Heavy Rain Alert: 4 ଦିନ ଯାଏଁ ଆହୁରି ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ

ବନ୍ଧୁଗଣ ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ଯାଏ ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏବେ ଲଘୁଚାପ ଆନ୍ଧ୍ରର ଉତ୍ତର ଉପକୂଳ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗପ ସାଗର ଉପରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର କେତେକ ସ୍ଥାନ ଘଡଘଡି ସହ ବର୍ଷା ହେବ ।

ତେବେ ପୁରୀ, କଟକ, ଖୋର୍ଦ୍ଧା, ଜଗତ ସିଂହ ପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ଵରରେ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଯାହାର ସୂଚନା ପାଣିପାଗ ବିଭାଗ ଦେଇଛି । ତେବେ ପାଣିପାଗ ସୂଚନା ମୁତାବକ ଆସନ୍ତା ୨୦ ତାରିଖରେ ବର୍ଷା କମିବ । ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବ ।

ଏହା ବିଷୟରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର.ବିଶ୍ଵାସ ସୂଚନା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ପାଣିପାଗ ବିଭାଗର ଏହି ବିଶେଷ ସୂଚନା ବିଷୟରେ ଆପଣ ଅନ୍ୟ ମାନଙ୍କୁ ନିଶ୍ଚୟ କୁହନ୍ତୁ ଓ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *