ପୁଣି ବଂଗୋପ ସାଗରରେ ଭୟଙ୍କର ବାତ୍ୟା ! ୮ ତାରିଖରେ କରିବ ଲ୍ୟାଣ୍ଡଫଲ…IMD ଦେଲା ସତର୍କ ସୂଚନା

ବନ୍ଧୁଗଣ, ସୂଚନା ଅନୁଯାୟୀ ବଙ୍ଗୋପ ସାଗରରେ ହେବାକୁ ଯାଉଛି ବାତ୍ୟା । ଏହା ଫଳରେ ୮ ତାରିଖରେ ସ୍ଥଳ ଭାଗରେ ହେବ କି ମାଡ ? ଏହାକୁ ନେଇ ଛାନିଆ ଉପକୂଳିଆ ଲୋକେ । ଆସନ୍ତା ୮ ତାରିଖରେ ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ବର୍ତ୍ତମାନ ଛାନିଆ ହେଲେଣି ଲୋକେ । ମାତ୍ର ସେମାନେ ଖାଲି ଯେ ଛାନିଆ ହେଲେଣି ତାହା ନୁହେଁ ବରଂ ତାହା କେବେ ମାଡ ହେବ ଏବଂ କେଉଁଠି ମାଡ ହେବ ? ସେ ନେଇ ବଢିଲାଣି ଚର୍ଚ୍ଚା ।

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା  ବେଳେ କ୍ରମଶଃ ଏହା ଘନୀଭୂତ ହୋଇ ସାଇକ୍ନୋଲିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଅଛି । ଡିସେମ୍ବର ୮ ତାରିଖ ସଖାଳ ସୁଧା ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ଘନୀଭୂତ ହୋଇପାରେ ।

ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଡିସେମ୍ବର ୬ ତାରିଖ ସନ୍ଧ୍ୟା ସୁଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପକୂଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଅଛି ।ଅବପାତ ବାତ୍ୟାର ରୂପ ନେଇ ୮ ତାରିଖ ସୁଧା ଉପକୂଳ ଛୁଇଁବାର ସମ୍ଭାବନା ରହିଅଛି । ତେବେ ଯଦି ବାତ୍ୟା ହୁଏ ତେବେ ଏହା ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ର ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଅଛି ।

ଏହାର ପ୍ରଭାବ ଓଡିଶା ଉପରେ କଣ ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏବେ ଠାରୁ ବଢିଲାଣି ଚର୍ଚ୍ଚା । ଏହାର ପ୍ରଭାବରେ ତାମିଲନାଡୁର ୭ ଟି ଜିଲ୍ଲା, ପୁଡିଚେରୀ, କରାଇକଲ ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ଡିସେମ୍ବର ୭ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇପାରେ । ୮ ତାରିଖ ମଧ୍ୟ ବର୍ଷା ଲାଗିରହିବା ନେଇ ସୂଚନା ମିଳିଛି । ଡିସେମ୍ବର ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଡିସେମ୍ବର ୮ ପର୍ଯ୍ୟନ୍ତ ବଙ୍ଗୋପ ସାଗର ଏବଂ ଆଣ୍ଡାମାନ ସାଗରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବି ମାନଙ୍କୁ ପରାମର୍ଶ ଦିଆଯାଇଛି । ବାତ୍ୟା ଖବର ଆସିବା ପରେ ଲୋକ ମାନଙ୍କ ମନରେ ବହୁତ ଭୟ ଦେଖାଯାଇଥିବାର ନଜର ଆସିଛି । କାରଣ ଯେତେଥର ବାତ୍ୟା ହୋଇଛି ବହୁ କିଛି କ୍ଷୟକ୍ଷତି ହୋଇଛି । ସାଧାରଣ ଲୋକଙ୍କ ପାଇଁ ବାତ୍ୟା ଏକ କାଳ ସାଦୃଶ୍ୟ । ତେବେ ବନ୍ଧୁଗଣ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *