ୍ଯାକୁ ଯେକୌଣସି ଡାକ୍ତରଖାନା ବା କ୍ଲିନିକ ଯିବେ । ଆଭାକାର୍ଡର ହେଲଥ ID  ନମ୍ବର ଅନୁସାରେ ସେଠାରେ ସମସ୍ତ ଡାକ୍ତରଖାନାର ବିବରଣୀ ସାମ୍ନାକୁ ଆସିଯିବ ।

ତେଣୁ ଆଭା କାର୍ଡ ସମସ୍ତ ପ୍ରେକ୍ୟୁକେସନର ଟିପଣୀ ରଖିବା ସହିତ ବିଭିନ୍ନ ପ୍ରକାର ହେଲଥ ରେକର୍ଡ ମଧ୍ୟ ରଖୁଛି । ତେବେ ବ୍ୟକ୍ତି ନିଜ ନିଜ ବ୍ଲକ ବା ଜିଲ୍ଲାରେ କେଉଁ କେଉଁ ଡାକ୍ତରଖାନାରେ ଏହି ଆଭା କାର୍ଡର ସୁବିଧା ଉପଲବ୍ଧ କରାଯିବ । ତାହା ମଧ୍ୟ ସେହି କାର୍ଡରେ ଦେଖିବାକୁ ପାଇବେ । ତେବେ ସବୁ ଲୋକ ଏହି ଆଭା କାର୍ଡରେ ନିଜକୁ ସାମିଲ କରିବା ପରେ ହିଁ ଆଭା କାର୍ଡଟି ଲାଗୁ କରାଯାଇ ଲୋକଙ୍କୁ ସ୍ଵାସ୍ଥ ସୁବିଧା ପ୍ରଦାନ କରାଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *