Heavy Rain Alert: ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ, ରାଜ୍ୟର ଏହି ସବୁ ଜିଲ୍ଲାକୁ ରହିଛି ବିପଦ ସଙ୍କେତ

ବନ୍ଧୁଗଣ ପାଣିପାଗ ବିଭାଗରୁ ଏକ ବଡ ଖବର ସାମ୍ନାକୁ ଆସିଛି । ବଙ୍ଗପ ସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ । ଦକ୍ଷିଣ ଗାଙ୍ଗୀୟ ପଶ୍ଚିମ ଉପତ୍ୟାକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପୂର୍ବରୁ ଘୁଣିବଳୟ ପ୍ରଭାବରେ ଓଡିଶା ଉପକୂଳ ବର୍ତ୍ତୀ ଓ ଆଭ୍ଯନ୍ତରୀଣ ଅଞ୍ଚଳରେ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ୧୪ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।

ସେହି ୧୪ଟି ଜିଲ୍ଲା ହେଉଛି ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ଦେବଗଡ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡା, ଅନୁଗୁଳ, ସମ୍ବଲପୁର, କଟକ ଜଗତସିଂହ ପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି । ୨୫ ସେପ୍ଟେମ୍ବର ବେଳକୁ ଆହୁରି ଏକ ଘୁଣିବଳୟ ସୃଷ୍ଟି ହେବ । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୪୮ ଘଣ୍ଟାରେ ଓଡିଶା ଉପକୂଳରେ ପହଞ୍ଚି ପାରେ । ଯାହାଫଳରେ ରାଜ୍ୟରେ ପୁଣି ୨୬ ତାରିଖରୁ ବର୍ଷା ବଢିବ ।

ପାଣିପାଗ ବିଜ୍ଞାନୀ ପ୍ରଫେସର ପଟ୍ଟନାୟକଙ୍କ ମତରେ, ୱେଷ୍ଟ ବେଙ୍ଗଲରୁ ଆସୁଥିବା ଲଘୁଚାପ ପ୍ରଭାବ ହେତୁ ୨୩ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବାର ସମ୍ଭାବନା ଅଛି ହେଲେ ଲାଇଟ ରେନ ଫଲ ହେବ । ଏହା ସହ ଆସୁଥିବା ୨୫ ତାରିଖ ଲଘୁଚାପ ହେବି ରେନ ଫଲ ରହିବ ବୋଲି ପ୍ରଫେସର କହିଛନ୍ତି । ଏହା ଓଡିଶା ଉପକୂଳରେ ୨୬ ତାରିଖରେ ଛୁଇଁବ ଓ ୩୦ ତାରିଖ ପର୍ଯ୍ୟନ୍ତ ରହିବ ।

ବନ୍ଧୁଗଣ ଗତ ୧୨ ରୁ ୧୪ରେ ଯେଉଁ ଲଘୁଚାପ ହୋଇଥିଲା ଯାହାଫଳରେ କିଛି ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଏହା ସହ ତଳିଆ ଅଞ୍ଚଳରେ ପାଣି ମଧ୍ୟ ପଶିଥିଲା । ହେଲେ ବନ୍ୟା ପରିସ୍ଥିତି ନାହିଁ ବୋଲି ଏକ ଆଶ୍ଵସ୍ତି ମିଳିଥିଲା । ତେଣୁ ବନ୍ଧୁଗଣ ଆଗାମୀ ସମୟରେ ଆସୁଥିବା ଲଘୁଚାପ ଓଡିଶାରେ କେତେ ପ୍ରଭାବ ପକାଉଚି ତାହା ବିଷୟରେ ଆମକୁ ବହୁତ ଶୀଘ୍ର ଜଣା ପଡିଯିବ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *