Rani panda ଦେଖେଇଲେ ମହାନତା ! ସୁକାନ୍ତଙ୍କ ଦଶାହ କର୍ମରେ ପଠାଇଲେ ଅବଢା, ଲୋକେ କହିଲେ…

ଗତ କିଛି ଦିନ ତଳେ ଆପଣ ମାନେ ଜାଣିଥିବେ ରାଣୀ ପଣ୍ଡା ଙ୍କ ଗାଡିରେ ସୁକାନତ ନାମ ଏକ ଯୁବକଙ୍କ ଜୀବନ ପଳେଇଥିଲା, ତା ପରେ ରାଣୀ ତାଙ୍କ ପରିବାରକୁ ସାହାର୍ଯ୍ୟ କରିବେ ବୋଲି କଥା ଦେଇଥିଲେ । ସେ ନିଜର କଥା ରାଖୀ କିଛି ଟଙ୍କା ସୁକାନ୍ତ ଙ୍କ ପରିବାର କୁ ସାହାର୍ଯ୍ୟ କରିଥିଲେ ଓ ଆଗକୁ ବି ସାହାର୍ଯ୍ୟ କରିବେ ବୋଲି କଥା ଦେଇଛନ୍ତି , ତେବେ ଗତ କାଲି ତାଙ୍କ ଦଶାହ କର୍ମ ରେ ରାଣୀ ପଣ୍ଡା ଅବଢା ପଠାଇଥିବାର ଜଣାପଡିଛି ।

ଆସନ୍ତୁ ତେବେ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ରାଣୀ ପଣ୍ଡା ସୁକାନ୍ତ ଦଶାହ ରେ ସମୁଦାୟ ୫୦୦ ଲୋକ ଙ୍କ ପାଇଁ ମହାପ୍ରସାଦ ପଠାଇଥିଲେ । ସୁକାନ୍ତ ଙ୍କ ଦଶାହ ରେ ଲୋକେ ମହାପ୍ରସାଦ ଖାଇବେ ଏବଂ ସୁକାନ୍ତ ଙ୍କ ଆତ୍ମାଙ୍କୁ ଶାନ୍ତି ମିଳିବ । ପୁରୀରୁ ସିଧାସଳଖ ଗାଡି ମାଧ୍ୟମରେ ସୁକାନ୍ତ ଙ୍କ ଗାଁ କୁ ଆସି ପହଞ୍ଚିଥିଲା ମହାପ୍ରସାଦ । ସୁକାନ୍ତ ଙ୍କ ପରିବାର ଦଶାହ କାର୍ଯ୍ୟ କୁ ନେଇ ଚିନ୍ତା ରେ ଥିଲେ ରାଣୀ ଅବଢା ପଠାଇବା ପରେ ସେମାନେ ଚିନ୍ତାମୁକ୍ତ ହେଲେ ।

ସୁକାନ୍ତ କୁ ଆଜି ସଂପୂର୍ଣ୍ଣ ଗାଁ ଲୋକ ଝୁରୁଛନ୍ତି । ଗୋଟିଏ ଭଲ ପିଲା କୁ ହରାଇ ଆଜି ଶୋକସମ୍ପୃକ୍ତ ଗାଁ । ସୁକାନ୍ତ ଙ୍କ ମୃ-ତ୍ୟୁ କୁ ୧୦ ଦିନ ପୁରିସାରିଲାଣି । ଅଭିନେତ୍ରୀ ରାଣୀପଣ୍ଡା ତାଙ୍କ ଦୋଷକୁ ପ୍ରାୟଶ୍ଚିତ କର୯ଇବାକୁ ଚାହିଁଛନ୍ତି । ପ୍ରତୀଟି ସମୟରେ ସେ ସୁକାନ୍ତ ଙ୍କ ପରିବାର କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି । ରାନୀପଣ୍ଡା କହିଥିଲେ ଯେ ସେ ସୁକାନ୍ତ ଙ୍କ ବିୟୋଗରେ ସେ ବହୁତ ମର୍ମାହତ ଏବଂ ଦୁଃଖିତ ।

ଏହିଭଳି କହି ରାଣୀପଣ୍ଡା କାନ୍ଦିଥିଲେ । ସୁକାନ୍ତ ଙ୍କ ବାପା କହିଥିଲେ ଯେ ଦଇବ ଦୁର୍ଘଟଣାରେ ତାଙ୍କ ପୁଅ ସୁକାନ୍ତ ଆରପାରିକୁ ଚାଲିଗଲା । କିନ୍ତୁ ରାଣୀ ପଣ୍ଡା ନିଜ ମାନବିକତା ଦୃଷ୍ଟିରୁ ଯେତିକି ସହଯୋଗ କରୁଛନ୍ତି ତାହା ବହୁତ ଅଧିକ । ଦଇବ ଦୁର୍ଘଟଣା କଥା ସେଥିରେ କିଏ ଆଉ କଣ ବା କରିଥାନ୍ତା ? ରାଣୀ ପଣ୍ଡା ଙ୍କ ଅପେକ୍ଷାରେ ସୁକାନ୍ତ ଙ୍କ ପରିବାର ଲୋକେ ଥିଲେ ଏବଂ ସଠିକ ସମୟରେ ମହାପ୍ରସାଦ ଆସି ଘରେ ପହଞ୍ଚିଥିବାରୁ ସେମାନେ ଧନ୍ୟବାଦ ଜଣାଇଥିଲେ ।

ପରିବାର ଲୋକେ ଏହା ମଧ୍ୟ କହିଥିଲେ ଯେ ସେମାନେ ଦଶାହ କାର୍ଯ୍ୟ ଆରମ୍ଭ କରୁଥିଲେ ହଠାତ ରାଣୀ ପଣ୍ଡା ଫୋନ କରି କହିଲେ ଯେ ସେ ଅବଢା ୫୦୦ ଲୋକଙ୍କ ପାଇଁ ଆୟୋଜନ କରିବାକୁ ଚାହୁଁଛନ୍ତି । ଏହାକୁ ଶୁଣି ପରିବାର ଲୋକେ ହଁ କହିଥିଲେ । ଏହାପରେ ରାଣୀ ପଣ୍ଡା ନିଜ ପ୍ରତିଶୃତି ଅନୁଯାୟୀ ଗୋଟିଏ ପରେ ଗୋଟିଏ କଥା ରଖି ଆସିଛନ୍ତି ।

ତେବେ ପରିବାର ଲୋକେ ଏହା କହିଥିଲେ ଯେ ରାନୀପାଣ୍ଡ ଯଦି ସୁକାନ୍ତ ଙ୍କ ଦଶାହ କାର୍ଯ୍ୟରେ ଆସି ଉପସ୍ଥିତ ହୋଇଥାନ୍ତେ ତେବେ ବହୁତ ଭଲ ହୋଇଥାନ୍ତା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *