ସାମ୍ନାକୁ ଆସିଲେ ତପସ୍ବିନୀଙ୍କ ନୂଆ ଓକିଲ, Tapaswini ଓ Sumit ଙ୍କୁ ନେଇ କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସ୍ତ୍ରୀ ଅଧିକାର ପାଇବାକୁ ସପ୍ତାହେ ହେଲା ବ୍ରହ୍ମପୁର ବ୍ରହ୍ମାନଗର ଦ୍ଵିତୀୟ ଲାଇନ୍‌ରେ ଥିବା ଶ୍ୱଶୁର ପ୍ରମୋଦ ସାହୁଙ୍କ ଘର ଆଗରେ ପଡ଼ି ରହିଛନ୍ତି ବୋହୂ ତପସ୍ୱିନୀ । ସ୍ୱାମୀଙ୍କ ସହ ରହିବେ ଏବଂ ଶ୍ୱଶୁର ଘରକୁ ଯିବେ ଜିଦ୍‌ରେ ସେ ଧାରଣା ଦେଇଛନ୍ତି । ତାଙ୍କ ସହ ସ୍ୱେଚ୍ଛାସେବୀ ପ୍ରମିଳା ତ୍ରିପାଠୀ ଧାରଣାରେ ବସିଛନ୍ତି । କୋର୍ଟ କେବେ ନ୍ୟାୟ ପ୍ରଦାନ କରିବେ ଏବଂ କେବେ ଶ୍ୱଶୁର ଘରକୁ ଯିବି ବୋଲି ସେ ଗୁହାରି କରିଛନ୍ତି ।

ଘରୋଇ ହଇନସା ଆଇନ ଅନୁସାରେ ତପସ୍ୱିନୀ ଶ୍ୱଶୁର ଘରକୁ ଯିବା ପାଇଁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା ଦାଏର ହୋଇଛି । ତେବେ ତପସ୍ୱିନୀଙ୍କ ଅଭିଯୋଗ ଯେ ଡାକ୍ତର ସୁମିତ ସାହୁଙ୍କ ସହ ତାଙ୍କର ପ୍ରେମ ଓ ପରେ ଖୋର୍ଦ୍ଧାରେ ରେଜିଷ୍ଟ୍ରି ମ୍ୟାରେଜ୍‌ ହୋଇଥିଲା । ଉଭୟେ ଘର ଭଡ଼ା କରି ଆଙ୍କୁଲି କୁମ୍ଭାର ପଲ୍ଲୀରେ ରହୁଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ପରିବାର ଲୋକଙ୍କ ବୁଝାସୁଝାରେ ସେମାନେ ତାଙ୍କ ବ୍ରହ୍ମାନଗର ଘରକୁ ଆସିଥିଲେ ।

ତପସ୍ୱିନୀ ଶ୍ୱଶୁର ଘରେ କିଛି ଦିନ ରହିବା ପରେ ତାଙ୍କ ଉପରେ ନିରଯାତନଆ ହୋଇଥିବା ଅଭିଯୋଗ କରିଥିଲେ । ବୈଦିକ ନୀତିରେ ବିବାହ କରିବାକୁ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ବିବାହ ପାଇଁ ୨୨ ତାରିଖ ଧାର୍ଯ୍ୟ ହୋଇଥିଲା ବୋଲି ତପସ୍ୱିନୀ କହିଛନ୍ତି । କିନ୍ତୁ ବିବାହ ନହେବାରୁ ତପସ୍ୱିନୀ ବୋହୂ ବେଶରେ ଆସି ଧାରଣା ଦେଇଥିଲେ । ସେବେଠାରୁ ସେ ଧାରଣା ଜାରି ରଖିଛନ୍ତି ।

ତେବେ ଶ୍ୱଶୁର ଘର ସାମ୍ନାରେ ବୋହୂ ତପସ୍ୱିନୀ ଦାସ ଆଜକୁ ୧୦ ଦିନ ହେବ ଧାରଣାରେ ବସିଛନ୍ତି । ତାଙ୍କ ମାମଲାର ଶୁଣାଣି ପାଇଁ ଆଉ ଏକ ତାରିଖ ସ୍ଥିର କରାଯାଇଛି । ତାଙ୍କର କେବଳ ଗୋଟିଏ ଜିଦ୍ ତାଙ୍କ ସ୍ୱାମୀ ସୁମିତ୍ ସାହୁଙ୍କ ନିକଟରେ ରହିବେ । ସ୍ୱାମୀ ତାଙ୍କୁ ଛାଡ଼ପତ୍ର ନିମନ୍ତେ କୋର୍ଟରେ ଯେଉଁ ମାମଲା ରୁଜୁ କରିଛନ୍ତି ସେ ତାଙ୍କ ଶ୍ୱଶୁର ଘରେ ରହି ସେହି ମାମଲା ଲଢ଼ିବେ ।

ଏହାକୁ ଆଧାର କରି ତପସ୍ୱିନୀ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଏଥି ନିମନ୍ତେ ସେ ପୂର୍ବରୁ କୋର୍ଟକୁ ଦୁଇ ଥର ଆସିଥିଲେ । ତେବେ ପୁଣି ସେହି ମାମଲାରେ ସେ ଆଜି ଅପରାହ୍ନ ୨ଟା ସମୟରେ କୋର୍ଟରେ ହାଜର ହୋଇଥିଲେ । ତାଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ ଉପାଦେୟ ଓ ପ୍ରଦୀପ ବେହେରା ମାମଲାର ପରିଚାଳନା କରିଥିଲେ ।

ତପସ୍ୱିନୀ ଙ୍କ ଓକିଲଙ୍କ ପକ୍ଷରୁ ତପସ୍ୱିନୀଙ୍କୁ ତାଙ୍କ ଶ୍ୱଶୁର ଘରେ ପ୍ରବେଶ ନିମନ୍ତେ ଆବେଦନ କରିଥିଲେ । ଏହାର ଜବାବ ନିମନ୍ତେ ସୁମିତ୍‌ଙ୍କ ଓକିଲ ଏକ ମାସ ସମୟ ମାଗିଥିଲେ । କିନ୍ତୁ ଏସ୍‌ଡିଜେଏମ୍ ଜିତେନ୍ଦ୍ରୀୟ ପାଣିଗ୍ରାହୀ ତାଙ୍କୁ ମାତ୍ର ଗୋଟିଏ ଦିନ ନିମନ୍ତେ ସମୟ ଦେଇଥିଲେ । ଅର୍ଥାତ୍ ଆସନ୍ତାକାଲି ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି । ଆଜି କୋର୍ଟରେ ତପସ୍ୱିନୀଙ୍କ ସ୍ୱାମୀ ସୁମିତ୍ ସାହୁ, ଶ୍ୱଶୁର ପ୍ରମୋଦ ସାହୁ ଓ ପ୍ରମିତ୍ ସାହୁ ହାଜର ହୋଇଥିବା ଦେଖିଥିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ସହ ଏସ୍‌ଡିଜେଏମ୍ ଆଲୋଚନା କରିଥିବା ସୂଚନା ମିଳିଛି ଏବଂ ତାଙ୍କୁ ନିଜର ସଂସାର ଏବଂ ଘର କରି ରହିବା ବିଷୟରେ ମଧ୍ୟ ବୁଝାଇ ଥିଲେ ତେବେ ତାଙ୍କୁ ୨୪ ଘଂଟା ସମୟ ଦିଆଯାଇଛି ନିଜର ନିଷ୍ପତ୍ତି ଶୁଣାଇବା ପାଇଁ । ତେବେ ଏହା ପରେ ତପସ୍ୱିନୀ ପୁଣି ତାଙ୍କ ଶ୍ୱଶୁର ଘର ସାମ୍ନାରେ ଆସି ସେହି ସମାନ ଦାବି ନେଇ ଧାରଣାରେ ବସିଥିଲେ । ଏହି ମାମଲାର ଶୁଣାଣି ଆଜି ହେବ ।

ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ମାସ ୨୭ ତାରିଖରେ ତପସ୍ୱିନୀ ଦାସଙ୍କ ଆବେଦନର ଶୁଣାଣି ବ୍ରହ୍ମପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ହୋଇଥିଲା । ଶୁଣାଣି ଦିନଠାରୁ ପରବର୍ତ୍ତୀ ଶୁଣାଣି ଅର୍ଥାତ୍ ଗତ ନଭେମ୍ବର ୨୯ ପର୍ଯ୍ୟନ୍ତ ସେ ବ୍ରହ୍ମପୁର ସଖୀ କେନ୍ଦ୍ରରେ ତପସ୍ୱିନୀ ଦାସ ରହିବେ ବୋଲି କୋର୍ଟ କହିଥିଲେ । ହେଲେ ତପସ୍ୱିନୀ ତାହାର ଅବମାନନା କରି ପୁଣି ଥରେ ନିଜ ଶ୍ୱଶୁର ଘର ସାମ୍ନାକୁ ଫେରି ଆସି ଧାରଣା ଜାରି ରଖିଥିଲେ । ଏହା ପରେ ପୁଣି ୨୯ ତାରିଖରେ ଏହାର ଶୁଣାଣି ନିମନ୍ତେ ୨ ତାରିଖ ଦିନ ଧାର୍ଯ୍ୟ ହୋଇଥିଲା । ତେବେ ଏହି ଖବର ଉପରେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *