ଆସିଗଲା Post Office ର ଦମଦାର Scheme, ମିଳୁଛି ଡବଲ ଅଫର, ଜଲ୍ଦି କରନ୍ତୁ

ବନ୍ଧୁଗଣ ଆମ ଦେଶର ପୋଷ୍ଟ ଅଫିସ ଉପରେ ଦେଶବାସୀ ବହୁତ ଭରସା କରିଥାନ୍ତି କେବଳ ଚିଠି ପାଇଁ ନୁହେଁ ଏଣିକି ଟଙ୍କା ଜମା କରିବା ପାଇଁ ମଧ୍ୟ ଲୋକମାନେ ଭରସା କରନ୍ତି । ହେଲେ ପୋଷ୍ଟ ଅଫିସ ଦ୍ଵାରା ମିଳୁଥିବା ସୁବିଧା ବିଷୟରେ ଅନେକ ଲୋକ ଜାଣି ନାହାନ୍ତି । ପୋଷ୍ଟ ଅଫିସରେ ରହିଛି ଏମିତି ଏକ ସ୍କିମ ଯାହା ଦେଇଥାଏ ଭଲ ରିଟର୍ନ ଆଉ ଏଥିରେ ଟଙ୍କା ଜମା କରିଲେ ମାତ୍ର କିଛି ବର୍ଷ ମଧ୍ୟରେ ଆପଣଙ୍କ ଟଙ୍କା ଦୁଇଗୁଣ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ପୋଷ୍ଟ ଅଫିସର ଏହି ସ୍ପେଶିଆଲ ସ୍କିମ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ପୋଷ୍ଟ ଅଫିସର କିଶାନ ବିକାଶ ପତ୍ର ବିଷୟରେ ବହୁତ କମ ଲୋକ ଜାଣିଥିବେ । ଭାରତ ସରକାରଙ୍କ ୱାନ ଟାଇମ ସ୍କିମ ହେଉଛି କିଶାନ ବିକାଶ ଯୋଜନା ଯେଉଁଥିରେ ଆପଣଙ୍କ ଟଙ୍କା ଏକ ନିର୍ଧାରିତ ସମୟ ମଧ୍ୟରେ ଦୁଇଗୁଣ ହୋଇଯାଇଥାଏ ।

ଦେଶର ସବୁ ପୋଷ୍ଟ ଅଫିସରେ କିଶାନ ବିକାଶ ପତ୍ର ଉପଲବ୍ଧ ହେଉଥିବା ବେଳେ ଏହାର ମେଚୁରୀଟି ପିରିଅଡ ରହିଛି ୧୨୪ ମାସ ବା ୧୦ ବର୍ଷ ୪ ମାସ । ଏଥିରେ ନିମ୍ନତମ ନିବେଶ ପରିମାଣ ୧୦୦୦ ଟଙ୍କା ରହିଛି ଓ ସର୍ବାଧିକ ନିବେଶ ପରିମାଣର କୌଣସି ଲିମିଟ ନାହିଁ । ବିଶେଷ କରି ଏହି ଯୋଜନାଟି କୃଶକ ମାନଙ୍କ ପାଇଁ ପ୍ରଥମେ ହୋଇଥିବାରୁ ଏହାର ନାମ ରଖାଯାଇଛି କିଶାନ ବିକାଶ ପତ୍ର ।

ହେଲେ ପରବର୍ତ୍ତୀ ସମୟରେ ଦେଶର ଯେକୌଣସି ବ୍ୟକ୍ତି ଏହି ସ୍କିମର ଲାଭ ଉଠାଇଛନ୍ତି । କିଶାନ ବିକାଶ ପତ୍ର ଏମିତି ଏକ ଯୋଜନା ଯେଉଁଥିରେ ପ୍ରଥମ ତିନି ମାସ ପାଇଁ ଶୁଦ୍ଧ ୬.୯ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଏଠାରେ ଆପଣଙ୍କ ନିବେଶ ମାତ୍ର ୧୨୪ ମାସରେ ଡବଲ ହୋଇଯିବ । ଯଦି ଆପଣ ଏକା ଥରେ ପାଞ୍ଚ ଲକ୍ଷ ଟଙ୍କା ନିବେଶ କରନ୍ତି ତେବେ ନିର୍ଦ୍ଧାରିତ ସମୟ ପୂରଣ ହେବା ପରେ ଆପଣ ୧୦ ଲକ୍ଷ ଟଙ୍କା ପାଇବେ ।

କିଶାନ ବିକାଶ ପତ୍ରକୁ ଜଣେ ବ୍ୟକ୍ତି ସହ ଅନ୍ୟ ଦୁଇଜଣ ବ୍ୟକ୍ତି ମିଶି ଜଏଣ୍ଟ ଆକାଉଣ୍ଟ ଭାବେ ମଧ୍ୟ ଲାଭ ଉଠାଇ ପାରିବେ । ପୋଷ୍ଟ ଅଫିସର ଏହି ସ୍କିମ ଆପଣଙ୍କ ଟଙ୍କାକୁ ଅତି ଶୀଘ୍ର ଦୁଇଗୁଣ କରିଦେଉଛି । ଏଥିରେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବା ସହ ଆପଣଙ୍କୁ ଭଲ ରିଟର୍ନ ମଧ୍ୟ ମିଳିପାରିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସ୍କିମ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *