‘ଭଲପାଇ ବାହା ହୋଇ ବର୍ବାଦ ହୋଇଗଲି’ ନିଜ ଜୀବନର କିଛି ଅକୁହା କଥା କହିଦେଲେ ଯାତ୍ରା ହିରୋଇନ Puja Panda, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ପୂଜା ପଣ୍ଡାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପୂଜା ହେଉଛନ୍ତି ଯାତ୍ରା ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ନିଜ ଅଭିନୟ ଓ ଡ୍ୟାନ୍ସର ଜାଦୁ ଦେଖାଇ ସେ ସମସ୍ତଙ୍କ ମନ ଜିତିଛନ୍ତି । ପୂଜା ପଣ୍ଡା ଯାତ୍ରା ଡ୍ୟାନ୍ସର, ଆଙ୍କର ଓ ଅଭିନେତ୍ରୀ ଅଟନ୍ତି । ଗତ କିଛି ଦିନ ତଳେ ପୂଜା ଏକ ସାକ୍ଷାତ୍କାର ଦେଇଥିଲେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପୂଜା ସେହି ସାକ୍ଷାତ୍କାରରେ କହିଛନ୍ତି- ‘ମୁ ଆଗରୁ ଡ୍ୟାନ୍ସର ଥିଲି ତୁଳସୀ ଗଣନାଟ୍ୟରେ ଡ୍ୟାନ୍ସ କରୁଥିଲି ତା ପରେ କୋଣାର୍କରେ ଡ୍ୟାନ୍ସ କରିଲି ଓ ଏବେ କଳା ମନ୍ଦିରରେ ଅଛି । ମୁ ଯାତ୍ରା ଜଗତରେ ୬ ବର୍ଷ ହେବ କାମ କରୁଛି । ହେଲେ କରୋନା ପାଇଁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛୁ । ହେଲେ ଆମ ଠାରୁ ଅଧିକ କଷ୍ଟ ଟେଣ୍ଟ ପିଲା ପାଇଛନ୍ତି । କାରଣ ତାଙ୍କର ନୀତିଦିନିଆ ଖାଦ୍ୟ ହେଉଛି ଏହି ଟେଣ୍ଟରେ’ ।

ଆଗକୁ ପୂଜା କହିଛନ୍ତି- ‘ଏଇଟା ହେଉଛି ଏମିତି ଏକ ମଞ୍ଚ ଯାହା କଳାକୁ ବଞ୍ଚାଇ ରଖିଛି । ଲୋକମାନେ ଟଙ୍କା ଦେଇ ବାହାରେ ନାଚ ଶିଖନ୍ତି ହେଲେ ଆମେ ନାଚୁଛୁ ଓ ଟଙ୍କା ବି ନେଉଛୁ । ପିଲା ଦିନରୁ ମୋର ନାଚରେ ବହୁତ ରୁଚି ଥିଲା ହେଲେ ଆମ ଘର ଲୋକ କଳା ପ୍ରତି ଆଗ୍ରହ ନଥିଲେ । ବ୍ରାହ୍ମଣ ଘର ତ ସେଥିପାଇଁ ମୋର ପାଠ ପଢିବା ପାଇଁ ମୂଳରୁ ଇଛା ନଥିଲା । ମୁ ଦ୍ଵାଦଶ ଶ୍ରେଣୀ ଶେଷ କରିବା ପରେ ଆମର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ହୋଇଗଲା’ ।

ଆଗକୁ ପୂଜା କହିଲେ-‘ସେତେବେଳେ ମୁ ଯାତ୍ରା ଜଗତକୁ ଆସିଲି ଓ ମୋର ପ୍ରଥମ ଦରମା ଥିଲା ୫୦ ହଜାର ଟଙ୍କା । ଘର ଲୋକ ମୋ ଠାରୁ ଟଙ୍କା ନେବା ପାଇଁ ମନା କରୁଥିଲେ ହେଲେ ଆର୍ଥିକ ପରିସ୍ଥିତି ପାଇଁ ସେମାନେ ନେଲେ । ଘର ଲୋକ ମୋତେ ବହୁତ ସପୋର୍ଟ କରିଛନ୍ତି । କରୋନା ସମୟରେ ମୁ ଭଲ ପାଇଁ ବିବାହ କରିଲି । ମୋ ସ୍ଵାମୀ ହେଉଛନ୍ତି ଟିକେ ପୁରୁଣା କାଳର ଲୋକ’ ।

ଆଗକୁ ପୂଜା କହିଲେ- ‘ସେହି ସମୟରେ ସେ ମୋ ଠାରୁ ଅଲଗା ରହିଲେ ଓ ମୋର ଆର୍ଥିକ ପରିସ୍ଥିତି ଖରାପ ହେଇଗଲା । ତେଣୁ ମୁ ମୋ ସ୍ଵାମୀଙ୍କୁ ଟଙ୍କା ମାଗି ଥିଲି ସେ ମୋତେ ଗୋଟେ ଭିନ୍ନ ସ୍ଥାନକୁ ନେଇ ଯାଇଥିଲେ ଓ ଛୋଟ ଡ୍ରେସ ପିନ୍ଧି ଡ୍ୟାନ୍ସ କରିବାକୁ କହିଥିଲେ । ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ଏମିତି କରିଥିଲେ ହେଲେ ମୁ ସେହି ସ୍ଥାନରେ ନାଚି ନଥିଲି । ଏବେ ମୋର ଛାଡପତ୍ର ହୋଇଯାଇଛି ଓ ମୋର ଗୋଟେ ଝିଅ ବି ଅଛି । ମୁ ମୋ ଜୀବନରେ ବହୁତ ଖୁସି ଅଛି’ ।

Leave a Reply

Your email address will not be published. Required fields are marked *